ବଦଳୁଥିବା ସମୟ ସହିତ କେମିତି ବଞ୍ଚେଇବେ ନିଜ ଚାକିରୀ

Tuesday, October 10, 2017

 


ଆଜିକୁ 10 ରୁ 20 ବର୍ଷ ତଳେ ଯେଉଁମାନେ ଶିକ୍ଷା ସମାପ୍ତ କରି ଚାକିରୀ ଖୋଜୁଥିଲେ ସେମାନଙ୍କୁ ସହଜରେ ଚାକିରୀ ଖଣ୍ଡିଏ ମିଳିଯାଉଥିଲା। ପ୍ରତି ଦୁଇ ତିନି ବର୍ଷରେ ଦରମା ବଢିବା ସହିତ ପଦୋନ୍ନତିର ସୁଯୋଗ ମଧ୍ୟ ମିଳିଯାଉଥିଲା । ମୋଟାମୋଟି ଭାବେ ଏକ ସୁଖସୁବିଧା ପୂର୍ଣ୍ଣ ଜୀବନ ଥିଲା।

ହେଲେ ଏବେ ସେଇ ସମୟ ଆଉ ନାହିଁ। କର୍ପୋରେଟ କ୍ଷେତ୍ରରେ ଯେଉଁମାନେ 10-20 ବର୍ଷ ଚାକିରୀ କରି ସାରିଛନ୍ତି, ସେମାନେ ଅନୁଭବ କରୁଛନ୍ତି ଯେ ଚାକିରୀ ଆଉ ସେଭଳି ସୁରକ୍ଷିତ ହେଇ ରହିନାହିଁ। ପୁରୁଣା ଯୁଗରୁ ଚାଲି ଆସୁଥିବା ମନ୍ତ୍ର : ସୁଖଦ ଭବିଷ୍ୟତ ପାଇଁ ଅଧିକ ପରିଶ୍ରମ, ଏବେ ହୁଏତ କାମ କରି ନ ପାରେ।କାରଣ ନୂଆ ନୂଆ ଟେକ୍ନୋଲୋଜିର ଉଦ୍ଭାବନ ଫଳରେ କମ୍ପାନୀ ମାନଙ୍କରେ ସୁପରଭାଇଜର/ମ୍ୟାନେଜର/ଟିମ ଲିଡ଼ର ଭଳି ଚାକିରୀ ସୁଯୋଗର ଆବଶ୍ୟକତା ସେତେଟା ଅନୁଭବ ହେଉ ନାହିଁ ବୋଲି ପ୍ରାୟତଃ 86% ଭାରତୀୟ କମ୍ପାନୀମାନେ ଏକ ସର୍ଭେରେ କହିଛନ୍ତି। ତେବେ ଏଭଳି ପରିସ୍ଥିତିରେ କଣ ଉପାୟ କରି ନିଜ ଚାକିରୀ ବଞ୍ଚେଇ ପାରିବେ ଆସନ୍ତୁ ଜାଣିବା।

ତାଲିମ : ଯଦି ଆପଣ ଗତ 10-15 ବର୍ଷ ହେଲା ଯେଉଁ କାମ କରି ଆସୁଛନ୍ତି, ଏବଂ ସେହିଭଳି କାମ କରି ଅବସର ନେବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହେଇପାରେ। ଉଦାହରଣ ସ୍ୱରୂପ ଆପଣ ଯଦି ଜଣେ ପେଷାଦାର ଆକାଉଣ୍ଟାଣ୍ଟ ଓ GST ସମ୍ବନ୍ଧୀୟ ନୂଆ କର ପ୍ରଣାଳୀ ଜାଣି ନାହାନ୍ତି ବା ସେହି ସମ୍ବନ୍ଧୀୟ ସଫ୍ଟୱେର ଚଲେଇବା ଶିଖି ନାହାନ୍ତି, ତେବେ ଆଗକୁ ଆପଣଙ୍କ ଚାକିରୀ ପ୍ରତି ବିପଦ ଆସିପାରେ। ତେଣୁ ସମୟ ସମୟରେ ଆପଣଙ୍କ କ୍ଷେତ୍ରରେ ଆସୁଥିବା ନୂଆ ଜ୍ଞାନକୌଶଳ ତଥା ଟେକ୍ନୋଲୋଜି ବିଷୟରେ ଖବର ରଖନ୍ତୁ ଓ ସେ ସବୁ ବିଷୟରେ ଜାଣନ୍ତୁ।

ନିଜ ଦକ୍ଷତାର ପ୍ରଦର୍ଶନ ଏକ ଅଧ୍ୟୟନ ଅନୁସାରେ ଏକ ସଫଳ ଚାକିରୀ ଜୀବନର ମୂଳମନ୍ତ୍ର କେବଳ କୁଶଳୀ ହେବା ଉପରେ ନୁହଁ, ବରଂ କେମିତି ଆପଣ ସହକର୍ମୀଙ୍କ ସହିତ କାମ କରୁଛନ୍ତି ତା ଉପରେ ନିର୍ଭର କରିଥାଏ। ଏଣୁ ନିଜର କଥାକୁ କେମିତି ଅନ୍ୟମାନଙ୍କ ଆଗରେ ରଖିବେ ସେ ବିଷୟରେ ଅଭ୍ୟାସ କରନ୍ତୁ। ଯଦି କିଛି ଲୋକ ଆପଣଙ୍କ ସହିତ ଅସହମତ, ତେବେ ଆଲୋଚନା କରି ମଝି ରାସ୍ତା କାଢ଼ନ୍ତୁ। ଆଗକୁ କାମ ଦେଇପାରେ।


କିଛି ନୂଆ କରନ୍ତୁ: କର୍ପୋରେଟ କ୍ଷେତ୍ରରେ ନିଜ ଚାକିରୀକୁ ସୁରକ୍ଷିତ ରଖିବାର ଏକ ମୁଖ୍ୟ କାମ ଦେଉଥିବା ଉପାୟ ହେଲା ସର୍ବଦା କିଛି ନୂଆ କରି ଦେଖେଇବା ପାଇଁ ଚେଷ୍ଟା କରିବା । ସପ୍ତାହକୁ ଅତି କମରେ ଦୁଇ ଘଣ୍ଟା କାଢି ଭାବନ୍ତୁ ଗତ ସପ୍ତାହରେ ଆପଣ କେମିତି କାମ କଲେ, ଆପଣଙ୍କ ଅଭିଜ୍ଞତା କିପରି ରହିଲା ତଥା ନିଜ କାମ କରିବା ଶୈଳୀରେ ଆଉ କଣ ସବୁ ପରିବର୍ତ୍ତନ କରାଯାଇପାରେ। ଏପରି ଚିନ୍ତା କରିବା ଦ୍ୱାରା ଆପଣ ଅନେକ ଛୋଟ ଛୋଟ ସମସ୍ୟାର ସମାଧାନ ପାଇପାରିବେ ଓ କିଛି ନୂଆ କରିବା ପାଇଁ ପ୍ରେରଣା ମିଳିବ।


ଦ୍ୱିତୀୟ କୁଶଳତା : ଯଦି ଆପଣ ଆକାଉଣ୍ଟାଣ୍ଟ ଅଛନ୍ତି, ତେବେ ଷ୍ଟକ ମାର୍କେଟ ବା ମ୍ୟୁଚୁଆଲ ଫଣ୍ଡ ବିଷୟରେ ତଥ୍ୟ ସଂଗ୍ରହ କରନ୍ତୁ ଓ କ୍ଲାଏଣ୍ଟ କୁ କିଛି ପଲିସି ବା ଷ୍ଟକ କିଣିବାରେ ସାହାଯ୍ୟ କରନ୍ତୁ। ଆଇଟି କ୍ଷେତ୍ରରେ କାମ କରୁଥିଲେ କମ୍ପାନୀର ଆୟ କିପରି ବଢିବ ସେ ବିଷୟରେ ପଚାରି ବୁଝନ୍ତୁ ଓ ସେ ସମ୍ପର୍କିତ ଜ୍ଞାନ ଆହରଣ କରନ୍ତୁ। ମୋଟାମୋଟି ଭାବେ ଯାହା କରୁଛନ୍ତି, ତାହା ଛଡ଼ା ଅନ୍ୟ କିଛି ଭବିଷ୍ୟତରେ କରି ପାରିବା ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ।

ନିଜକୁ ଫିଟ ରଖନ୍ତୁ : ନିଜର କୁଶଳତା ବଢ଼େଇବାର ଏକ ସହଜ ଉପାୟ ହେଲା ନିଜକୁ ଫିଟ ରଖିବା। ଟେନିସ, ବ୍ୟାଡମିଣ୍ଟନ ବା ସେହିଭଳି କିଛି ଖେଳ ଖେଳିବା ଦ୍ୱାରା ମନରୁ ନକରାତ୍ମକ ଭାବନା ଦୁରେଇ ସଫଳ ହେବାର ପ୍ରେରଣା ମିଳିଥାଏ।



 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon