ମଧୁମେହ ଠାରୁ ମୁଣ୍ଡବ୍ୟଥା ନିମନ୍ତେ ପଇଡ ପାଣିର ଉପକାରିତା

Saturday, October 7, 2017

 

ଫଳ ମାନଙ୍କ ମାଧ୍ୟରେ ପଇଡ ଯେପରି ଶ୍ରେଷ୍ଠ ଅଟେ, ଠିକ ସେହିପରି ପଇଡ ମଧ୍ୟରେ ଥିବା ଅମୃତ ସମାନ ପାଣିର ଉପକାରିତା ମଧ୍ୟ ଅନେକ ଥାଏ  । ଏହା ପାଣିର ସ୍ୱାଦ ଯେପରି ମଧୁର ଅଟେ, ଠିକ ସେହିପରି ଏହା ମଧ୍ୟରେ ଅନେକ ଔଷଧି  ଗୁଣ ଭରିରହିଥାଏ ।  ପଇଡ ପାଣିର ପ୍ରଭାବରେ ଶରୀରରେ ଅନେକ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ  । ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ କିଛି ତଥ୍ୟ –
 

-    ପଇଡ ପାଣିରେ ଭରି ରହିଛି ଅନେକ ମାତ୍ରର ଫାଇବର , ଯାହାକି  ଆପଣଙ୍କ ପାଚନ ପ୍ରକ୍ରିୟାକୁ ସୁଦୃଢ କରିବାରେ ବେଶ ସହାୟକ ହୋଇଥାଏ । ଏହା  ପାଣି ଶରୀରରେ ଥିବା ବଦ ହଜମୀ ସମସ୍ୟାକୁ ଦୂର କରିବା ସହ କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
 

-    ପଇଡ ପାଣି ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ । ପଇଡ ପାଣି ଓଜନ ହ୍ରାସ କରିବା ସହ ପାଚନ ପ୍ରକ୍ରିୟାକୁ ସକ୍ରିୟ କରିଥାଏ ।
 

-    ଶରୀରରେ ମ୍ୟାଗ୍ନେସିୟମ ମାତ୍ରା କମ  ରହିଲେ ମ୍ୟଗ୍ରେନ ରୋଗ ହୋଇଥାଏ । ଚିକିତ୍ସକଙ୍କ ମତରେ ଦୈନିକ ଏକ ଗିଲାସ ପଇଡ ପାଣି ପିଇବା ଦ୍ୱାରା ମାଇଗ୍ରେନ ରୋଗରୁ ମୁକ୍ତି ମିଳିବା ସହ ମୁଣ୍ଡ ବ୍ୟଥା ଦୂର ହୋଇଯାଏ ।


-    ପଇଡ ପାଣ ମିଠା ହେବା ସତ୍ତେ୍ୱ ଏହା ପିଇବା ଦ୍ୱାର ମଧୁମେୟ ରୋଗ ନିୟନ୍ତ୍ରିତ ହୋଇଥାଏ ।

   
-     ଏଥିରେ ଭରି ରହିଛି ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ । ଏହା ଦ୍ୱାରା ତ୍ୱଚ୍ଚା ଉଜ୍ୱଳ ହେବା ସହ ଶରୀରରେ ଥିବା କଟା ବା କ୍ଷତ ଚିହ୍ନ ମଧ୍ୟ ଦୂର ହୋଇଯାଏ ।


-    ଏହା ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ବେଶ ସହାୟକ ମଧ୍ୟ ହୋଇଥାଏ ।


-    ଏହା ପିିଇବା ଦ୍ୱାରା ଆଳସ୍ୟ ପଣ ଦୂର କରିଥାଏ ଏବଂ ଦିନ ସାରା କାମ କରିବାକୁ ଶକ୍ତି ପ୍ରଦାନ କରେ  ।


-    ଦୈନିକ ପଇଡ ପାଣି ପିଇବା ଦ୍ୱାରା ହୃଦଜନିତ ସମସ୍ୟା  ହୋଇନଥାଏ । ଏହା ସହ ଶରୀରରେ  ହରମୋନ ଶକ୍ତି ବୃଦ୍ଦି କରିବାରରେ ସହାୟକ ହୋଇଥାଏ , ଏବଂ କ୍ୟାନସର ସୃଷ୍ଟି କରୁଥିବା ସେଲ ଗୁଡିକୁ ନିଷ୍କ୍ରିୟ କରିଦେଇଥାଏ ।

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon