ଗର୍ଭାବସ୍ଥାରେ କିପରି ଶୋଇବେ

Monday, November 6, 2017

 

 ମାଁ ହେବା ଦୁନିଆର ସବୁଠାରୁ ବଡ ଅନୁଭୁତି । ଏହି ଅନୁଭୁତି ପାଇଁ ମାଁକୁ ଅନେକ କଷ୍ଟର ସମ୍ମୁଖୀନ ହେବାକୁ ପଡିଥାଏ । ଗର୍ଭବସ୍ଥା ସମୟରେ ଶରୀରରେ ଅନେକ ପରି୍ବର୍ତ୍ତନ ଆସିଥାଏ । ଏଥିପାଇଁ ମହିଳାମାନଙ୍କୁ ନିଦ ପାଇଁ ବେଶ ଧ୍ୟାନ ଦେବା ଜରୁରୀ । ପେଟର ଆକାର ବଢିବା ଯୋଗୁଁ ଚଲାବୁଲା କରିବା ତଥା ବସିବାରେ ଆସୁବିଧା ଉପୁଜୁଥାଏ । ଖାସ୍ କରି ଶୋଇବା ସମୟରେ ଗର୍ଭବତ୍ତୀଙ୍କୁ ବିଶେଷ ଭାବେ ଧ୍ୟାନ ଦେବାକୁ ପଡିଥାଏ । ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ଶୋଇବା ସମୟରେ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ ।

 

୧- ପେଟ ଉପରେ ଅଧିିକ ଭାର ଦିଅନ୍ତୁ ନାହିଁ – ଗର୍ଭାବସ୍ଥାରେ ମାଁ ଶରୀର ଛୁଆର ଆଶ୍ରୟସ୍ଥଳୀ ହୋଇଥାଏ । ଏଥିପାଇଁ ଗର୍ଭାବସ୍ଥା ମହିଳାମାନଙ୍କୁ ଶୋଇବାର ଢଙ୍ଗ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଖାସ କରି ଶୋଇବା ସମୟରେ ଶରୀର ଅଧିକ ସମୟ ଯାଏଁ ଗୋଟିଏ ପୋଜିସନରେ ରହେ । ତେଣୁ ଗର୍ଭାବତୀମାନେ ଶୋଇବା ସମୟରେ ଧ୍ୟାନ ଦେବେ ଯେପରି ପେଟ ଉପରେ ଅଧିକ ପଡିବ ନାହିଁ । କରମ ଏହା ଦ୍ୱାରା ପେଟରେ ଥିବା ଶିଶୁ ଉପରେ ଖରାପ ପ୍ରଭାବ ପଡିଥାଏ ।

 

୨- ଶୋଇବା ପୋଜିସନ ଉପରେ ପ୍ରତିଧ୍ୟାନ ଦିଅନ୍ତୁ – ଗର୍ଭାବସ୍ଥାରେ ବାମକଡକୁ ମୁହଁ କରି ଶୋଇବା ଭଲ । ବାମ ପଟକୁ ମୁହଁ କରି ଶୋଇବା ଦ୍ୱାରା ଉଭୟ ମାଁ ଓ ଶିଶୁର ଶରୀରରେ ଠିକ ଭାବେ ରକ୍ତ ପ୍ରଭାବିତ ହୋଇଥାଏ । ଛୁଆକୁ ମଧ୍ୟ ଠିକ ପରିମାଣରେ ଅମ୍ଳଜାନ ମିଳିଥାଏ । ଏହାଦ୍ୱାରା ଶିଶୁ ଉପରେ ଖରାପ ପ୍ରଭାବ ପଡି ନ ଥାଏ ।

 

୩- ଶୋଇବାର ଠିକ୍ ପୂର୍ବରୁ ପାଣି ପିଅନ୍ତୁ ନାହିଁ - ଶୋଇବାର ଠିକ୍ ପୂର୍ବରୁ ପାଣି ପିଅନ୍ତୁ ନାହିଁ । ଶୋଇବା ପୂର୍ବରୁ ପାଣି ପିଇଲେ ରାତିରେ ଉଠି ବାଥରୁମ ଯିବାର ପଡିପାରେ । ଏଥିପାଇଁ ଶୋଇବାର ୧ ଘଣ୍ଟା ପୂର୍ବରୁ ପାଣି ପିଅନ୍ତୁ ।

 

୪- ଅଧିକ ଷ୍ଟ୍ରେସ୍ ନିଅନ୍ତୁ ନାହିଁ - ଗର୍ଭାବସ୍ଥାରେ ଚିନ୍ତା ଆପଣଙ୍କର ନିଜର ବଡ ଶତ୍ରୁ ହୋଇଥାଏ । କିନ୍ତୁ ଏହା ଆପଣଙ୍କର ହେବାକୁ ଥିବା ଶିଶୁ ପାଇଁ ଭଲ ନୁହେଁ । ଭଲ ନିଦ ପାଇଁ ମନ ପସନ୍ଦର ଗୀତ ଶୁଣନ୍ତୁ । ଭଲ ବହି ପଢିପାରିବ ଏବଂ କମେଡି ସିନେମା ମଧ୍ୟ ଦେଖିପାରିବେ ।

 

୫- ଆରମ ଦାୟକ ପୋଷାକ ପଢନ୍ତୁ – ଗର୍ଭାବସ୍ଥାରେ ଢିଲା ସୂତାବସ୍ତ୍ର ପିନ୍ଧନ୍ତୁ । ଅଧିକ ଟାଇଟ ପୋଷାକ ପିନ୍ଧିଲେ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ସୃଷ୍ଟି କରିଥାଏ ।

 

୬- ଶୋଇବା କକ୍ଷର ତାପମାତ୍ରା ଠିକ୍ ରହିବା ଆବଶ୍ୟକ- ଗର୍ଭାବତୀଙ୍କ ଶୋଇବା କକ୍ଷ ଅଧିକ ଥଣ୍ଡା କିମ୍ବା ଅଧିକ ଗରମ ହୋଇନଥିବା ଆବଶ୍ୟକ । ରୁମ ସର୍ବଦା ସଠିକ ତାପମାତ୍ରା ରହିଲେ ଭଲ ନିଦ ହୋଇଥାଏ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon