କେମିତି ଜାଣିବେ ଝିଅ ଆପଣଙ୍କ ପ୍ରତି ଆକର୍ଷିତ

Tuesday, September 12, 2017

ପ୍ରାୟ ସବୁ ପୁରୁଷଙ୍କ ଇଚ୍ଛା ଥାଏ କୌଣସି ନା କୌଣସି ଝିଅ ସହିତ ବାର୍ତ୍ତାଳାପ କରିବେ ଓ କଥା ଆଗକୁ ବଢାଇ ଏକ ବିବାହ ସମ୍ବନ୍ଧରେ ପରିଣତ କରିବେ । କଲେଜ ହେଉ ବା ଅଫିସ, ପ୍ରାୟ ସବୁ ଯୁବକ ଓ ପୁରୁଷ ନିଜ ନିଜ କର୍ମକ୍ଷେତ୍ରରେ ଏକ ମନଲାଖି ଜୀବନସାଥି ପାଇବା ପାଇଁ ଚେଷ୍ଟା  କରନ୍ତି ଏବଂ କିଛି ଏଥିରେ ସଫଳ ହୁଅନ୍ତି ମଧ୍ୟ । ହେଲେ କିଛି ଯୁବକ, ସହପାଠିନୀ ବା ସହକର୍ମୀଣୀଙ୍କ ସହ କଥାବାର୍ତ୍ତାକୁ ପ୍ରେମ ସମ୍ବନ୍ଧ ବୋଲି ଭାବି ନିଅନ୍ତି । ଫଳରେ ଏହି ଏକତରଫା ପ୍ରେମ ବେଳେ ବେଳେ ବଡ ବିଷମ ସମସ୍ୟା ସୃଷ୍ଟି କରିଥାଏ । ଜୀବନରେ ଏହି ସମସ୍ୟାର ସାମ୍ନା ନ କରିବାକୁ ଚାହୁଁଥିଲେ ଝିଅ ନିଜର ପୁରୁଷ ଅଥବା ଯୁବବନ୍ଧୁ  ପ୍ରତି ଆକର୍ଷିତ କି ନା ସେ ବିଷୟରେ ଭଲଭାବେ ଜାଣିବା ଉଚିତ । ଆସନ୍ତୁ ଜାଣିବା ଏହି 5ଟି ଗୁରୁତ୍ତ୍ୱପୂର୍ଣ୍ଣ କଥା ଯେଉଁଥିରୁ ଆପଣଙ୍କ ସହିତ କଥା ହେଉଥିବା ମହିଳା ଆପଣଙ୍କ ପ୍ରତି ଆକର୍ଷିତ ନା ଜାଣିପାରିବେ ।

 

୧) ଦୃଷ୍ଟି : କୁହାଯାଏ କିଛି ଲୋକଙ୍କ ଆଖି କଥା କୁହେ ।  ଆପଣଙ୍କ ସହିତ କଥା ହେଲା ବେଳେ ଝିଅର ଆଖି ପ୍ରତି ଧ୍ୟାନ ଦିଅନ୍ତୁ । ଝିଅ ଆପଣଙ୍କ ସହିତ କଥା ହେଲାବେଳେ ଯଦି ଦୀର୍ଘ ସମୟ ଧରି ଆପଣଙ୍କୁ ଚାହିଁ ରହୁଛି କିମ୍ବା ଟିକିଏ ଏପଟ ସେପଟ ଚାହିଁ ପୁଣି ଆପଣଙ୍କୁ ଦେଖୁଛି ଓ ଅଳ୍ପ ସ୍ମିତହାସ୍ୟ ଦେଉଛି, ତେବେ ସେ ଆପଣଙ୍କ ପ୍ରତି ଆକର୍ଷିତ ଥିବା ଜଣାପଡେ ।

 

୨) ସ୍ପର୍ଶ : ସ୍ପର୍ଶ ମାମଲାରେ ଝିଅମାନେ ସମ୍ବେଦନଶୀଳ । ପସନ୍ଦ ନ କରୁଥିଲେ ସେମାନେ କେଉଁ ପୁରୁଷଙ୍କୁ ଅଯଥାରେ ସ୍ପର୍ଶ କରିବାକୁ ଭଲ ପା’ନ୍ତି ନାହିଁ । ଯଦି କଥାବାର୍ତ୍ତା ବେଳେ , ପାଖାପାଖି ଚା’ ପିଉଥିବାବେଳେ ଝିଅ ଆପଣଙ୍କୁ ସ୍ପର୍ଶ କରେ ଅଥବା ମଜାରେ ହସିହସି ମାରିବାକୁ ଚେଷ୍ଟା କରେ , ତେବେ ସେ ଆପଣଙ୍କ ପ୍ରତି ବା ଆପଣଙ୍କ ବ୍ୟକ୍ତିତ୍ଵ ପ୍ରତି ଆକର୍ଷିତ ବୋଲି ସହଜରେ ଜଣାପଡେ ।

 

୩) ଚୁଟି ସହିତ ଲାଗିବା : ଯଦି ଆପଣଙ୍କ ସହିତ ପ୍ରଥମ ଦୁଇ-ତିନି ଥର କଥାବାର୍ତ୍ତାରେ ଝିଅ ନିଜ ଚୁଟି ସହିତ ଖେଳୁଥାଏ, ହାତରେ ଗୋଟିଏ ଚୁଟି ବାହାର କରି ତା ସହିତ ଅଙ୍ଗୁଳିରେ ଖେଳେ, ତେବେ ସେ ଆପଣଙ୍କ ସାମ୍ନାରେ ସୁନ୍ଦରୀ ଦିଶିବାକୁ ଚେଷ୍ଟା କରୁଛି ବୋଲି ଜଣାପଡେ ।   

 

୪) ଗପସପ : ଯଦି ଝିଅ ଆପଣଙ୍କ ସହିତ ବିନା କାରଣରେ ଗପସପ ଜମେଇବାକୁ ଚେଷ୍ଟା କରେ, ଅଫିସର ବିଭିନ୍ନ ଛୋଟମୋଟ କଥା ଆଣି ଆପଣଙ୍କ ସହିତ କଥାବାର୍ତ୍ତା ହେବାକୁ ଚାହେଁ, ତେବେ ଝିଅ ଆକର୍ଷିତ ଥିବା ସହଜରେ ଜଣାପଡେ । ଏକଥା ମଧ୍ୟ ସତ ଯେ, ଆପଣ ହୁଏତ ଅଫିସ ବା କଲେଜରେ ତାର ଏକମାତ୍ର ବନ୍ଧୁ ହେଇପାରନ୍ତି ଓ ସେଥିପାଇଁ ସେ ଆପଣଙ୍କ ସହିତ କଥା ହେଉଛି । ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ସେ ଆପଣଙ୍କ ସମୟ ବିତେଇବାକୁ ଚାହୁଁଛି ।

 

୫) ଆପଣଙ୍କ ବିଷୟରେ ପଚାରିବା : ଯଦି ଝିଅ ନିଜ କଥା କହିବା ସହିତ ଆପଣଙ୍କ ବିଷୟରେ ବହୁତ କଥା ପଚାରେ, ତେବେ ସେ ଆପଣଙ୍କ ପ୍ରତି ଆକର୍ଷିତ ଥିବା ଓ ଆପଣଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛୁକ ଥିବା ଜଣାପଡେ ।                

 

ମୂଳତଃ ଝିଅମାନେ ଆତ୍ମବିଶ୍ଵାସରେ ଭରା ଥିବା ପୁରୁଷ ପ୍ରତି ସହଜରେ ଆକର୍ଷିତ ହୁଅନ୍ତି । ଯଦି ଏହି ଭଳି କିଛି ଲକ୍ଷଣ ଆପଣ ଦେଖୁଛନ୍ତି , ତେବେ ମହିଳା/ଝିଅ ସହିତ ଅଧିକ ସମୟ ବିତେଇବାକୁ ଚେଷ୍ଟା କରନ୍ତୁ । କେବଳ ରେଷ୍ଟୁରାଣ୍ଟରେ ଖୁଆଇବାକୁ ବା ସିନେମା ଦେଖେଇନେବା ଅପେକ୍ଷା କୌଣସି ମେଳାମଉଛବକୁ ବୁଲେଇନେବା ବା ନୂଆ ଜାଗାକୁ ବୁଲେଇନେବା  ହୁଏତ କଥା ଆଗକୁ ବଢେଇବାରେ ସାହାଯ୍ୟ କରିପାରେ ।   

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon