
ଅଫିସ ଯାଉଥିବା ମହିଳାମାନଙ୍କ ପାଇଁ ବର୍ଷା ଦିନେ ପୋଷାକ ଚୟନ କରିବା କାଠିକର ପାଠ । ପାଣି ଭର୍ତ୍ତି ଆବୁଡାଖାବୁଡା ରାସ୍ତାରେ ଯିବାଆସିବା, ବାହାରକୁ ଚା’ ପାଇଁ ଯିବା –ଏସବୁ ବର୍ଷା ଦିନେ ଶାଢୀ/ ସଲୱାର ପିନ୍ଧି କରିବା କଷ୍ଟକର । ସେଥିପାଇଁ ଆସନ୍ତୁ ସଂକ୍ଷେପରେ ଜାଣିବା ବର୍ଷାଦିନିଆ ଅଫିସ ପୋଷାକ ସମ୍ପର୍କରେ ।
ଡ୍ରେସ
ବର୍ଷା ଦିନେ ଲମ୍ବା ପୋଷାକ ପରିଧାନ କରିବା ଅସୁବିଧାଜନକ । ଆପଣ ଡ୍ରେସ/ଶାଢୀର ତଳ ଧାରରେ ପାଣି ଲାଗିଥିବା ଅବସ୍ଥାରେ ଅଫିସ ଯିବାକୁ ପସନ୍ଦ କରିବେ ନାହିଁ। ଜିନ୍ସ ପ୍ୟାଣ୍ଟ ପିନ୍ଧି ଯିବା ଆସିବା କରିବା ସୁବିଧାଜନକ, ହେଲେ ଏଥିରେ ଗୋଟିଏ ଅସୁବିଧା ହେଲା, ଥରେ ଓଦା ହେଲେ ଏହା ସହଜରେ ଶୁଖି ନ ଥାଏ ।

ଏଣୁ ବର୍ଷା ଦିନେ ଆପଣ ହାଲକା ପ୍ରିଣ୍ଟ ଥିବା ଉଜ୍ଜଳ ରଙ୍ଗର ଟପ ପିନ୍ଧି ପାରିବେ। ଆପଣ ନାଇଲନ ଡ୍ରେସ ମଧ୍ୟ ପିନ୍ଧି ପାରନ୍ତି, କିନ୍ତୁ ଏଥିରେ ଅଲଗା ମାଟେରିଆଲ ମିଶିଲେ ଭଲ, ନଚେତ ପାଣି ପଡି ଏହା ଟ୍ରାଂସପାରେଣ୍ଟ ଦିଶିପାରେ। ବର୍ଷା ଦିନ ପାଇଁ ଶିନ୍ଥେଟିକ କପଡା ପିନ୍ଧିଲେ ସୁନ୍ଦର ଓ ସୁବିଧା ଲାଗେ ।
ଉଜ୍ଜଳ ରଙ୍ଗର ଟପ ସହିତ ତଳେ ଆପଣ ଆଣ୍ଠୁ ଲୁଚୁଥିବା ପ୍ୟାଣ୍ଟ ଅଥବା ସ୍କର୍ଟ କିମ୍ବା ପାଦ ନ ଲୁଚୁଥିବା ଲମ୍ବା ପ୍ୟାଣ୍ଟ ମଧ୍ୟ ପିନ୍ଧି ପାରିବେ ।
ଜୋତା
ବର୍ଷା ଦିନେ ଜୋତା ପିନ୍ଧିବା ଏକ ବଡ ସମସ୍ୟା । ଉଚିତ ଜୋତା ନ ପିନ୍ଧିଲେ ଗୋଡର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହିତ ପାଣି ଜମି ପାଦ ଚର୍ମ ଦୂଷିତ ଓ ଅପରିଷ୍କାର ହେଇଯାଏ । ସେଥିପାଇଁ ବର୍ଷା ଦିନେ ଫାନସି ରଙ୍ଗର ସ୍ଳିପର ବ୍ୟବହାର କରିବା ସବୁଠାରୁ ଉତ୍ତମ ଉପାୟ।

ବ୍ୟାଗ,ଛତା


ବର୍ଷା ଦିନ ପାଇଁ ୱାଟରପ୍ରୁଫ ବ୍ୟାଗ ଅତ୍ୟନ୍ତ ଉପଯୋଗୀ । ବ୍ୟାଗର ରଙ୍ଗ ଡ୍ରେସ ରଙ୍ଗ ସହିତ ମ୍ୟାଚ କରୁଥିଲେ ଆହୁରି ବାଧ୍ୟ ।
ଆଜି କାଲି ବଜାରରେ ବିଭିନ୍ନ ଡିଜାଇନର ଛତା ବିକ୍ରି ହେବାରେ ଲାଗିଲାଣି ।ନିଜ ବ୍ୟକ୍ତିତ୍ବ ଓ ସୁବିଧା ଅନୁସାରେ ଏକ ଡିଜାଇନର ପ୍ରିଣ୍ଟର ଛତା ଆପଣ ବ୍ୟବହାର କରିପାରିବେ ।