ୟାମାହାର ନୂଆ ରଙ୍ଗ ଡ଼ାର୍କ ନାଇଟ

Monday, September 4, 2017

 

ୟାମାହାର ପ୍ରଶଂସକ ମାନଙ୍କ ପାଇଁ ଏକ ଖୁସି ଖବର । ଏହାର ବିଭିନ୍ନ ବାଇକ ମଡେଲ ପାଇଁ କମ୍ପାନୀ ଏକ ନୂଆ ରଙ୍ଗ ଘୋଷଣା କରିଛି : ଦି ଡ଼ାର୍କ ନାଇଟ । ଅର୍ଥାତ ୟାମାହାର ବିଭନ୍ନ ବାଇକ ଓ ସ୍କୁଟର ଏବେ ଏହି ରଙ୍ଗରେ ଉପଲବ୍ଧ ହେବ । ତେବେ ସବୁ ମଡେଲ ଏହି ରଙ୍ଗରେ ମିଳିବନି, କେବଳ ବଛା ବଛା କିଛି ମଡେଲ ପାଇଁ ଏହି ରଙ୍ଗ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ସେଗୁଡିକ ହେଲା : ୟାମାହା FZ-S FI, ସାଲୁଟୋ  RX  ଓ Cygnus Ray ZR ସ୍କୁଟର । ତେବେ ଆଗକୁ ୟାମାହା FZ25 ଏବଂ ଫେଜର 25 ବାଇକ ମଧ୍ୟ ଏହି ରଙ୍ଗ ରେ ଉପଲବ୍ଧ ହେବ ବୋଲି କମ୍ପାନୀ ସୂତ୍ରରୁ ପ୍ରକାଶ ।

 

ଉପରୋକ୍ତ ବାଇକ ତଥା ସ୍କୁଟର କେବଳ ଏହି ରଙ୍ଗରେ ଉପଲବ୍ଧ ହେବ, ବାଇକର ଯନ୍ତ୍ରାଂଶରେ କୌଣସି ପରିବର୍ତ୍ତନ ହେବ ନାହିଁ । ତେବେ ଏହି ରଙ୍ଗ ପାଇଁ କମ୍ପାନୀ ବିଭିନ୍ନ ମଡେଲର ଦାମ ବଢେଇଛି ।

ଡ଼ାର୍କ ନାଇଟର ୟାମାହା FZ-S FI ମଡେଲ ଏବେ 83,042 ଟଙ୍କା(ଏକ୍ସଶୋ ରୁମ, ଦିଲ୍ଲୀ)ରେ ମିଳୁଛି , ଯାହା ଏହାର ଅନ୍ୟ ରଙ୍ଗର ମଡେଲ ଠାରୁ ଟ 1,000 ଅଧିକ । ସେହିପରି ସାଲୁଟୋ  RX  ଓ Cygnus Ray ZR ସ୍କୁଟରର ଡ଼ାର୍କ ନାଇଟ ରଙ୍ଗ ପୂର୍ବ ଦର ଠାରୁ ଟ1000 ଅଧିକ ଦର ରେ ମିଳିବ ବୋଲି କମ୍ପାନୀ ଏକ ପ୍ରେସ ଇସ୍ତାହାରରେ କହିଛି ।

 

ଫଳରେ 110 ସିସି ଇଞ୍ଜିନ ବିଶିଷ୍ଟ ସାଲୁଟୋ  RX ଟ 47,721 ରେ ମିଳୁଥିବା ବେଳେ Cygnus Ray ZR ସ୍କୁଟର, ଯାହାର ଇଞ୍ଜିନ କ୍ଷମତା 113 ସିସି, ଏବେ ଡ଼ାର୍କ ନାଇଟ ରଙ୍ଗରେ ଟ 53,451 ରେ ମିଳିବ  (ସମସ୍ତ ଦର ଦିଲ୍ଲୀ , ଏକ୍ସ ଶୋ ରୁମ)।

 ପୂର୍ବରୁ ଏହି ଜାପାନୀ ମୋଟର ଅଲଗା ରଙ୍ଗ ଓ ଗ୍ରାଫିକ୍ସ ସହିତ ଏହାର ବାଇକ ବଜାରକୁ ଛାଡିଥିଲା ଓ ଏହା ବେଶ ଆଦୃତ ହେଇଥିଲା ମଧ୍ୟ । ଏବେ ପୂଜା ବଜାରକୁ ଆଖି ଆଗରେ ରଖି, କମ୍ପାନୀ ଏହାର ବଛା ବଛା ମଡେଲର ରଙ୍ଗ ବଦଳାଇ ବିକ୍ରି ଆରମ୍ଭ କରିଛି । ତେବେ ଏହା କେତେ ଆଦୃତ ହେଉଛି ଏହା ସମୟ କହିବ ।

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon