₹5,000 ଦରରେ କେଉଁ ସ୍ମାର୍ଟଫୋନ ଉତ୍ତମ

Monday, December 4, 2017

 ଗତ ସପ୍ତାହରେ ମାଇକ୍ରୋମାକ୍ସ ଓ ରେଡମି ତରଫରୁ ଦୁଇଟି ସ୍ମାର୍ଟଫୋନ ବଜାରରେ ଛଡା ଯାଇଛି ଯାହାର ଦର ₹5,000 ପାଖାପାଖି ।  ଏହି ଦୁଇଟି  ଫୋନ ହେଲା ମାଇକ୍ରୋମାକ୍ସର ଭାରତ 5 ଓ ରେଡମିର 5A ତେବେ ସମାନ ଦର ବିଶିଷ୍ଟ ଏହି ଦୁଇ ଫୋନ ଭିତରୁ କେଉଁଟି କିଣିଲେ ଆପଣଙ୍କ ପାଇଁ ଉତ୍ତମ ହେବ ତାହା ଆପଣ ନିମନରେ ବର୍ଣ୍ଣନା ହେଇଥିବା ଫୋନର ବୈଶିଷ୍ଟ ପଢିଲେ ସହଜରେ ନିର୍ଣ୍ଣୟ କରିପାରିବେ ।

 

ରେଡମି 5A  

 ପ୍ରଖ୍ୟାତ ଚୀନ ଫୋନ ନିର୍ମାତା ରେଡମି ତରଫରୁ ଏହାର ମଧ୍ୟମ ଦରର ସ୍ମାର୍ଟଫୋନ 5Aର ବିକ୍ରି ଶୁଭାରମ୍ଭ କରାଯାଇଛି ଯାହାର ମୂଲ୍ୟ ହେଉଛି ₹4,999 । ଏହି ଦରର ଅନ୍ୟ କମ୍ପାନୀ ଫୋନ (ଯଥା କାର୍ବନ ଇତ୍ୟାଦି) ରେ  1.3 ଗିଗାହାର୍ଜ ପ୍ରୋସେସର ରହୁଥିବା ବେଳେ 5Aରେ ରହିଛି 1.4 ଗିଗାହର୍ଜର ପ୍ରୋସେସର ଯାହାର ନିର୍ମାତା ହେଉଛନ୍ତି ବିଖ୍ୟାତ ଚିପ କମ୍ପାନୀ ସ୍ନାପଡ୍ରାଗନ  । ଏଥିରେ 2GBର RAM ରହୁଥିବା ବେଳେ ଏହାର ଆଭ୍ୟନ୍ତରୀଣ ମେମୋରୀ 16 GB ରହିଛି, ଯାହା ଫଳରେ ଏଥିରେ ବିଭିନ୍ନ ଆପ ଡାଉନଲୋଡ କଲେ ଓ ଅଧିକ ସମୟ ସମୟ ଧରି ହ୍ଵାଟ୍ସଆପ କିମ୍ବା ଫେସବୁକ ଆପ ବ୍ୟବହାର କଲେ ମଧ୍ୟ ମେମୋରୀ ଶୀଘ୍ର ଫୁଲ ହେବାର ଭୟ ରହିବ ନାହିଁ ।

 

ଏହାର ସ୍କ୍ରିନ ସାଇଜ 5 ଇଞ୍ଚ ହେଇଥିବା ବେଳେ ଏଥିରେ ରହିଛି 3,000 Mahର ବ୍ୟାଟେରୀ, ଯାହାକି ଏହି ଦରର ପ୍ରାୟ ସମସ୍ତ ଫୋନରେ ଥାଏ, ତେବେ ମାଇକ୍ରୋମାକ୍ସ ଭାରତ 5 ରେ ଏହାଠାରୁ ଅଧିକ କ୍ଷମତା ବିଶିଷ୍ଟ ବ୍ୟାଟେରୀ ରହିଛି  ।  ଏହାର ପଛ ଭାଗରେ 13 ପିକ୍ସେଲ କ୍ୟାମେରା ରହିଥିବା ବେଳେ ସାମନା ଭାଗରେ ସେଲଫି ପାଇଁ 5 ମେଗାଫିକ୍ସେଲର ଫ୍ରଣ୍ଟ ସୁଟର କ୍ୟାମେରା ରହିଥିବା ରହିଛି ।

 

ଏଥିରେ ଆଣ୍ଡ୍ରଏଡ 7.1 ରହିଥିବା ବେଳେ ଡୁଆଲ  ସିମ(ଜିଏସଏମ) ବ୍ୟବସ୍ଥା ରହିଛି । ଏହା ଛଡା ଏଥିରେ ୱାଇ-ଫାଇ, ଜିପିଏସ୍, ବ୍ଲୁଟୁଥ, ଏଫଏମ୍ ଓ ପେନ ଡ୍ରାଇଭରୁ ସିଧାସଳଖ ଫୋନରେ କନେକ୍ଟ  କରିବା ପାଇଁ ୟୁଏସବି ଓଟିଜି ରହିଛି । ଏହି ସ୍ମାର୍ଟଫୋନ ଉଭୟ ୩ଜି ଏବଂ ୪ଜି କ୍ଷମତା ବିଶିଷ୍ଟ ।  

 

 

ମାଇକ୍ରୋମ୍ୟାକ୍ସ ଭାରତ 5  

 ମାଇକ୍ରୋମ୍ୟାକ୍ସ ପକ୍ଷରୁ ୪ଜି LTE ସ୍ମାର୍ଟଫୋନ ଭାରତ ସିରିଜର ନୂଆ ଅବତାର ଭାରତ 5ର ଶୁଭାରମ୍ଭ ହେଇଛି, ଯାହାକି କେବଳ ମୋବାଇଲ ଷ୍ଟୋରରେ ₹5,400 ରୁ ₹5,500 ପର୍ଯ୍ୟନ୍ତ ଦରରେ ବିକ୍ରି ହେଉଛି  । ଏହି ଫୋନର ଏକ ମୁଖ୍ୟ ଫିଚର ହେଲା ଏହାର ବ୍ୟାଟେରି, ଯାହା 5,000 Mah ବିଶିଷ୍ଟ  ଯାହାକି ବିନା ଚାର୍ଜରେ ଓ ସାଧାରଣ ବ୍ୟବହାର (କଥା ଓ ଇଣ୍ଟରନେଟ)ରେ ପ୍ରାୟ ଦୁଇଦିନ ପର୍ଯ୍ୟନ୍ତ ଚାଲିବ । ଏପରି ବ୍ୟାଟେରୀ  କ୍ଷମତା ଏହି ଦରର ଅନ୍ୟାନ୍ୟ ଫୋନରେ ପ୍ରାୟତଃ ଦିଆଯାଏ ନାହିଁ ।

 

ଏହି ସ୍ମାର୍ଟଫୋନରେ 1.3 ଗିଗାହାର୍ଜ ପ୍ରୋସେସର ରହିଛି ଯାହାର ଚିପ ନିର୍ମାତା ହେଉଛନ୍ତି ଅନ୍ୟତମ ପ୍ରସିଦ୍ଧ କମ୍ପାନୀ ମିଡିଆଟେକ । ଏଥି ସହିତ ଏଥିରେ 1 GB RAM ରହିଛି, ଯାହାକି ଏହାର ପ୍ରତିଯୋଗୀ ରେଡମି 5A ଠାରୁ କମ । ଏହାର ଆଭ୍ୟନ୍ତରୀଣ ମେମୋରୀ 16 GB ରହିଛି, ଯାହା ଫଳରେ ଏଥିରେ ବିଭିନ୍ନ ଆପ ଡାଉନଲୋଡ କଲେ ମଧ୍ୟ ମେମୋରୀ ଶୀଘ୍ର ଫୁଲ ହେବାର ଭୟ ରହିବ ନାହିଁ ।ଏହାର ଉଭୟ ପଛ ଭାଗରେ ଓ ସାମ୍ନାଭାଗରେ 5 ମେଗା ପିକ୍ସେଲ କ୍ଷମତା ବିଶିଷ୍ଟ କ୍ୟାମେରା ରହିଛି

 

ଏଥିରେ ଡୁଆଲ ସିମ, ଏଫଏମ, ୱାଇ-ଫାଇ, ଜିପିଏସ୍, ବ୍ଲୁଟୁଥ ରହିଥିବା ବେଳେ ଏହା ୩ଜି ଏବଂ ୪ଜି ଚାଲିଲା ଭଳି କ୍ଷମତା ପ୍ରାପ୍ତ ଅଟେ । ଏଥିରେ  ପେନ ଡ୍ରାଇଭରୁ ଫୋନକୁ କନେକ୍ଟ କରିବା ପାଇଁ  ଓଟିଜି ସୁବିଧା ମଧ୍ୟ ରହିଛି । 

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon