ଏହି ସବୁ କାରଣରୁ ସ୍ମାର୍ଟଫୋନ ବ୍ୟାଟେରୀ ଗରମ ଓ ଖରାପ ହେଇଥାଏ

Wednesday, November 15, 2017

ଆଜିକାଲି ସ୍ମାର୍ଟଫୋନରେ ବ୍ୟାଟେରୀ ଠିକ ସେ କାମ ନ କରିବା ଏକ ସାଧାରଣ ଅଭିଯୋଗ । ଯେତେ ଦାମୀ ଫୋନ ହେଲେ ବି ଫୋନରେ ଅଧିକ ସମୟ ଧରି ଭିଡିଓ କଲ କଲେ ବା ଭିଡିଓ ଦେଖିଲେ କିମ୍ବା ଅଧିକ ସମୟ ଧରି କଥା ହେଲେ ବ୍ୟାଟେରୀ ସରିଯାଇଥାଏ । ଏହି ଅସୁବିଧା ପାଇଁ ବହୁ ବ୍ୟକ୍ତି ଫୋନ ସହିତ ଏକ ପାୱାର ବ୍ୟାଙ୍କ ଧରି ବୁଲନ୍ତି ।

 

ତେବେ ଏହିପରି ଅନେକ ପାୱାର ବ୍ୟାଙ୍କ ଅଛି ଯାହା ଆପଣଙ୍କୁ ଦରକାର ବେଳେ ସାହାଯ୍ୟ କରିଥାଏ ସତ ହେଲେ ଏହା ଆପଣଙ୍କ ଫୋନ ବ୍ୟାଟେରୀର କାର୍ଯ୍ୟଦକ୍ଷତାକୁ କମ କରିଥାଏ । ଏଣୁ ନିଜ ଫୋନ ବ୍ୟାଟେରୀର କାର୍ଯ୍ୟକ୍ଷମତା ବଢେଇବା ପାଇଁ ଆପଣଙ୍କୁ ନିଜେ ସାବଧାନ ହେବାକୁ ପଡିବ । ଅନେକ ସମୟରେ ଦେଖାଯାଏ ବ୍ୟବହାରକାରୀଙ୍କ ଅସାବଧାନତାରୁ  ବ୍ୟାଟେରୀ ଦୁର୍ବଳ ହେବ ସହିତ ଫୋନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ (ଫୋନ ଗରମ ହେବା ବା ଫାଟିଯିବା ଇତ୍ୟାଦି) ।

 

ଏଥିପାଇଁ ଆସନ୍ତୁ ଜାଣିବା ଏହିପରି କିଛି ଟିପ୍ସ ଯାହା ଆପଣଙ୍କ ବ୍ୟାଟେରୀକୁ ସୁରକ୍ଷା ଦେବା ସହିତ ଆପଣଙ୍କ ଫୋନକୁ ମଧ୍ୟ ସୁରକ୍ଷିତ ରଖିଥାଏ।

 

--ସପ୍ତାହକୁ ଅତିକମରେ ଥରେ ଫୋନ ସୁଇଚ ଅଫ କରନ୍ତୁ । ଆପଣଙ୍କ ସ୍ମାର୍ଟଫୋନ ଏକ ମିନି କମ୍ପ୍ୟୁଟର ଭଳି । ଏଣୁ ଏହାର ସଠିକ ପରିଚାଳନା ପାଇଁ ଏହାକୁ ମଝିରେ ବନ୍ଦ ରଖିବା ଆବଶ୍ୟକ । ଯଦି ଆପଣଙ୍କ ଫୋନ ଆପଣଙ୍କ ପାଇଁ ନିହାତି ଜରୁରୀ, ତେବେ ଅନ୍ତତଃ ରାତିରେ ଚାର୍ଜ କରିବା ସମୟରେ ଥରେ ଫୋନ ବନ୍ଦ ରଖନ୍ତୁ ।

 

---କୌଣସି ଗେମ ଖେଳିବା ପରେ ବା ଇଣ୍ଟରନେଟର ଅତ୍ୟଧିକ ବ୍ୟବହାର ପରେ ଯଦି ଫୋନ  ଗରମ ହେଉଛି ,ତେବେ ଏହାକୁ କିଛି ସମୟ ପାଇଁ ସୁଇଚ ଅଫ କରନ୍ତୁ । ଫୋନ ତାପମାତ୍ରା କମିବା ପରେ ପୁଣି ଫୋନ ଅନ କରନ୍ତୁ ।

 

--ମୋବାଇଲ କେବଳ ନିଜ ଚାର୍ଜରରେ ଚାର୍ଜ କରନ୍ତୁ । ଅନେକ ସମୟରେ ଦେଖାଯାଏ ଲୋକମାନେ ଏକାଭଳି ଦିଶୁଥିବା ଯେକୌଣସି ଚାର୍ଜରରେ ଫୋନ ଚାର୍ଜ କରିଥାନ୍ତି । ଏଭଳି କରିବା ଆଦୌ ବାଞ୍ଛନୀୟ ନୁହେଁ ।କାରଣ ଆପଣଙ୍କ ଫୋନର ବ୍ୟାଟେରୀ କ୍ଷମତା ଅନୁସାରେ ସେହି  ଭୋଲ୍ଟ ର ଚାର୍ଜର ଆସିଥାଏ । ଅନ୍ୟ କୌଣସି ଚାର୍ଜରରେ ନିୟମିତ ଚାର୍ଜ କରେଇଲେ, ବିଦ୍ୟୁତ ଭୋଲ୍ଟରେ ତାରତମ୍ୟ ହେତୁ ଆପଣଙ୍କ ଫୋନ  ବ୍ୟାଟେରୀ ଖରାପ ହେଇଯାଇପାରେ ।

 

--ଫୋନକୁ ଅନ୍ୟ କୌଣସି ବିଦ୍ୟୁତ ଯନ୍ତ୍ରପାତି ଯଥା ଫ୍ରିଜ, ଷ୍ଟାବିଲାଇଜର ଓ ଇନଭରଟର ଉପରେ ବେଶୀ ସମୟ ପାଇଁ ରଖନ୍ତୁ ନାହିଁ । ନହେଲେ ଆପଣଙ୍କ ଫୋନ ଅଯଥା ଗରମ ହେଇ ବ୍ୟାଟେରୀ ଖରାପ ହେଇପାରେ ।

 

--ଆପଣଙ୍କ ଫୋନ ଚାର୍ଜର ତାରକୁ ମଝିରେ ମଝିରେ ପରଖି ନିଅନ୍ତୁ । କାରଣ ଗୁଡେଇ ହେଇ ବହୁତ ଦିନ ରହିବା ଫଳରେ କିଛି ତାର ଫାଟି ଯାଇଥାଏ । ଏଭଳି କିଛି ଦେଖିଲେ ତୁରନ୍ତ ତାର ବଦଳେଇ ଦିଅନ୍ତୁ ।  

   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon