କଣ ପିନ୍ଧିବେ ଏଥର ପୂଜାରେ

Thursday, August 24, 2017

ଗଣେଶ ପୂଜା ଠାରୁ ଆରମ୍ଭ କରି ଦୀପାବଳି ଯାଏଁ ପାର୍ବଣ ଋତୁ ଲାଗି ରହିଥାଏ । ଏହି ପୂଜାପାର୍ବଣ ଅବସରରେ ପାରମ୍ପରିକ ଏଥନିକ ଲୁକ ସହିତ ଫ୍ୟାସନେବଲ ଲୁକ ପାଇଁ ଆପଣ ଫ୍ୟାଶନର  ଫ୍ୟୁଜନର ବିଭିନ୍ନ ପ୍ରକାରର ଡ୍ରେସ ପିନ୍ଧି ନିଜକୁ ସଜେଇ ପାରିବେ । ଆସନ୍ତୁ ଜାଣିବା କ'ଣ କ'ଣ ରହିଛି ଏଥରର ଟ୍ରେଣ୍ଡ

 

୧. ଅଫ ସୋଲଡର ବ୍ଲାଉଜ ସହିତ ଶାଢୀ
ଶାଢୀ ଆପଣଙ୍କୁ ଏଥନିକ ଲୁକ ପ୍ରଦାନ କରିବା ସହିତ ଅଫ ସୋଲଡର ବ୍ଲାଉଜ ଫ୍ୟାସନେବଲ ଲୁକ ପ୍ରଦାନ କରିଥାଏ । ଯେକୌଣସି ହାଲକା ଶାଢୀ ତଥା କ୍ରେପ୍ କିମ୍ବା ଅନ୍ୟ ହାଲକା ଶାଢୀ ପିନ୍ଧିପାରିବେ । ଧଳା ରଙ୍ଗର ବ୍ଲାଉଜ ସହିତ ଗୋଲାପୀ ଶାଢୀ , କଳା ବ୍ଲାଉଜ ସହିତ ହଲଦୀ ରଙ୍ଗର ଶାଢୀ ଇତ୍ୟାଦି ପିନ୍ଧିପାରିବେ ।

 

 

 
୨. ଏମ୍ରୋଡୋରି ବ୍ଲାଉଜ ସହିତ ଗାଢ ରଙ୍ଗର ସ୍କର୍ଟ 
ଏଥନିକ ଏମ୍ରୋଡରି ବ୍ଲାଉଜ ସହିତ ମିଡି ସ୍କର୍ଟ ଏବଂ କ୍ରପ ଟପ ମଧ୍ୟ ପିନ୍ଧିପାରିବେ । ଏହା ସହିତ ହାଇ ହିଲ ଏବଂ ବଡ କାନଫୁଲ ଲୁକକୁ ଫ୍ୟାସନବେଲ କରିବ ।

 

୩. ଲମ୍ବା କୁର୍ତ୍ତୀ ସହିତ ପ୍ଲାଜୋ ପ୍ୟାଣ୍ଟ  କିମ୍ବା ସ୍କର୍ଟ  
ପୂଜାରେ ଫ୍ୟାସନେବଲ ଲୁକ ସହିତ ଏଥନିକ ଲୁକ ପାଇଁ କୁର୍ତ୍ତୀ ସହିତ ଲଙ୍ଗ ସ୍କର୍ଟ କିମ୍ବା ପ୍ଲାଜୋ ପ୍ୟାଣ୍ଟ ପିନ୍ଧନ୍ତୁ । ସାଧାରଣ ଏକ କୁର୍ତ୍ତୀ ସହିତ ଏମ୍ରୋଡୋରି କାମ ଥିବା ସ୍କର୍ଟ ପିନ୍ଧନ୍ତୁ କିମ୍ବା ଗାଢ ରଙ୍ଗର କୁର୍ତ୍ତୀ ସହିତ ହାଲକା ରଙ୍ଗର ସ୍କର୍ଟ ଏବଂ ପ୍ୟାଣ୍ଟ ପିନ୍ଧିପାରିବେ । 

 

 

 

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon