ଭଲ ନିଦ ପାଇଁ ୫ଟି ଖାଦ୍ୟ

Tuesday, September 12, 2017

ଦିନ ସାରା କାମରେ ବ୍ୟସ୍ତ ରହିବା ପରେ ରାତିରେ ଭଲ ଭାବେ ନିଦ ନଆସିବା ସ୍ୱଭାବିକ । ନିଦ ଭଲ ଭାବେ ନହେବା ଦ୍ୱାରା ଥକା ଲାଗେ ଏବଂ ଅଳସୁଆ ଲାଗିଥାଏ । ତେଣୁ ରାତିରେ ଭଲ ନିଦ ହେବା ନିତାନ୍ତ ଆବଶ୍ୟକ । ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

 


୧. ପିସ୍ତା ବାଦାମ - ପିସ୍ତା ବାଦାମରେ ମ୍ୟାଗ୍ନେସିୟମ ରହିଛି ଯାହା ମାଂସପେଶୀକୁ ରିଲାକ୍ସ କରିବା ସହିତ ରାତିରେ ଭଲ ନିଦ ହେପାରେ ସହାୟକ ହୋଇଥାଏ । ପ୍ରତିଦିନ ୨ରୁ ୩ଟି ପିସ୍ତା ବାଦାମ ଖାଆନ୍ତୁ ଏହା ଦ୍ୱାରା ଭଲ ନିଦ ହେବା ସହିତ  ଚିନ୍ତାରୁ
ମୁକ୍ତି ମଧ୍ୟ ମିଳିଥାଏ ।

 

୨. ଗ୍ରିନ ଟି – କେତକଙ୍କୁ ଦିନ ଭରି କାମ କରିବା ଦ୍ୱାରା ଖାଇବାକୁ ସମୟ ହୋଇନଥାଏ ଏବଂ ବାହାରର ତେଲ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ ହୋଇଥାଏ । ତେଣୁ ରାତିରେ ଭଲ ଭାବେ ନିଦ ହୋଇନଥାଏ । ରାତିରେ ଖାଇବାର ଏକ ଘଣ୍ଟା ପରେ ଏବଂ ଶୋଇବାର ୧୫ ମିନିଟ ଆଗରୁ ଗ୍ରିନ ଟି ପାଇବା ଦ୍ୱାରା ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଭଲ ନିଦ କରାଇଥାଏ ।

 

୩. କଦଳୀ - ଆପଣଙ୍କୁ ରାତିରେ ଭଲ ନିଦ ପ୍ରଦାନ କରିବ କଦଳୀ  । ଦିନକୁ ଗୋଟିଏ ରୁ ଦୁଇଟି କଦଳୀ ଖାଆନ୍ତୁ ଏହା ମାଂସପେଶୀକୁ ରିଲାକ୍ସ କରିଥାଏ ଏବଂ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ । ଆପଣ କଦଳୀ ଏବଂ କ୍ଷୀରକୁ ମିଶାଇ ମିଶ୍ରଣ ମଧ୍ୟ ପିଇପାରିବେ ।

 

୪.  କ୍ଷୀର ଜାତୀୟ ଖାଦ୍ୟ - ଦୁଗ୍ଧ ଜାତୀୟ ଖାଦ୍ୟରେ କ୍ୟାଲସିୟମ ବହୁଳ ପରିମାଣରେ ରହିଥାଏ । ଏହା ମସ୍ତିଷ୍କକୁ ଠିକ କରିବା ସହିତ ଧମନୀ ଶୀରା ଏବଂ ମାଂସପେଶୀକୁ ଶକ୍ତି ପ୍ରଦାନ କରିଥାଏ ଏବଂ ଚିନ୍ତା ମୁକ୍ତ କରିଥାଏ । ଦୁଗ୍ଧ ଜାତୀୟ ଖାଦ୍ୟ ତଥା ଛେନା , ବା 
ଲହୁଣୀ,ଦହି , ଦୁଗ୍ଧ ଇତ୍ୟାଦି ଖାଇବା ଦ୍ୱାରା ଆପଣଙ୍କୁ ରାତିରେ ଖୁବ ଭଲ ନିଦ ହୋଇଥାଏ ।

 

୫. ସିଝା ଅଣ୍ଡା – ସିଝା ଅଣ୍ଡାରେ ଭିଟାମିନ ଖୁବ ଭଲ ପରିମାଣରେ ରହିଥାଏ ଯାହା ଭଲ  ନିଦ କରିବାରେ ସାହାଯ୍ୟ କରିଥାଏ । ମସ୍ତିଷ୍କକୁ ଚିନ୍ତାରୁ ମୁକ୍ତ କରିବା ସହିତ ଶକ୍ତି ପ୍ରଦାନ କରିଥାଏ ।

 

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon