ଟଙ୍କାପଇସା ସମସ୍ୟା ଲାଗି ରହୁଛି କି ? ଏହିସବୁ ବାସ୍ତୁ ଉପାୟ କରନ୍ତୁ

Thursday, October 12, 2017

 ଅନେକ ସମୟରେ ଦେଖାଯାଏ ଆପଣ ପଇସା କମେଇବା ପାଇଁ ବହୁତ ପରିଶ୍ରମ କରୁଛନ୍ତି ଓ ପଇସା ପାଉଛନ୍ତି ମଧ୍ୟ, ହେଲେ ମାସ ଶେଷକୁ ଧାରକରଜରେ ବୁଡି ରହୁଛନ୍ତି । ଆପଣ ଯେତେ ମାପିଚୁପି ଚାଲିଲେ ମଧ୍ୟ ଏମିତି କିଛି ସମସ୍ୟା ଆସୁଛି ବା ଘଟଣା ଘଟୁଛି, ଯାହା ଫଳରେ ଆପଣ  ଇଚ୍ଛା ନ ଥାଇ ମଧ୍ୟ ଖର୍ଚ୍ଚ କରୁଛନ୍ତି । ଯଦି ଆପଣଙ୍କର ଆର୍ଥିକ ସମସ୍ୟା ଲାଗି ରହୁଛି ଓ ସେଥିଯୋଗୁଁ  ଆପଣ ସର୍ବଦା ଅଶାନ୍ତ ରହୁଛନ୍ତି, ତେବେ ଆପଣନ୍ତୁ ଏହି ବାସ୍ତୁ ସମ୍ବନ୍ଧିୟ କିଛି ନିୟମ, ଯାହା ଆପଣଙ୍କୁ ଅଜଥା ଖର୍ଚ୍ଚାନ୍ତରୁ ଦେବ ମୁକ୍ତି ।  

 

ମଣିଷ ମନରେ ସବୁବେଳେ ଗୋଟିଏ ଚିନ୍ତା ଥାଏ , କିଭଳି ଭାବରେ ଟଙ୍କା ରୋଜଗାର କରି ନିତ୍ୟାନ୍ତ ଆବଶ୍ୟକ ମେଣ୍ଟିଲା ପରେ ବଳକା ଟଙ୍କାକୁ ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ। ପ୍ରାୟ କେତେକଙ୍କ କ୍ଷେତ୍ରରେ ଭଲ ରୋଜଗାର କଲେ ବି ଟଙ୍କା ସଞ୍ଚୟ ହୋଇପାରେ ନାହିଁ । ତେବେ ଏହି ଆର୍ଥିକ ଜନିତ ସମସ୍ୟାରୁ  ମୁକ୍ତି ପାଇବା ପାଇଁ କିଛି ବାସ୍ତୁ ସମ୍ବନ୍ଧିୟ ନିୟମକୁ ଆପଣାନ୍ତୁ ।

 

-       ପର୍ସରେ ଗୋଟେ ଛୋଟ ଦର୍ପଣ କିମ୍ବା ଅଇନା ଲଗାଇ  ଦିଅନ୍ତୁ , ଯେମିତି କି ପର୍ସ ଭିତରେ ରହୁଥିବା ଟଙ୍କାର ପ୍ରତିଛବି ଅଇନା ଉପରେ ପଡୁଥିବ ।

 

-       ଗରମ ଏବଂ ଥଣ୍ଡା ଜାତୀୟ ବସ୍ତୁ ଏକାଠି ରଖନ୍ତୁ ନାହିଁ ।

 

-       ଅନବରତ ଜଳର ବ୍ୟବହାର କରନ୍ତୁ ନାହିଁ । ଟ୍ୟାପକୁ ଅନବରତ ଖୋଲି ରଖିବା ଦ୍ୱାରା ଅଜଥାରେ ନିଷ୍କାଷିତ ହେଉଥିବା ଜଳ, ଆପଣଙ୍କୁ ଧନ ହାନିର ସୂଚନା ଦିଏ ।

 

-       ଟିଭିକୁ ଡାଇନିଙ୍ଗ ରୁମରେ ନ ରଖି ଅନ୍ୟତ୍ର କେଉଁଠି ରଖନ୍ତୁ ।

 

-       ଘରକୁ ସକାଳେ ଏବଂ ସନ୍ଧ୍ୟାରେ ଝାଡୁ ମାରି ସଫା ରଖନ୍ତୁ । ବାସ୍ତୁ ଅନୁଯାଇ ଏହା ଦ୍ୱାରା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

 

-       ଫ୍ରିଜ ଉପରେ ମାଇକ୍ରୋୱେଭ ଏବଂ ଓଭାନ ଭଳି  କୌଣସିି ଓଜନିଆ ବସ୍ତୁ ରଖନ୍ତୁ ନାହିଁ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon