ପୋଦିନା ପତ୍ରର ଉପକାରିତା

Thursday, September 14, 2017


ଦୈନଦିନ ଜୀବନରେ ଆମେ ବ୍ୟବହାର କରୁଥିବା ପୋଡିନା ପତ୍ରରେ ଅନେକ ମାତ୍ରାରେ ଔଷଧୀୟ ଗୁଣ ଭରି ରହିଛି । ଏହାକୁ ନିତିଦିନ ବ୍ୟବହାର କରିବା ଦ୍ୱାରା ଏହା ମାଉଥପ୍ରେସନର ବା ମୁଖବାସ ଭଳି କାମ ଦେଇଥାଏ। 

 ଜାଣନ୍ତୁ ଏହାର ଚମତ୍କାରୀ ଗୁଣ ସର୍ମ୍ପକରେ


- ପାଟିରୁ ଭିଷଣ ଦୁର୍ଗନ୍ଧ ବାହାରୁଥିଲେ ପୋଡିନା ପତ୍ର ରସ ବ୍ୟବହାର କରନ୍ତୁ, ପୋଡିନା ପତ୍ରର ରସରେ ପାଣି ମିଶାଇ କୁଳି କଲେ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ଆପେ ଆପେ ଦୂର ହୋଇଯାଇଥାଏ ।
- ଶରୀର କୌଣସି ସ୍ଥାନରେ କ୍ଷତ କିମ୍ବା କଟି ଯାଇଥିଲେ, ସେହି ପୋଡିନା ରସକୁ ଲାଗାଇବା ଦ୍ୱାରା ଏହା ଆଣ୍ଟିବାଓଟିକ ରୂପେ କାମ କରେ ଏବଂ ଯନ୍ତ୍ରଣାରୁ ତୁରନ୍ତ ଉପଶମ ମିଳେ । ଏଥି ସହ ଘା ସ୍ଥାନରୁ ନିର୍ଗତ ହେଉଥିବା  ଦୁର୍ଗନ୍ଧ ମଧ୍ୟ ଦୂରେଇଯାଏ ।
- ଚର୍ମରୋଗ ପାଇଁ ଏହା ପୋଦିନା ବେଶ ସହାୟକ ହୋଇଥାଏ, ଚର୍ମରୋଗ ହେଲେ ପୋଦିନା ପତ୍ର ଲଗାଇବା ଦ୍ୱାରା ଆରାମ ମିଳିଥାଏ ।
- ଖରାଦିନେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ପୋଡିନା ପତ୍ରର ରସ ନିତ୍ୟନ୍ତ ଆବଶ୍ୟକ ।
- ପୋଡିନା ଖାଇବା ଦ୍ୱାରା ହାକୁଟି ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ ।
- ଏହି ରସକୁୁ ପିଇବା ଦ୍ୱାରା ମହିଳା ମାନେ ପ୍ରସବ ବେଦନାରୁ ଉପଶମ ମିଳେ  ।
- ପେଟ ବ୍ୟଥା ହେଉଥିଲେ ପୋଡିନା ଜୀରା, ହେଙ୍ଗୁ, ଗୋଲମରିଚ ଓ ଲୁଣ ସହିତ ସେବନ କରିବା ଦ୍ୱାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳେ ।
- ଖାଦ୍ୟ ହଜମରେ  ଯଦି ଅସୁବିଧା ରୁହେ, ଏହି ରସ ଏକ କପ ସେବନ କରିବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଏ ଯାହା ଦ୍ୱାରା ଖାଦ୍ୟ ହଜମ ଭଲଭାବରେ ହୁଏ ।
- ବାନ୍ତି ହେଉଥିଲେ ଅଧା କପ୍ ପୋଦିନା ରସକୁ ସେବନ କରିବା ଦ୍ୱାର ଦୁଇ ଘଣ୍ଟା ମଧ୍ୟରେ ଉପଶମ ମିଳିବ ।

 

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon