ଜାନୁଆରୀରୁ ଲାଗୁହେବ ରାଜଧାନୀରେ ସ୍ମାର୍ଟ ପେମେଣ୍ଟ

Monday, September 4, 2017

 

 

ଭୁବନେଶ୍ଵରରେ ଆସନ୍ତା ଜାନୁଆରୀ 2018 ଠାରୁ କମନ ପେମେଣ୍ଟ ବ୍ୟବସ୍ଥା ପ୍ରଚଳନ ହେବ, ଯାହା ଫଳରେ ରାଜଧାନୀବାସୀ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ କିଣାବିକା ଏକ ସ୍ମାର୍ଟକାର୍ଡ ମାଧ୍ୟମରେ କରିପାରିବେ । ଏ ସଂକ୍ରାନ୍ତରେ ଏକ ନିଷ୍ପତ୍ତି ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ରେ ନିଆଯାଇଛି ।

 

ଗତ ଅଗଷ୍ଟ ମାସରେ ଭୁବନେଶ୍ଵର ସ୍ମାର୍ଟ ସିଟି ଲିମିଟେଡ ତରଫରୁ ଏ ନେଇ ଡକାଯାଇଥିବା  ଟେଣ୍ଡର ର ଉନ୍ମୋଚନ ହେଇଥିଲା ଓ ଏଥିରେ ୟେସ ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କକୁ  ପଛରେ ପକାଇ ଆଇସିଆଇ ବ୍ୟାଙ୍କ ବିଜୟୀ ହେଇଥିଲା । ଆକ୍ସିସ ବ୍ୟାଙ୍କ ପ୍ରତି ନେଣଦେଣ ଉପରେ ୯% ନେବାକୁ କୋଟେସନ୍‌ ଦେଇଥିବାବେଳେ ୟେସ୍‌ ବ୍ୟାଙ୍କ ୧.୬୦%ର ପ୍ରସ୍ତାବ ଦେଇଥିଲା। ହେଲେ ଆଇସିଆଇସିଆଇ ବ୍ୟାଙ୍କ ୧.୪୫% ଚାର୍ଜ ନେବାକୁ ପ୍ରସ୍ତାବ ଦେଇ ଏହି ଟେଣ୍ଡର ହାତେଇ ନେବାରେ ସକ୍ଷମ ହେଇଥିଲା ।  

 

ଆଇସିଆଇ ଏହି  ଟେଣ୍ଡର ନେବା ଫଳରେ କାର୍ଡରେ ଭୁବନେଶ୍ୱର ସ୍ମାର୍ଟ ସିଟି ଏବଂ ଆଇସିଆଇସିଆଇ ବ୍ୟାଙ୍କର ନାମ ରହିବ।   

 

ଏଥିରେ ବିଏମ୍‌ସିର ହୋଲ୍‌ଡିଂ ଟିକସ, ୟୁଜର୍ସ ଫି’, ଟ୍ରେଡ୍‌ ଲାଇସେନ୍ସ ଫି’ଠାରୁ ଆରମ୍ଭ କରି ସିଟି ବସ୍‌ରେ ଟିକେଟ ଫି’, କୌଣସି ଫିଲ୍ମ ହଲ୍‌ରେ ଟିକେଟ୍‌ ବୁକିଂ, ଗାଡ଼ି ପାର୍କିଂ ଫି’, ଜଳ କର, କୌଣସି ଦୋକାନରେ ସପିଂ କଲେ, ରେଷ୍ଟୁରାଣ୍ଟରେ ଖାଇଲେ ବି ଏହି କାର୍ଡ ବ୍ୟବହାର କରି ପେମେଣ୍ଟ କରି ହେବ।

 

ସେହିପରି ସିଟି ବସ୍‌ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଟିକେଟ କାଟିବାକୁ ହେଲେ କେବଳ ଏହି କାର୍ଡ ବ୍ୟବହାର କରିବାକୁ ପଡ଼ିବ। ଏହାସହ ପାଣି ଏଟିଏମ୍‌, ବିଏମ୍‌ସି ପାର୍କିଂ ଏବଂ ବିଏମ୍‌ସି ଓ ବିଡିଏର ବିଭିନ୍ନ ଫି’ ଦେବା ପାଇଁ ଏହି କାର୍ଡ ହିଁ କେବଳ ବ୍ୟବହାର ହେବ। ଯିଏ କାର୍ଡରେ ଫି’ ନ ଦେବେ ସେମାନେ ନଗଦ ଅର୍ଥ ଦେବେ।

 

ଏହି କାର୍ଡ ଏକ ଓ୍ଵାଲେଟ ଭଳି ହେବ। ଏଥିରେ ଲୋକ ବ୍ୟାଙ୍କ ଆକଉଣ୍ଟରୁ ଟଙ୍କା ଟ୍ରାନ୍ସଫର୍‌ କରି ରଖିପାରିବେ। ଆଉ ଯେଉଁଠି ଆବଶ୍ୟକ ପଡ଼ିବ ସେଠାରେ ବ୍ୟବହାର କରିପାରିବେ। ରାଜଧାନୀରେ ସବୁଠି ଏହି ସ୍ମାର୍ଟ କାର୍ଡ ବ୍ୟବହାର କରିହେବ। କିନ୍ତୁ ଡେବିଟ୍‌ କାର୍ଡ କି କ୍ରେଡିଟ୍‌ କାର୍ଡ ବ୍ୟବହାର କରିହେବନି।

 

ଲୋକମାନେ ଯେପରି ସହଜରେ ଏହି ସ୍ମାର୍ଟ କାର୍ଡ ପାଇପାରିବେ ସେଥିପାଇଁ ରାଜଧାନୀରେ ବିଭିନ୍ନ ସ୍ଥାନରେ କାଉଣ୍ଟର୍‌ ଖୋଲାଯିବ। କାର୍ଡ ଯୋଗାଇବାକୁ ଥିବା ବ୍ୟାଙ୍କ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ କାର୍ଯ୍ୟାଳୟରେ ମଧ୍ୟ ଏହି କାର୍ଡ ଉପଲବ୍ଧ ହେବ।

 

ଏହା ଛଡା ଭୁବନେଶ୍ୱରରେ ୩୨୫ଟି ପଏଣ୍ଟ୍‌ ଅଫ୍‌ ସେଲ୍‌ ରହିବ। ଏହିଠାରେ ହିଁ କାର୍ଡ ଉପଲବ୍ଧ ହେବ। ଲୋକମାନେ ମାତ୍ର ୫୦ଟଙ୍କା ଦେଇ କାର୍ଡ କିଣିପାରିବେ। ଆଉ ଏହି ୩୨୫ଟି ପଏଣ୍ଟ୍‌ ଅଫ୍‌ ସେଲ୍‌ରେ ଟଙ୍କା ଜମା କରି କିମ୍ବା ମୋବାଇଲ୍‌ ବ୍ୟାଙ୍କିଂ ବା ନେଟ୍‌ ବ୍ୟାଙ୍କିଂ ମାଧ୍ୟମରେ ରିଚାର୍ଜ କରିପାରିବେ। ଏହି କାର୍ଡ ଏବେ ବ୍ୟବହୃତ ହେଉଥିବା ବିଭିନ୍ନ ବ୍ୟାଙ୍କର ସ୍ୱାଇପ୍‌ ମେସିନ୍‌ରେ ବି କାର୍ଯ୍ୟକାରୀ ହେବ।

 

ପୂର୍ବରୁ ଚୀନର ହଙ୍ଗକଙ୍ଗରେ ଏହି ଭଳି ବ୍ୟବସ୍ଥା ଲାଗୁ ହେଇ ସାରିଛି ।

 

 

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon