ଦୁଃସାଧ୍ୟ ରୋଗ ପାଇଁ ଉପକାରୀ ରସୁଣ

Wednesday, September 20, 2017

ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ମାରତ୍ମକ ରୋଗ ମନୁଷ୍ୟ ଶରୀରକୁ ଗ୍ରାସ କଲାଛି ।
ସେଥିପାଇଁ ଦୈନଦିନ ଜୀବନରେ ଔଷଧ ସେବନ କରିବା ସାମାନ୍ୟ କଥା ହେଇଗଲାଣି । କିନ୍ତୁ
ଅନେକ କ୍ଷେତ୍ରରେ  ଓøଷଧ ଅପେକ୍ଷା ଘରୋଇ ଉପଚାର ବେଶ ଫଳପ୍ରଦ ହୋଇଥାଏ । ସେହିପରି
ନାନ ରୋଗ ପାଇଁ ଏକ ଘରୋଇ ଅମୃତ ସମାନ ଔଷଧ ହେଲା ରସୁଣ । ପ୍ରତ୍ୟେକ ଦିନ ଆପଣେ ରସୁଣ
ଖାଇଲେ  ସୁସ୍ଥ ଓ ନିରୋଗ ରହିବେ ।

 

- ପ୍ରତ୍ୟେକ ଦିନ ଏକ ପାଖୁଡା ରସୁଣ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସମସ୍ୟା ଦୂର ହେଇଥାଏ ।
 

- ହୃଦରୋଗର ସମସ୍ୟା , ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ କରିବା ସହ ରକ୍ତ ସଞ୍ଚାଳନରେ
ମଧ୍ୟ ସହାୟକ ହୋଇଥାଏ ।

 

- ଲିଭର ଏବଂ ମୁତ୍ରାଶୟ ସୂଚାରରୂପେ କାର୍ଯ୍ୟକରାଇବା ପାଇଁ ସାହାଯ୍ୟ କରେ ଏଥି ସହ
ଡାଇରିଆ ସମସ୍ୟାରେ ମଧ୍ୟ ବେଶ ସହାୟକ ହୋଇଥାଏ ।

 

- ଡାଇବେଟିସ, ଡିପ୍ରେସନ ଭଳି ରୋଗ ପାଇଁ  ରସୁଣ ଓøଷଧ ଭଳି କାର୍ଯ୍ୟ କରିଥାଏ ।
 

-ଥଣ୍ଡା ରୋଗିଙ୍କ ପାଇଁ  ରସୁଣ ମହୋଷଧୀ ଭଳି କାର୍ଯ୍ୟ କରିଥାଏ, ଏହା ଆଜମା, ଟିଭି
ଭଳି ରୋଗକୁ ନିୟନ୍ତ୍ରଣ କରିବା ସହ କ୍ୟାନସର ଭଳି ରୋଗକୁ ବଢାଇଦିଏ ନାହିଁ ।


ଋସୁଣରେ ଅନେକ ରୋଗ ପ୍ରତିରୋଧକ ଶକ୍ତି ଥାଏ । ରସୁଣ ଖାଇସାରିବା ପରେ ପାଟିରେ ଶୁଖିଲା
ଧନିଆ  ପାଟିରେ ପକାଇଦିଅନ୍ତୁ , ଏହା ଗନ୍ଧ ଦୂର କରିବାରେ ସହାୟକ ହୋଇଥାଏ

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon