₹4,000ରୁ କମ ଦାମରେ ମିଳୁଛି ଏହି ସ୍ମାର୍ଟଫୋନ

Thursday, October 5, 2017

 

ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ କମ୍ପାନୀ ସ୍ଵାଇପର ଏଲିଟ 2 ପ୍ଲସ (Elite 2 Plus) ମୋବାଇଲରେ ରହିଛି ସେହି ସବୁ ଦରକାରୀ ଫିଚର, ଯାହା ଅନ୍ୟାନ୍ୟ ₹5000 ରୁ ₹7,000 ମୋବାଇଲରେ ଦେଖିବାକୁ ମିଳିଥାଏ।

 

ଏହି ଫୋନରେ 8GB ଆଭ୍ୟନ୍ତରୀଣ ମେମୋରୀ ରହିବା ସହିତ ଏହାର RAM 1GB ରହିଛି, ଯାହାକି ଏହି ଶ୍ରେଣୀ ଓ ଦରର ଫୋନ ପାଇଁ ଉପଯୁକ୍ତ ଲାଗେ । ଏହି ଫୋନର ସାମ୍ନା ଭାଗରେ 5 ମେଗା ପିକ୍ସେଲ କ୍ୟାମେରା ରହିବା ସହିତ ପଛ କ୍ୟାମେରା 8 ମେଗା ପିକ୍ସେଲର ଅଟେ ।

 

ଏଥିରେ ଦୁଇଟି ସିମକାର୍ଡ ରହିବା ପାଇଁ ବ୍ୟବସ୍ଥା ଅଛି, ହେଲେ ଉଭୟ ସିମ ମାଇକ୍ରୋ ହେବା ଜରୁରୀ । ଏଥିରେ 4G ଓ LTE ସୁବିଧା ଥିଲାବେଳେ, VOLTEର ସୁବିଧା ମଧ୍ୟ ରହିଛି । ଏହାଛଡା ଏଥିରେ ଅନ୍ୟାନ୍ୟ ନେଟୱର୍କ ସୁବିଧା ଯେପରିକି wi-fi ଓ ବ୍ଲୁ-ଟୁଥର ସୁବିଧା ରହିଛି।

 

ଏହି ଫୋନର ବ୍ୟାଟେରୀ କ୍ଷମତା 2500 Mah, ଯାହାକି ଏହି ଶ୍ରେଣୀର ଫୋନ ପାଇଁ ଠିକଠାକ ଲାଗେ। ତେବେ ଏହି ବ୍ୟାଟରିକୁ କଢାଯାଇ ପାରିବ ନାହିଁ । ଏ ଫୋନ ଉପରେ ମ୍ୟାନୁଫକଚରିଙ୍ଗ ଜନିତ ତ୍ରୁଟି ପାଇଁ ଏକ ବର୍ଷ ୱାରଣ୍ଟୀ ରହିଛି । 

 

ଏହି ଫୋନରେ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ସଂସ୍କରଣ 6 ଲୋଡ ହେଇଛି ।    

 

କମ୍ପାନୀ 2016 ମସିହାରେ ଏହି ଫୋନକୁ ₹4,300ରେ ବିକ୍ରି ଆରମ୍ଭ କରିଥିଲା । ହେଲେ ଏହି ବର୍ଷଠାରୁ କମ୍ପାନୀ ଦର କମେଇ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି । ଏହି ଫୋନ ଫ୍ଲିପକାର୍ଟ, ଆମାଜନ ଓ ଶପ କ୍ଲୁ (shopclue) ରେ ₹3,699ରୁ ଆରମ୍ଭ କରି ₹3,999 ଦରରେ ବିକ୍ରି ହେଉଛି ।

 

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon