ଶିଶୁ ବର,ସାବାଳିକା ସ୍ତ୍ରୀକୁ ନେଇ ସିରିଏଲ ବନ୍ଦ

Tuesday, August 29, 2017

 

ବିଭିନ୍ନ ବିବାଦରେ ଛନ୍ଦି ହେବାପରେ ଅଳ୍ପ ବୟସ୍କ ଶିଶୁ ସ୍ଵାମୀ ଓ ତାର ପ୍ରାପ୍ତ ବୟସ୍କା ସ୍ତ୍ରୀ ବିଷୟ ସମ୍ପର୍କିତ ଏକ ଟିଭି ସିରିଏଲକୁ ସୋନି ଟିଭି କର୍ତ୍ତୃପକ୍ଷ ଆଉ ପ୍ରସାରଣ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

 

ଏ ସମ୍ପର୍କରେ ଟିଭି ଏକ ପ୍ରେସ ବିଜ୍ଞପ୍ତିରେ କହିଛି “ଆମେ ସିରିଏଲ “ପେହେରେଦାର ପିୟା କି”ର ଆଉ ପ୍ରସାରଣ ନ କରିବାକୁ ନିଷ୍ପତ୍ତି ନେଇଛୁ । ଏହି ନିଷ୍ପତ୍ତି ଫଳରେ ଏହି ସିରିଏଲ ପାଇଁ କାମ କରୁଥିବା ଅନେକ ବ୍ୟକ୍ତି (କାହାଣୀ ଲେଖକ, ନିର୍ଦ୍ଦେଶକ, ଅଭିନେତା/ଅଭିନେତ୍ରୀ) ଦୁଃଖିତ ହେବେ ବୋଲି ଆମେ ଜାଣିଛୁ , ହେଲେ ଆମେ ଆଗକୁ ଦର୍ଶକଙ୍କ ରୁଚି ହିସାବରେ ଆହୁରି ମନଲୋଭା ସିରିଏଲ ଆଣିବାର ପ୍ରତିଶ୍ରୁତି ଦେଉଛୁ ।“

 

ଏକ 10 ବର୍ଷର ବାଳକ ଓ ତାର 18 ବର୍ଷୀୟ ଯୁବତୀ ସହ ଏକ ବିଶେଷ ପରିସ୍ଥିତିରେ ହେଇଥିବା ବିବାହ ଉପରେ ନେଇ କାହାଣୀଟି ଆଧାରିତ । ଉକ୍ତ ବାଳକର ପିତାଙ୍କୁ ତାଙ୍କ ଶେଷ ଅବସ୍ଥାରେ ଯୁବତୀଟି ପ୍ରତିଶ୍ରୁତି ଦେଇଥିଲା ଯେ ଜୀବନଯାକ ବାଳକର ସେବା ଯତ୍ନ କରିବ ଓ ଏହି ପ୍ରତିଶ୍ରୁତି ଫଳରେ ଏପରି ବିଶେଷ ବିବାହ ହୁଏ । ଆଗାମୀ ଅକ୍ଟୋବର ମାସରେ କାହାଣୀଟି ଆଗକୁ ବଢି 12 ବର୍ଷ ପରେ ଏକ  ପ୍ରାପ୍ତ ବୟସ୍କ ଯୁବକ ଓ ତା ଠାରୁ 8 ବର୍ଷ ବଡ ମହିଳାଙ୍କ ଦାମ୍ପତ୍ୟ ଜୀବନ ଉପରେ  ପର୍ଯ୍ୟବେସିତ ହେଇଥାନ୍ତା ।  

 ତେବେ ଏପରି କାହାଣୀକୁ ନେଇ ଅନେକ ପିଟିସନ ଦାଏର ହେବାସହ ଅନେକ ଅଭିଯୋଗ ଆସିଥିଲା । ଏହାପରେ ଟିଭି ଜଗତର ଅଭିଯୋଗ ଶୁଣାଣି ପାଇଁ ଥିବା ବ୍ରୋଡ଼କାଷ୍ଟିଙ୍ଗ କଣ୍ଟେଣ୍ଟ କମ୍ପ୍ଲେଣ୍ଟ କାଉନସିଲର ବୈଠକରେ ଚାନେଲ ଅଧିକାରୀଙ୍କ ସହ ବୈଠକ ହେଇଥିଲା । ଗତ ଅଗଷ୍ଟ 18 ତାରିଖରେ  ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା କି ସୋନି ଏହି ସିରିଏଲର ପ୍ରସାରଣ ସମୟ ବଦଳେଇ ରାତି 10.30 କରିବ ଏବଂ ଚାନେଲ ଏହାକୁ ମାନିଥିଲା ।

 

ହେଲେ ଗତ ସୋମବାର ରାତିରେ ଏହାର ପ୍ରସାରଣ ବନ୍ଦ କରିଦିଆଗଲା। ଏହି ଟିଭି ସିରିଏଲ ଭାରତୀୟ ସସ୍କୃତିର ଅପପ୍ରଚାର କରୁଛି ବୋଲି ଅଭିଯୋଗ କରି ଅନେକ ବ୍ୟକ୍ତି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ। ଏକଥା ମଧ୍ୟ ଶୁଣାଯାଉଛି କି କିଛି ପ୍ରଭାବଶାଳୀ ରାଜପରିବାର ଏ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ ଓ କହିଥିଲେ କି ରାଜବଂଶର କିଛି ପ୍ରଥାକୁ ଉକ୍ତ ସିରିଏଲରେ ପରିହାସ କରାଯାଉଛି ଓ ନିମ୍ନ ରୁଚିର ଦେଖା ଯାଉଛି ।

 

ତେଣୁ ସୋନି ଟିଭି ସିରିଏଲର ସମୟ ବଦଳାଇବାର ମାତ୍ର 10 ଦିନ ଭିତରେ ସୂଚନା ଓ ପ୍ରସାରଣ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏହି ପ୍ରୋଗ୍ରାମର ପ୍ରସାରଣ ବନ୍ଦ କରିବାକୁ ସୋନି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon