ସଫଳ ଯୌନଜୀବନ ପାଇଁ ଉପକାରୀ ସଜନା ଶାଗ

Tuesday, October 17, 2017

 

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପୁରୁଷଙ୍କ ଯୌନ ସଂଭୋଗ କ୍ଷମତା ଧୀରେ ଧୀରେ ହ୍ରାସ ପାଉଛି । ତେବେ ଏଥିପାଇଁ ବ୍ୟତିବ୍ୟସ୍ତ ଜୀବନ ଅପେକ୍ଷା ନୀତିଦିନିଆ ଖାଦ୍ୟର କୁପ୍ରଭାବ ପୁରୁଷମାନଙ୍କ ସଂଭୋଗ କ୍ଷମତା କମିବା ପାଇଁ ଦାୟୀ । ତରବରରେ କ’ଣ ଦିଟା ଖାଇଦେଇ ଅଫିସ ହେଉ ବା କଲେଜ ବାହାରି ଯିବାର ଅଭ୍ୟାସ ଆମ ଶରୀର ଓ ଗୁପ୍ତାଙ୍ଗ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଫଳରେ ପୁରୁଷମାନଙ୍କ ସଂଭୋଗ କ୍ଷମତା କମିଥାଏ ।

 

ତେବେ ଏଥିପାଇଁ ଅନେକ ବ୍ୟକ୍ତି ବଜାରରେ ମିଳୁଥିବା ଆଧୁନିକ ଔଷଧ ଆଣି ବ୍ୟବହାର କରିଥାନ୍ତି । ଏହିସବୁ ଔଷଧ ତୁରନ୍ତ ଫଳ ପ୍ରଦାନ କରିଥାଏ ସତ, ହେଲେ ଏହାର ପାର୍ଶ୍ଵ ପ୍ରତିକ୍ରିୟା ବା ସାଇଡ ଇଫେକ୍ଟ ବହୁତ ଅଧିକ । ଏହିସବୁ ଔଷଧ ଶରୀରରେ ହୃଦରୋଗରେ କାରଣ ହେଇ ପାରେ । ତେବେ ଏହି ସମସ୍ୟାର ଏକ ଶସ୍ତା ଓ ସୁବିଧା ସମାଧାନ ହେଲା ସଜନା ଶାଗ ଓ ଛୁଇଁର  ନିୟମିତ ସେବନ ।     

 

ଏହା ମଣିଷର ସେକ୍ସ ପାୱାରକୁ ବଢାଇଥାଏ । ପୁରୁଷଙ୍କ ଶୁକ୍ରାଣୁ ବଡାଇବା ସହ ଔରସକୁ ଗାଢ କରିବାରେ ବେଶ ମଧ୍ୟ ସହାୟକ ହୁଏ ।

 

ଏହାବାଦ ସଜନା ଶାଗର ଅନ୍ୟାନ୍ୟ ଉପଯୋଗୀତା ମଧ୍ୟ ରହିଛି ।

 

-୫ଗ୍ଲାସ କ୍ଷୀରରେ ଯେତିକି ଭିଟାମିନ ରହିଛି, ୧୦୦ ଗ୍ରାମ ସଜନା ଶାଗରେ ସେହି ପରିମାଣରେ ଭିଟାମିନ ଭରି ରହିଥାଏ ।

 

--ଗୋଟାଏ ଲେମ୍ବୁ ତୁଳନାରେ ଏଥିରେ ୫ଗୁଣା ଭିଟାମିନ ସି ରହିଥାଏ । ଏହା ସହ ପ୍ରୋଟିନ, ପୋଟାସିୟମ, ଆଇରନ, ମ୍ୟାଗନେସିୟମ ଓ ବି କମ୍ପେ୍ଲସ ଭଳି ପ୍ରଚୁର ଭିଟାମିନ ଭରି ରହିଛି ।

 

--ଏହି ପତ୍ରକୁ ଗ୍ରାଇଣ୍ଡିଙ୍ଗ କରି ଏହାର ରସକୁ ପିଇଲେ ଡାଇରିୟା, ହଇଜା, ଜଣ୍ଡିସ, ଆମାଶୟା ଭଳି ରୋଗ ଭଲ ହୋଇଥାଏ । ଏହାର ଛଇଁ ଓ ପତ୍ରକୁ ପାଣିରେ ସିଝାଇ ତାର ବାମ୍ପକୁ ଶୁଙ୍ଘିଲେ ଥଣ୍ଡାରୋଗୀର ଶ୍ୱାସକ୍ରିୟାରୁ ଆରାମ ମିଳିଥାଏ । ଗର୍ଭବସ୍ଥାରେ ସଜନା ଫଳ ଏବଂ ଛୁଇଁ ଖାଇଲେ ଉଭୟ ମାଁ ଏବଂ ପିଲା ପାଇଁ ଲାଭଦାୟକ ହେଇଥାଏ ।

--କୋଷ୍ଟକାଠିନ୍ୟ ଏବଂ ମଳକଣ୍ଟକ ଭଳି ରୋଗ ପାଇଁ ଏହା ଉତ୍ତମ ଔଷଧୀୟ ଅଟେ ।

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon