ପ୍ରଥମ ରୋବଟ ମାଲିସ ଯନ୍ତ୍ର 'ଏମା'ର କାର୍ଯ୍ୟାରମ୍ଭ

Saturday, October 14, 2017

 

 

ବିଶ୍ଵର ଅନ୍ୟତମ ବିକାଶିତ ରାଷ୍ଟ୍ର ସିଙ୍ଗାପୁରରେ ଏଇ ସପ୍ତାହରେ ଏକ ରୋବଟ ମସାଜ ସିଷ୍ଟମ ବା ରୋବଟ ମାଲିସବାଲା କାର୍ଯ୍ୟ ଆରମ୍ଭ କରିଛି । ଏହି ରୋବଟର ପୁରା ନାଁ Expert  Manipulative  Massage  System (EMMA )। ଏହି ମେସିନ ରେ ଲାଗିଥିବା ମଣିଷ ଚମଡା ପରି ସିଲିକାନ ହାତ ଓ ପାପୁଲି ଏବଂ ଏଥିରେ ଷ୍ଟୋର କରାଯାଇଥିବା ମଣିଷ ମାଂସପେଶୀ ର ଅସଂଖ୍ୟ ଡାଟା ଏବଂ କିଛି ଇଣ୍ଟରନେଟ ଦ୍ୱାରା ପ୍ରାପ୍ତ ସନ୍ଦେଶକୁ ନେଇ ଏହା କାର୍ଯ୍ୟ କରିଥାଏ ।

 

ସିଙ୍ଗାପୁରର ନାନ୍ୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭରସିଟିର କିଛି ପୂର୍ବତନ ଛାତ୍ରଙ୍କ ଷ୍ଟାର୍ଟ ଅପ କମ୍ପାନୀ AiTreat ର ଏହା ହେଉଛି ତୃତୀୟ ସଂସ୍କରଣ । ସେମାନେ ଦୁଇ ବର୍ଷ ତଳେ ଏହି କମ୍ପାନୀ ତିଆରି କରିଥିଲେ । ଏହାଛପରେ ଚୀନ , ସିଙ୍ଗାପୁର ଓ ଯୁକ୍ତରାଷ୍ଟ୍ର ଆମେରିକାର କିଛି ନିବେଶକଙ୍କ ଠାରୁ ପୁଞ୍ଜି ପାଇବା ପରେ ଏମା'ର ଗବେଷଣା ପାଇଁ ଲାଗିପଡ଼ିଥିଲେ ଓ ଶେଷରେ ସଫଳ ହେଇଥିଲେ ।

 

ଏହି ମାଲିସ ଯନ୍ତ୍ରରେ ଅନେକ ଗୁଡ଼ିଏଏ ସେନ୍ସର ଲାଗିଛି , ଯାହା ଫଳରେ ଏହା ମଣିଷର ମାଂସପେଶୀ ଓ ଟିସୁର କଠିନତା ବା ନରମତ୍ଵ ମାପି ସେହି ହିସାବରେ ମାଲିସ କରିଥାଏ । ଏଥିରେ ଏକ ବଡ ଯାନ୍ତ୍ରିକ ହାତ ଲାଗିଛି , ଯାହା ଉପର, ତଳ , ଡାହାଣ , ବାମ ତଥା ଆଗକୁ ପଛକୁ ଆରାମସେ ବୁଲିପାରେ । ଏଥିରେ ଥିବା   ଟଚ ସ୍କ୍ରିନ ସାହାଯ୍ୟରେ ଏଥିରେ ମାଲିସର ବିଭିନ୍ନ ସ୍ତର ଚୟନ କରିହେବ ।

 

ସିଙ୍ଗାପୁରର ଏକ ସ୍ୱତନ୍ତ୍ର ଗୃହରେ 'ଏମା'କୁ ଅବସ୍ଥାପିତ କରାଯାଇଛି , ଯାହାର ଦୁଇପଟେ ଦୁଇଟି ଖଟ ପଡିଛି , ଗୋଟିଏ ପଟେ 'ଏମା' ମାଲିସ କରୁଥିବା ବେଳେ ଅନ୍ୟପଟେ ଆଉ ଜଣେ ସହାୟିକା/ସହାୟକ ଆଉ ଜଣେ ଗ୍ରାହକଙ୍କୁ ଏଥିପାଇଁ ପ୍ରସ୍ତୁତ କରାନ୍ତି । ଏହାର ପ୍ରଚଳନ ବେଳେ ପ୍ରଥମେ ଅନେକ ଗ୍ରାହକ 'ଏମା'ର ମାଲିସ ନେବାକୁ ଡରୁଥିଲେ , କାରଣ ବିଭିନ୍ନ ଭୁତ ଚଳଚ୍ଚିତ୍ର ଦେଖି ସେମାନେ କିଛି ଅଘଟଣ ହେବ ବୋଲି ଆଶଙ୍କା କରୁଥିଲେ । ହେଲେ ଏହାର ବ୍ୟବହାର କରିସାରିବା ପରେ ସେମାନେ ଏହାକୁ ଆଦୃତ କରିବା ପାଇଁ ଖୁସିରେ ରାଜି ହେଇଥିଲେ , ଏହାର ପରିଚାଳକ କାଳିଷ୍ଟା ଲିମ , ଚାନେଲ ନ୍ୟୁଜ ଏସିଆକୁ ଏକ ସାକ୍ଷାତକାରରେ କହିଛନ୍ତି ।

 

ଏହିଭଳି ରୋବଟର ପ୍ରଚଳନ ଫଳରେ ଆଗକୁ ଶସ୍ତାରେ ମାଲିସ ସେବା ପ୍ରଦାନ କରିହେବ , ଯାହା ଭାରତୀୟ ଉପମହାଦେଶର ଅନେକ ଦେଶ ସହିତ ଆହୁରି ଅନେକ ଗରିବ ରାଷ୍ଟ୍ରର ବୃଦ୍ଧ ଜନତାଙ୍କ  ସେବାରେ ଲାଗି ପାରିବ ବୋଲି ଏହାର ନିର୍ମାତା ମାନେ କହିଛନ୍ତି ।      

         

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon