ସନ୍ନି ଲିଓନିଙ୍କ ଏହି ଫିଲ୍ମକୁ ଦେଖିପାରିବେନି 18 ବର୍ଷରୁ କମ

Thursday, November 23, 2017

 ବିବାଦରେ ଫସିଥିବା ହେତୁ ରାଣୀ ପଦ୍ମାବତୀ ଫିଲ୍ମର ରିଲିଜ ତାରିଖ ଘୁଞ୍ଚିବା ପରେ ଏବେ ଡିସେମ୍ବର 1 ତାରିଖରେ ମୁକ୍ତିଲାଭ କରିବ ସନ୍ନି ଲିଓନିଙ୍କ ଅଭିନୀତ ‘ତେରା ଇନ୍ତେଜାର”, ଯେଉଁଥିରେ ଅରବାଜ ଖାନ ସନ୍ନିଙ୍କ ନାୟକ ସାଜିଛନ୍ତି । ଯଦିଓ ନିର୍ଦ୍ଧାରିତ ସମୟ ଠାରୁ ପୂର୍ବରୁ ରିଲିଜ ହେଉଛି , ତେବେ ଏହି ଫିଲ୍ମର ନିର୍ମାତାଙ୍କ ମନ ଖୁସି ନାହିଁ । କାରଣ ସେମାନଙ୍କ ଏହି ଚଳଚ୍ଚିତ୍ରକୁ  ଭାରତୀୟ ସେନସର ବୋର୍ଡ ବୟସ୍କ ବା A ସାର୍ଟିଫିକେଟ ଦେଇଛି ।

 

ତେରା ଇନ୍ତେଜାର ଚଳଚ୍ଚିତ୍ରର ନିର୍ମାତା ମେହୁଳ ଗୌଡଙ୍କ ମତରେ “ଆମେ ଭାବିଥିଲୁ ଆମକୁ U/A ସାର୍ଟିଫିକେଟ ମିଳିବ ବୋଲି । ହେଲେ ବୋର୍ଡ ଆମ ଫିଲ୍ମକୁ A ସାର୍ଟିଫିକେଟ ଦେଲା । ତେବେ ମୁଁ ବୁଝିପାରୁନି ଯଦି A ସାର୍ଟିଫିକେଟ ଦେବାର ଥିଲା, ତେବେ ସେମାନେ ସନ୍ନିଙ୍କ ଗୋଟେ ଅନ୍ତରଙ୍ଗ ସିନକୁ କାଟିବାକୁ କଣ ପାଇଁ ଚାହୁଁଥିଲେ ।“

 

ଏହି ଫିଲ୍ମକୁ A ସାର୍ଟିଫିକେଟ ଦେବାଆଗରୁ ସେନସର ବୋର୍ଡ ଏକ ଅନ୍ତରଙ୍ଗ ଦୃଶ୍ୟ କାଟିବ ବୋଲି ନିର୍ମାତାଙ୍କୁ ଯୋଗାଯୋଗ କରିଥିଲା । ଏ ସମ୍ପର୍କରେ ସୂଚନା ଦେଇ ବୋର୍ଡରେ ଜଣେ ସଦସ୍ୟ ଏକ ଇଂରାଜୀ ୱେବସାଇଟକୁ କହିଛନ୍ତି, “ଯଦି ଫିଲ୍ମକୁ U/A ସାର୍ଟିଫିକେଟ ମିଳିଥାନ୍ତା, ତେବେ ଆମେ ସେହି ଅନ୍ତରଙ୍ଗ ଦୃଶ୍ୟ କାଟିବାକୁ ବାଧ୍ୟ ହେଇଥାନ୍ତୁ । କିନ୍ତୁ ପରେ ଭାବିଲୁ ଏହି ଫିଲ୍ମରେ ଏହି ଦୃଶ୍ୟ ସବୁ ହିରୋ ଓ ହିରୋଇନଙ୍କ ମଧ୍ୟରେ ସୁଟ ହେଇଛି ଓ ଏହାକୁ କାଟିଦେଲେ ଫିଲ୍ମ ଦେଖିବାର କିଛି ମାନେ ରହିବନି । ସେଥିପାଇଁ ଆମେ ସେହି ଦୃଶ୍ୟକୁ ରଖିଲୁ ଓ ଫିଲ୍ମକୁ A ସାର୍ଟିଫିକେଟ ଦେଲୁ ।“

 ଫିଲ୍ମର ନିର୍ମାତା କହିଛନ୍ତି ଯେ କାହାଣୀର ଆବଶ୍ୟକତା ଅନୁସାରେ ଏଥିରେ ନାୟକ-ନାୟିକାଙ୍କ ଅନ୍ତରଙ୍ଗ ଦୃଶ୍ୟ , ଚୁମ୍ବନ ଓ ଗାଧୋଇବା ଦୃଶ୍ୟ ଆଦି ରହିଛି, ଯାହାକି ଅତ୍ୟନ୍ତ ଯୌନ ଉଦ୍ଦୀପକ । ହେଲେ ଏହି ସବୁ ଦୃଶ୍ୟକୁ ଜବରଦସ୍ତି ପୁରା ଯାଇନାହିଁ ବରଂ କାହାଣୀ ଅନୁସାରେ ରଖା ଯାଇଛି  ।  

          

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon