ZTEର ଡୁଆଲ ସ୍କ୍ରିନ ଫୋନ

Wednesday, October 18, 2017

 ଆଜିକାଲି ଯୁବପିଢିମାନଙ୍କ ମଧ୍ୟରେ ସ୍ମାର୍ଟଫୋନ ଚାହିଦା ବଢିଥିବା ବେଳେ, ମୋବାଇଲରେ ଭିଡିଓ ଦେଖିବା ତଥା ବିଭିନ୍ନ ଟିଭି ପ୍ରୋଗ୍ରାମ ଦେଖିବା ମଧ୍ୟ ଆଦୃତ ହେଉଛି । ତେବେ ବେଳେବେଳେ ଭିଡିଓ ଦେଖିବା ପାଇଁ ସ୍ମାର୍ଟଫୋନ ସ୍କ୍ରିନ ଛୋଟ ଲାଗେ । ଏହାର କାରଣ ବଜାରରେ ମିଳୁଥିବା ଅଧିକାଂଶ  ସ୍ମାର୍ଟଫୋନ ସ୍କ୍ରିନ ଆକାର 3.5 ଇଞ୍ଚରୁ ଆରମ୍ଭ କରି 5 ଇଞ୍ଚ ଯାଏଁ ଥାଏ । ଅଳ୍ପ କିଛି ଫୋନର ଆକାର 5.5 ଇଞ୍ଚ ହେଇଥାଏ । ଏତିକି ଛୋଟ ସ୍କ୍ରିନରେ ଫିଲ୍ମ, ଭିଡିଓ ବା କ୍ରିକେଟ ଖେଳ ଦେଖିବା ବେଳେବେଳେ ଅସହଜ ମନେହୁଏ ।


ହେଲେ ଆମେରିକୀୟ ସ୍ମାର୍ଟଫୋନ କମ୍ପାନୀ ZTE ଏବେ ଏଭଳି ଫୋନ ଆଣିଛି ଯାହାର ସ୍କ୍ରିନ ଆକାର 10ଇଞ୍ଚ ରୁ ଅଧିକ ଓ ଏହାକୁ ନେବା ଆଣିବା ମଧ୍ୟ ସହଜ , କାରଣ ଏହାର ସ୍କ୍ରିନକୁ ସହଜରେ ଫୋଲ୍ଡ ବା ଭାଙ୍ଗି ଛୋଟ କରିହେବ ତଥା ଇଚ୍ଛା ଅନୁସାରେ ବଡ କରିହେବ ।

 

ମଙ୍ଗଳବାର ସନ୍ଧ୍ୟାରେ ଆମେରିକାର ଏକ ଟେକ୍ନୋଲୋଜି ସମ୍ପର୍କିତ ପ୍ରଦର୍ଶନୀରେ ZTE ତାର ଏହି ନୂଆ ଫୋନ AXON M କୁ ଉନ୍ମୋଚିତ କରିଥିଲା । ଏହି AXON M ବିଷୟରେ ସୂଚନା ଦେଇ କମ୍ପାନୀ କହିଥିଲା ଯେ ଏଥିରେ ଦୁଇଟି କାମ ଏକା ସାଙ୍ଗରେ କରିପାରିବାର କ୍ଷମତା ରହିଛି, ଯେପରିକି କୌଣସି ଇମେଲ ପଢିବା ସହିତ ୟୂ-ଟୂବ ଭିଡିଓ ଦେଖିବା । ଏହି ଫୋନ 2018ରେ ବିଶ୍ଵର ସବୁ ଦେଶରେ ଉପକବ୍ଧ ହେବ ବୋଲି କମ୍ପାନୀ କହିଛି ।

 ଏହି ଫୋନର ଦୁଇଟି ସ୍କ୍ରିନକୁ ଏକ ସହିତ ସିଧା କରି ଧରିଲେ, ଲାଗିବ ଆପଣ ଯେମିତ ଏକ ଟାବଲେଟ ଧରିଛନ୍ତି । ଏହାକୁ ଆପଣ ଏକ ଫୋଲ୍ଡ ହେଇପାରୁଥିବା ଟାବଲେଟ ମଧ୍ୟ କହିପାରନ୍ତି । ଏହି ଫୋନର ମୁଖ୍ୟ ସ୍କ୍ରିନର ସାମ୍ନା ଭାଗରେ ଗୋଟିଏ କ୍ୟାମେରା ଲାଗିଛି ଓ ପଛପଟେ କୌଣସି କ୍ୟାମେରା ନାହିଁ । ତେବେ ପଛ ଫୋଟୋ ନେବାକୁ ଚାହୁଁଥିଲେ ଆପଣ ମୁଖ୍ୟ ସ୍କ୍ରିନକୁ ଓଲଟାଇ ପଛ ସ୍କ୍ରିନରେ ଚିତ୍ର ଦେଖି ଫୋଟୋ ଉଠାଇ ପାରିବେ । ଏଥିପାଇଁ ZTE ସ୍କ୍ରିନରେ 20 ମେଗାପିକ୍ସେଲର କ୍ୟାମେରା ଲାଗିଛି।

 

ଫୋନର କାର୍ଯ୍ୟ କ୍ଷମତା ବଢେଇବାକୁ ZTE ଏଥିରେ ସ୍ନାପଡ୍ରାଗନ 821 ପ୍ରୋସେସର ବ୍ୟବହାର କରିଛି , ଯାହା ଗୁଗୁଲର ଦାମୀ ଫୋନ ପିକ୍ସେଲରେ ମଧ୍ୟ ବ୍ୟବହାର କରାହେଇଛି । ଫୋନର ବ୍ୟାଟେରୀ କ୍ଷମତା 3180 MAH ଥିବାବେଳେ , ଏହାର  ତ୍ଵରିତ ଚାର୍ଜିଂ ବ୍ୟବସ୍ଥାରେ 30 ମିନିଟରେ 50 ପ୍ରତିଶତ ରିଚାର୍ଜ ହେଇପାରିବ । ଏହାର ସ୍କ୍ରିନ ପାଇଁ ଗୋରିଲା ଗ୍ଳାସ 5 ବ୍ୟବହାର ହେଇଛି । ଆମେରିକାରେ ଏହାର ଦର ₹47,500 ରଖାଯାଇଛି ।

 

ବିଭିନ୍ନ ଫୋନ ସମୀକ୍ଷକଙ୍କ ମତରେ ଏହି ଫୋନର ଦ୍ଵିତୀୟ ସ୍କ୍ରିନ ପାଇଁ ଏହାର ବ୍ୟାଟେରୀ ସହଜରେ ସରି ଯାଇପାରେ । ତେବେ ଏ ସମ୍ପର୍କରେ ଅଧିକ ସୂଚନା ଫୋନର ବଜାର ବିକ୍ରି ହେଲା ପରେ ଦେଇହେବ  ବୋଲି ସେମାନେ କହିଛନ୍ତି ।

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon