ଜାପାନରେ 'ସୁନ୍ଦରୀ ଝିଅଙ୍କ ପାଡ଼' କାର୍ଯ୍ୟକ୍ରମ

Wednesday, October 4, 2017

ମନୁଷ୍ୟ ହେଉ ବା ପଶୁ , ଖାଦ୍ୟ ସଠିକ ଭାବେ ହଜମ ହେଉ ବା ନ ହେଉ, ପାଡିବା ଏକ ସ୍ଵାଭାବିକ ପ୍ରକ୍ରିୟା । ଏହି ବିଶ୍ଵରେ ପ୍ରତ୍ୟେକ ମନୁଷ୍ୟ କେବେ ନା ପାଡ଼ିଥିବ, ସେ ଧନୀ ହେଉ କି ଗରିବ, ଟୋକା ହେଉ କି ବୁଢା ଅଥବା ବୁଢୀ । ଏପରିକି ସୁନ୍ଦରୀ ଫିଲ୍ମ ଷ୍ଟାର ହେଉ ନା କାହିଁକି । ଏହି ସନ୍ଦର୍ଭରେ ଜାପାନରେ ଚଳିତ ମାସରେ ଅନୁଷ୍ଠିତ ହେବାକୁ ଯାଉଛି “ଆସ ଶୁଣିବା ସୁନ୍ଦରୀ ଝିଅଙ୍କ ପାଡ଼” କାର୍ଯ୍ୟକ୍ରମ ।

 

ଜାପାନୀ ଅନଲାଇନ ଖବରକାଗଜ ସୋରାନ୍ୟୁଜ24 ଅନୁସାରେ ଆସନ୍ତା ଅକ୍ଟୋବର 21 ତାରିଖରେ ଜାପାନ ରାଜଧାନୀ ଟୋକିଓଠାରେ ଏହି ଲାଇଭ ପାଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ଏହି କାର୍ଯ୍ୟକ୍ରମର ଏକ ନିଆରା ବିଶେଷତ୍ଵ ହେଉଛି ଏଥିରେ ଜାପାନୀ ଅଶ୍ଳୀଳ ଚଳଚ୍ଚିତ୍ରରେ କାମ କରୁଥିବା ତିନିଜଣ ସୁନ୍ଦରୀ ତରୁଣୀ ଭାଗ ନେବେ ।

  

ଏହି ତରୁଣୀମାନେ ଏହି ବର୍ଷ ଅଗଷ୍ଟ ମାସରେ ଏକ ଜାପାନୀ ଘରୋଇ ଟିଭିରେ ମଧ୍ୟ ଏକ ପାଡ଼ କାର୍ଯ୍ୟକ୍ରମରେ

ଭାଗ ନେଇଥିଲେ । ତେବେ କିଛି ବିଚାରକ ସେମାନଙ୍କ ପାଡ଼ିବା କୌଶଳକୁ ନାପସନ୍ଦ କରିଥିଲେ ଓ ସେମାନେ ଠିକ ଭାବେ ପାଡ଼ି ନ ଥିଲେ ବୋଲି ମତ ଦେଇଥିଲେ । ସେଥିପାଇଁ ଏହି କାର୍ଯ୍ୟକ୍ରମର ଆୟୋଜକମାନେ କହିଛନ୍ତି କି ‘ଏଥର ଏହି ସୁନ୍ଦରୀମାନେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ଦେଖଣାହାରୀଙ୍କ ମନୋରଞ୍ଜନ କରିବାକୁ ଚେଷ୍ଟା କରିବେ ଓ ଜାପାନର ପ୍ରାୟ 12 କୋଟି ପାଡ଼ ପ୍ରଶଂସକମାନଙ୍କୁ ନିରାଶ କରିବେ ନାହିଁ।

 

ଏହି କାର୍ଯ୍ୟକ୍ରମରେ ଭାଗ ନେଉଥିବା ତରୁଣୀ ମାନେ ହେଲେ ରେନୋ ଅଇହିରା, ମିଉ ଆକେମି ଓ ମେରୁ ଇରୋହା । ନିମ୍ନରେ ରେନୋ ଅଇହିରାଙ୍କ ଟ୍ଵିଟ ଦିଆଗଲା । 

 

ଏହି କାର୍ଯ୍ୟକ୍ରମରେ ଉକ୍ତ ଉକ୍ତ ତରୁଣୀମାନେ ଛୋଟ କପଡା ପିନ୍ଧିବା ଅବସ୍ଥାରେ , ସୁଇମ ସୁଟ ପିନ୍ଧିଲା ବେଳେ, କପଡା କାଢିଲା ବେଳେ ପାଡ଼ିବେ, ଯାହା ଦେଖଣାହାରୀଙ୍କ ମନୋରଞ୍ଜନ କରିବା ସହିତ ଏହାକୁ ଭଲ ଭାବେ ଘ୍ରାଣ କରିପାରିବେ ବୋଲି ଆୟୋଜକ ମାନେ କହିଛନ୍ତି ।

 

ଏହି କାର୍ଯ୍ୟକ୍ରମ ଦେଖିବାକୁ ଚାହୁଁଥିବା ବ୍ୟକ୍ତିମାନେ 3,000 ୟେନ (ପ୍ରାୟ 1,734 ଟଙ୍କା) ଦେଇ ଏହାର ଟିକେଟ ଅନଲାଇନରେ କିଣିପାରିବେ। କାର୍ଯ୍ୟକ୍ରମ ସ୍ଥଳରେ ଟିକେଟ କିଣିବା ବ୍ୟକ୍ତିଙ୍କୁ ଆଉ 500 ୟେନ ଅଧିକ ଦେଇ ଟିକେଟ କିଣିବାକୁ ପଡିବ , ଯେଉଁଥିରେ ସେମାନଙ୍କୁ ଏକ ଗ୍ଳାସ ପାନୀୟ ମାଗଣାରେ ମିଳିବ ବୋଲି ଆୟୋଜକମାନେ କହିଛନ୍ତି ।

 

ତେବେ ଆୟୋଜକମାନେ ଏହି କାର୍ଯ୍ୟକ୍ରମ ଦେଖିବାପାଇଁ ଆଗ୍ରହୀ ଦର୍ଶକମାନଙ୍କୁ ସତର୍କ କରାଇ ଦେଇଛନ୍ତି ଯେ ‘ଏହି ତରୁଣୀ ମାନଙ୍କ ଶାରୀରିକ ଅବସ୍ଥା ସୁହାଉ ନ ଥିଲେ, ସେମାନେ ଯେତେ ଚେଷ୍ଟା କଲେ ବି ପାଡ଼ିବା ସେମାନଙ୍କ ପକ୍ଷେ ସମ୍ଭବ ହେଇ ନ ପାରେ।'        

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon