ବଜାରକୁ ଶୀଘ୍ର ଆସିବ ପତଞ୍ଜଳି ସ୍ପୋର୍ଟ୍ସ ପୋଷାକ, ଅନ୍ତର୍ବସ୍ତ୍ର

Friday, September 29, 2017

 

ଆୟୁର୍ବେଦ ଓ ଅନ୍ୟାନ୍ୟ ଘରୋଇ ଉତ୍ପାଦ ସାମଗ୍ରୀ ବିକ୍ରି କରି ପ୍ରଚୁର ନାମ ଓ ପଇସା କମେଇଥିବା ପତାଞ୍ଜଳି କମ୍ପାନୀ ଏବେ କପଡା ବ୍ୟବସାୟ ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି କହିଛି ।

 

ରାଜସ୍ଥାନର ଅଲୱାର ଠାରେ ପତଞ୍ଜଳି ଗ୍ରାମୀଣ ଉଦ୍ୟୋଗର ଶାଖା ଉନ୍ମୋଚନ ଅବସରରେ ଯୋଗଗୁରୁ ବାବା ରମାଦେବ କହିଥିଲେ  “ପୋଷାକ ବଜାରରେ ବିଦେଶୀ କମ୍ପାନୀମାନଙ୍କୁ ଚାଲେଞ୍ଜ କରିବା ପାଇଁ ପତଞ୍ଜଳି ଖୁବ ଶୀଘ୍ର କପଡା ବ୍ୟବସାୟ ଆରମ୍ଭ କରିବାକୁ ଯାଉଛି ।  ଖେଳାଳି ପୋଷାକ, ପାରମ୍ପରିକ ପୋଷାକଠାରୁ ଆରମ୍ଭ କରି ଅନ୍ତର୍ବସ୍ତ୍ର ପର୍ଯ୍ୟନ୍ତ ସବୁକିଛି ଆମେ ତିଆରି କରିବୁ।“

 

ପତଞ୍ଜଳୀର ସମସ୍ତ କପଡା ସ୍ଵଦେଶୀ ଜ୍ଞାନକୌଶଳରେ ତିଆରି ହେବା ସହିତ ଏଥିରେ କେବଳ ସ୍ଵଦେଶୀ ସାମଗ୍ରୀର ମଧ୍ୟ ବ୍ୟବହାର ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

 

ଏତଦବ୍ୟତୀତ କମ୍ପାନୀ ତରଫରୁ ଶୀତ ପୋଷାକ ତଥା ଜିନ୍ସ ମଧ୍ୟ ତିଆରି ହେବ। ତେବେ ଏଥିପାଇଁ ଏକ ନୂଆ ବ୍ରାଣ୍ଡ ନାଁ ସନ୍ଧାନରେ କମ୍ପାନୀ ଅଛି ଓ ଖୁବ ଶୀଘ୍ର ଏହାର ବଜାର ପ୍ରବେଶ ହେବ ବୋଲି ପତାଞ୍ଜଳି କହିଛି ।

 

ସବୁଦିନିଆ ବ୍ୟବହାର ଯୋଗ୍ୟ ସାମଗ୍ରୀ ବିକ୍ରି କରି ପତଞ୍ଜଳି ବିଭିନ୍ନ ବିଦେଶୀ କମ୍ପାନୀମାନଙ୍କୁ କଡା ଟକ୍କର ଦେଉଛି । ଖାସ କରି ଏହାର ଟୁଥପେଷ୍ଟ 'ଦନ୍ତକାନ୍ତି'ର ଲୋକପ୍ରିୟତା ଏହାର ପୁରୁଣା ପ୍ରତିଦ୍ଵନ୍ଦୀ କୋଲଗେଟକୁ ଚିନ୍ତାରେ ପକେଇଛି ।

 

‘ଦନ୍ତକାନ୍ତି’କୁ ଚାଲେଞ୍ଜ ଦେବାକୁ  କୋଲଗେଟ ଏହାର ଅନ୍ୟ ଏକ ବ୍ରାଣ୍ଡ ଶିବାକା ଜରିଆରେ ଶିବାକା ବେଦଶକ୍ତି ପେଷ୍ଟ ବଜାରକୁ ଛାଡିଥିବା ବେଳେ, ଏହାର ପୁରୁଣା କୋଲଗେଟ ବ୍ରାଣ୍ଡରେ ନିମଶକ୍ତି ଓ ଆକ୍ଟିଭ କ୍ଳୋଭ (ଲବଙ୍ଗ) ପରି ଅଲଗା ଉତ୍ପାଦ ବଜାରକୁ ଛାଡିଛି ।

 

ତେବେ କୋଲଗେଟର ବେଦଶକ୍ତି ଟୁଥପେଷ୍ଟ ଉପରେ ଆପତ୍ତି ଜଣେଇଛି ପତଞ୍ଜଳି । ଗତ ସପ୍ତାହରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପତାଞ୍ଜଳି କମ୍ପାନୀର ପରିଚାଳନା ମୁଖ୍ୟ ଆଚାର୍ଯ୍ୟ ବାଳକୃଷ୍ଣ କହିଥିଲେ “କୋଲଗେଟର ବେଦଶକ୍ତି ଟୁଥପେଷ୍ଟ କେବଳ ତୁଳସୀ ପତ୍ରରେ ତିଆରି। ଆୟୁର୍ବେଦରେ ତୁଳସୀକୁ ସିଧାସଳଖ ଦାନ୍ତରେ  ଲଗାଇବା ପାଇଁ ବା

 

ରଣ କରାଯାଇଛି । ଏହି ବିଦେଶୀ କମ୍ପାନୀଗୁଡିକ ଭାରତୀୟ ପରମ୍ପରା ଓ କୌଶଳ ନ ଜାଣି ଗ୍ରାହକମାନଙ୍କୁ ଅଯଥା ଭ୍ରମ ସୃଷ୍ଟି କରାଉଛନ୍ତି ।       

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon