ଏବେଠୁ ଓଲା ଅଟୋରେ ମିଳିବ ମାଗଣା ୱାଇଫାଇ

Friday, November 17, 2017

 ଅନଲାଇନରେ ଟାକ୍ସି ଓ ଅଟୋ ପରିବହନ ସେବା ଯୋଗାଣକାରୀ ସଂସ୍ଥା ଓଲା ଅଟୋ ଯାତ୍ରୀବର୍ଗ ନିମନ୍ତେ ‘ଅଟୋ କନେକ୍ଟ ୱାଇଫାଇ’ ପ୍ରଚଳନ କରିଛି ।

 

ଏହି ପରିପ୍ରେକ୍ଷୀରେ ଓଲା ଅଟୋ ବିଭାଗ ମୁଖ୍ୟ ତଥା ବରିଷ୍ଠ ନିର୍ଦ୍ଦେଶକ ସିଦ୍ଧାର୍ଥ ଅଗ୍ରୱାଲ କହିଛନ୍ତି ଯେ, ଗ୍ରାହକ ଓ ଚାଳକଙ୍କ ସହଯୋଗରେ ଆମେ ଏକ ପାରମ୍ପରିକ ପରିବହନ ସେବା ଯୋଗାଣରେ ସମର୍ଥ ହୋଇପାରିଛୁ । ଅଟୋରେ ୱାଇଫାଇ ସଂଯୋଗ ହେବା ଦ୍ୱାରା ୩ ଚକିଆ ଯାନ ପ୍ରତି ଗ୍ରାହକଙ୍କ ଆଗ୍ରହ ବୃଦ୍ଧି ପାଇବ । ଡ଼ିଜିଟାଲ ଇଣ୍ଡିଆକୁ ଦୃଷ୍ଟିରେ ରଖି ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି ।

 

ଅକ୍ଟୋବର ମାସ 30 ତାରିଖରେ ଏହା ମୁମ୍ବାଇରେ ପ୍ରଚାଳନ କରିବାପରେ ବାଙ୍ଗାଲୋର-ସ୍ଥିତ ଓଳ ଏବେ ଏହି ସେବା ଭୁବନେଶ୍ୱର-କଟକରେ ଆରମ୍ଭ କରିଛି ।  ଯଦିଓ ଏହି ସେବା ମାଗଣା ଅଟେ , ତେବେ ଏଥିରେ ନିୟମିତ ଯାତ୍ରା କରୁଥିବା ଯାତ୍ରୀମାନେ ହିଁ ଏହାର ଫାଇଦା ନେଇପାରିବେ ବୋଲି କମ୍ପାନୀ କହିଛି ।

 

ସେହିପରି ପ୍ରଥମ ଥର ଓଲା ଅଟୋ ବ୍ୟବହାର କରି ଯାଉଥିବା ଯାତ୍ରୀମାନେ ଏହି ସେବା ପାଇବାକୁ ହେଲେ ସେମାନଙ୍କ ଆପରେ TRACK YOUR RIDE ରେ କ୍ଲିକ କରି ୱାଇଫାଇ ଆକ୍ସେସ ପଏଣ୍ଟ ଓ ପାସୱାର୍ଡ ପାଇପାରିବେ ।

 

ଅଟୋରେ ୱାଇଫାଇ ସଂଯୋଗ ପରେ ଏହି ପ୍ରକ୍ରିୟାକୁ ସଂପ୍ରସାରିତ କରି ସଂସ୍ଥା ମିନି, ଲକ୍ସ ଓ ମାଇକ୍ରୋ ଟାକ୍ସିସେବାରେ  ଏପ୍ରକାର ବ୍ୟବସ୍ଥା ଗ୍ରହଣ କରିବ । ଭାରତୀୟ ସହରରେ ହାରାହାରି ଯାତ୍ରା ସମୟ ଯେପରି ୪୦ ମିନିଟରୁ ଅଧିକ ନହୁଏ ସେଥିପ୍ରତି ଓଲା ଯତ୍ନଶୀଳ ବୋଲି ଅଗ୍ରୱାଲ କହିଛନ୍ତି ।

 

୨୦୧୪ ମସିହାରେ ଶୁଭାରମ୍ଭ ହୋଇଥିବା ଓଲା ଅଟୋ ସେବାରେ ଏହାର ସରଳ ୱାଇଫାଇ ଇଣ୍ଟରନେଟ୍ ସଂଯୋଗ ବ୍ୟବସ୍ଥାରେ ଚାହିଁଲା ମାତ୍ରେ ସେବା, ସ୍ୱଚ୍ଛ ମୂଲ୍ୟ, ବେନଗଦୀ ଦେୟ ପ୍ରଦାନ, ଘରୁ ଆଣିବା ଓ ଘରେ ଛାଡ଼ିବା, ଜିପିଏସ୍ରେ ଗତିବିଧି ଆଦି ଜାଣିବା ସୁବିଧା ଯୋଗାଇ ଦିଆଯାଇଛି । ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଓଲା ଅଟୋ ଉପଲବ୍ଧ ଅଟେ ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon