ଦିବାସ୍ଵପ୍ନ ଦେଖୁଛନ୍ତି ? ତେବେ ଆପଣ ସୃଜନଶୀଳ ଏବଂ ଦକ୍ଷ

Tuesday, November 7, 2017

 କୌଣସି ସଭାସମିତି ବା ବୈଠକ ଚାଲୁଥିବା ବେଳେ ଆପଣେ ସ୍ୱପ୍ନରେ ହଜିଯାଉଛନ୍ତି କି ? ତେବେ ଏଥିରେ ସୂଚନା ମିଳୁଛି ଯେ, ଆପଣ ଫୂର୍ତ୍ତବାଜ ଓ ଅଧିକ ସୃଜନଶୀଳ । ଯେଉଁ ଲୋକମାନଙ୍କର ମସ୍ତିଷ୍କ ଦକ୍ଷ, ସେମାନେ ନିଜ ମସ୍ତିଷ୍କକୁ ବିଭିନ୍ନ ଚିନ୍ତାଧାରରୁ ଦୂରେଇ ଦେଇପାରନ୍ତି ନାହିଁ ବୋଲି ଆମେରିକାର ଜର୍ଜିଆ ଇନଷ୍ଟିଚ୍ୟୁଟ ଅଫ ଟେକନୋଲଜି ସହେଯାଗୀ ମନସ୍ତତ୍ତ୍ୱବିତ ଏରିକ ଶୁମାକର ପ୍ରକାଶ କରିଛନ୍ତି ।

 

ପାଖାପଖୀ ୧୦୦ ଲୋକ MRI (ଏମଆରଆଇ) ମେସିନ ଉପରେ ଶୋଇଥିବା ବେଳେ ଗବେଷକମାନେ ସେମାନଙ୍କ ଆବସ୍ଥାକୁ ପରୀକ୍ଷା କରି ଦେଖିଛନ୍ତି ଓ ଏହିଭଳି ମତ ପ୍ରକାଶ କରିଛନ୍ତି  । 

 

ଅଂଶ ଗ୍ରହଣକାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ବସ୍ତୁ ଉପରେ ୫ମିନିଟ ପର୍ଯ୍ୟନ୍ତ ଦୃଷ୍ଟିନିବଦ୍ଧ କରିବାକୁ କୁହାଯାଇଥିଲା । ମସ୍ତିଷ୍କର କେଉଁ ଅଂଶ ଏକାଗ୍ରତା ପାଇଁ ଦାୟୀ ତାହାକୁ ଗବେଷକମାନେ ଚିହ୍ନଟ କରିଥିଲେ । ଜାଗ୍ରତ ସମୟରେ ମସ୍ତିଷ୍କର ଏକ ନିର୍ଦ୍ଦିଷ୍ଟ ଅଂଶ ଆମର ଅନ୍ତ ଦୃଷ୍ଟି ଜାଗ୍ରତ କରାଏ ବୋଲି ଜର୍ଜିଆ ଇନଷ୍ଟିଚ୍ୟୁଟ ଅଫ ଟେକନୋଲଜିର ପିଏଚଡି ଛାତ୍ର  କ୍ରିଷ୍ଟାଇନ ଗଡୱିନ ପ୍ରକାଶ କରିଛନ୍ତି ।

 

ଦୈନଦିନ ଜୀବନରେ କେତେଥର ସେମାନଙ୍କ ମସ୍ତିଷ୍କ ଅନ୍ୟମନଷ୍କ ରହେ ସେ ସମ୍ପର୍କିତ ଏକ ପ୍ରଶ୍ନବଳୀର ଉତ୍ତର ଲେଖିବାକୁ ଅଂଶଗ୍ରହଣ କାରୀମାନଙ୍କୁ କୁହାଯାଇଥିଲା । ଯେଉଁ ବ୍ୟକ୍ତି ସର୍ବାଧିକସ୍ତର ଦିବା ସ୍ୱପ୍ନରେ ମସଗୁଲ ରହୁଥିଲେ, ସେମାନେ ଅଧିକ ବୁଦ୍ଧିମାନ ଏବଂ ସୃଜନଶୀଳ ବୋଲି ସେମାନଙ୍କୁ ଅଧିକ ନମ୍ବର ପ୍ରଦାନ କରାଯାଇଥିଲା । ସେମାନଙ୍କର ମସ୍ତଷ୍କ ଅଧିକ ଦକ୍ଷ ବୋଲି ଏମଆରଆଇ ମେଶିନରୁ ଜଣାପଡିଥିଲା ।

 

ଅନେକ କ୍ଷେତ୍ରରେ ଲୋକମାନଙ୍କ ମନରେ ଏକ ଧାରଣ ଥାଏ କି, ଚାରି ଆଡେ ମୁଣ୍ଡ ଖେଳାଇବା ଦ୍ୱାରା ମନୁଷ୍ୟ ଅନ୍ୟମନଷ୍କ ରହେ ଏବଂ କୌଣସି୍ ନିର୍ଦ୍ଦିଷ୍ଟ କାମକୁ ଠିକ୍ ସେ ମନ ଧ୍ୟାନ ଦେଇ କରିପାରିନଥାଏ । କିନ୍ତୁ ମିଳିଥିବା ତଥ୍ୟ ମୁତାବକ ଗବେଷକମାନେ କହିଛନ୍ତି ଯେ, ଏହା ସବୁବେଳେ ସତ୍ୟ ହୋଇ ନ ଥାଏ । କେତେକ ଲୋକଙ୍କର ଅଧିକ ଦକ୍ଷତା ମସ୍ତିଷ୍କରେ ରହିଛି । ଅଧିକ ଦକ୍ଷ ଅର୍ଥ ସମ୍ପୃକ୍ତି ବ୍ୟକ୍ତି ଅଧିକ ଭାବିପାରନ୍ତି । ସହଜରେ କାମ କରୁଥିବା ବେଳେ ଦକ୍ଷ ମସ୍ତିଷ୍କ ବିଭିନ୍ନ ଆଡେ ଘୂରି ବୁଲୁଥାଏ  ବୋଲି ଶୁମାକର ତାଙ୍କ ଏହି ଗବେଷଣା ପରେ ପ୍ରକାଶ କରିଛନ୍ତି ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon