ପାନାସୋନିକର P77 ସ୍ମାର୍ଟଫୋନ ଟ୫,୨୯୯ ରେ

Wednesday, August 30, 2017

 

ମଙ୍ଗଳବାର ପାନାସୋନିକ  ପକ୍ଷରୁ ଏହାର ଅତ୍ୟାଧୁନିକ ସ୍ମାର୍ଟଫୋନ୍ P77 ର ଉନ୍ମୋଚନ କରାଯାଇଛି । ଏହି ୧୬ ଜିବି ଇଣ୍ଟରନାଲ୍ ମେମୋରୀ ବିଶିଷ୍ଟ ସ୍ମାର୍ଟଫୋନର ମୂଲ୍ୟ ୫,୨୯୯ ଟଙ୍କା ରଖାଯାଇଛି, ଯାହାକି କେବଳ ଫ୍ଲିପକାର୍ଟରେ ଉପଲବ୍ଧ ହେବ ।

 

ଗ୍ରେ ଓ ଧଳା ରଙ୍ଗରେ ଉପଲବ୍ଧ ଥିବା ଏହି ସ୍ମାର୍ଟଫୋନରେ 4G ଏବଂ VOLTE  ସୁବିଧା ରହିଛି । ପାନାସୋନିକ ଇଣ୍ଡିଆର ମୁଖ୍ୟ ପଙ୍କଜ ରାଣା ସୂଚନା ଦେଇ କହିଛନ୍ତି ଯେ ପାନାସୋନିକର ଆଧୁନିକ ସ୍ମାର୍ଟଫୋନ୍ P77  ସମସ୍ତଙ୍କ ବଜେଟକୁ ସୁହାଇଲା ଭଳି ମୂଲ୍ୟ ଧାର୍ଯ୍ୟ ରଖାଯାଇଛି ।

 

ଏହି ଡୁଆଲ ସିମ୍ ସ୍ମାର୍ଟଫୋନଟିରେ ୫ ଇଞ୍ଚର ଏଚଡି ସ୍କ୍ରିନ ରହିଥିବା ବେଳେ, କ୍ୱାଡ-କୋର ପ୍ରୋସେସର ସହ ୧ଜିବି RAM ରହିଛି ।

 

ଏହି ଡିଭାଇସଟି ର ମେମୋରି ୩୨ଜିବି ମାଇକ୍ରୋ ଏସ୍ଡି କାର୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ ।
ଏହାର ପୂର୍ବ P77 ଫୋନରେ ୮ ଜିବି ଆଭ୍ୟନ୍ତରୀଣ ମେମୋରି ରହିଥିଲା ।

 

ଏହି ସ୍ମାର୍ଟଫୋନ୍ଟିରେ ଆଣ୍ଡ୍ରଏଡ ୫.୧ ଲୋଲିପପ୍ ଓଏସ୍ ରହିଛି । ଏହାର ମୁଖ୍ୟ ଫିଚରହେଲା, ଏହାର ପଛ ପାଶ୍ୱର୍ରେ ୮ MPର କ୍ୟାମେରା ସହ ଏଲଇଡି ଫ୍ଲାସ୍ ରହିଥିବା ବେଳେ ସାମନାରେ ସେଲଫି ପାଇଁ ୨MPର କ୍ୟାମେରା ରହିଛି । ଏହି ସ୍ମାର୍ଟଫୋନ୍ଟିରେ୨୦୦୦ Mahର ବ୍ୟାଟେରି ରହିଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon