ବ୍ରାହମୋସ ମିସାଇଲ ପାଇଁ ଉପକରଣ ଯୋଗାଇଲା ଗୋଦରେଜ

Wednesday, December 6, 2017

 ଭାରତ ତଥା ବିଦେଶରେ ଘରୋଇ ଉପକରଣ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗୋଦରେଜ କମ୍ପାନୀର ପ୍ରତିରକ୍ଷା ଉପକରଣ ତିଆରି କମ୍ପାନୀ  ଗୋଦରେଜ୍ ଏରୋସ୍ପେସ ତରଫରୁ କ୍ଷେପଣାସ୍ତ୍ରରେ ବ୍ୟବହାର କରିବା ପାଇଁ ବ୍ରହ୍ମୋସ ଏରୋସ୍ପେସ୍ ପ୍ରାଇଭେଟ୍ ଲିମିଟେଡ (ବିଏପିଏଲ୍)କୁ ୧୦୦ତମ ଏୟାରଫ୍ରେମ୍ ଆସେମ୍ବଲି ପ୍ରଦାନ କରାଯାଇଛି, ଯାହା ଉକ୍ତ କ୍ଷେପଣାସ୍ତ୍ରକୁ ବିମାନରୁ ନିକ୍ଷେପ କରିବାରେ ସହାୟକ ହେବ ।

 

ଏହି ମାଇଲଖୁଣ୍ଟ ସଫଳାକୁ ପାଳନ କରିବା ପାଇଁ ଆଜି ବିଶିଷ୍ଟ ବୈଜ୍ଞାନିକ ତଥା ଡାଇରେକ୍ଟର ଜେନେରାଲ୍ (ବ୍ରହ୍ମୋସ), ଗୋଦ୍ରେଜ୍ ଏରୋସ୍ପେସର କାରଖାନା ପରିଭ୍ରମଣ କରିଥିଲେ । ଏତଦବ୍ୟତୀତ ଆଉ ୧୦୦ ୟୁନିଟର ଏୟାରଫ୍ରେମ୍ କାର୍ଯ୍ୟବରାଦ ହାସଲ କରିବା ଖୁସିରେ ଶ୍ରୀ ମିଶ୍ର ଗୋଦରେଜ୍ ଏରୋସ୍ପେସକୁ  ଅଭିନନ୍ଦନ ଜଣାଇଥିଲେ ।

 

ବ୍ରାହମୋସ କ୍ଷେପଣାସ୍ତ୍ରକୁ ଉପକରଣ ଯୋଗାଇବା ପାଇଁ ଗୋଡରେଜ କମ୍ପାନୀ 2000 ମସିହାରେ ଏହା ସହିତ ସହବନ୍ଧିତ ହେଇଥିଲା ।  ବିଗତ 17 ବର୍ଷରେ କମ୍ପାନୀ 100ଟି ଏୟାରଫ୍ରେମ ବ୍ରାହମୋସ ତିଆଋ କରୁଥିବା କମ୍ପାନୀକୁ ହସ୍ତାନ୍ତର କରିବାରେ ସକ୍ଷମ ହେଇପାରିଛି । ତେବେ ଆଉ 100ଟି ଏୟାରଫ୍ରେମ ପାଇଁ କମ୍ପାନୀକୁ ମାତ୍ର 3 ବର୍ଷ ସମୟ ଲାଗିବ ବୋଲି ଗୋଦରେଜ କମ୍ପାନୀ ତରଫରୁ କୁହାଯାଇଛି ।  

 

ଏହି ଅବସରରେ ଗୋଦରେଜ ଆଣ୍ଡ୍ ବୋୟସର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଜାମସିଦ ଏନ୍ ଗୋଦରେଜ୍ କହିଛନ୍ତି ଯେ, “ଗୋଦରେଜ୍ ଏବଂ ବ୍ରହ୍ମୋସ ମଧ୍ୟରେ ୧୭ ବର୍ଷର ଗୌରବମୟ ସହଯୋଗିତା । ଦେଶର ପ୍ରତିରକ୍ଷା କ୍ଷମତା ବଢ଼ାଇବାରେ ସ୍ୱଳ୍ପ ଅବଦାନ ପ୍ରଦାନ କରି ଦେଶ ଗଠନରେ ସହଯୋଗୀ ହୋଇଥିବାରୁ ଆମେ ବହୁତ ଗର୍ବିତ । ସେଥିପାଇଁ ୧୦୦ତମ ଏୟାରଫ୍ରେମ୍ ଆସେମ୍ବଲି ସେଟ୍ ଡକ୍ଟର ମିଶ୍ରଙ୍କୁ ପ୍ରଦାନ କରୁଥିବାରୁ ମୋତେ ବହୁତ ଖୁସି ଲାଗୁଛି । ଏହା ଗୋଦରେଜ୍, ବ୍ରହ୍ମୋସ ଏବଂ ଭାରତ ପାଇଁ ଏକ ଗର୍ବ କରିବା ଭଳି ମୁହୂର୍ତ୍ତ ଓ ଏହା ହେଉଛି ପ୍ରଯୁକ୍ତି ଭିତ୍ତିକ ସମାଧାନ ଏବଂ ସ୍ୱଦେଶୀ ଉତ୍ପାଦନ ଜରିଆରେ ଦେଶ ପ୍ରତି ସେବା ପ୍ରଦାନ କରିବା ପାଇଁ ରହିଥିବା ପ୍ରତିଶ୍ରୁତିବଦ୍ଧତାର ପ୍ରତିଫଳନ ।’’

 

ବ୍ରହ୍ମୋସ୍ ଏରୋସ୍ପେସର  ଡାଇରେକ୍ଟର ଜେନେରାଲ୍ ତଥା ସିଇଓ ଡକ୍ଟର ସୁଧୀର ମିଶ୍ର କହିଛନ୍ତି , “ବିଗତ ବର୍ଷଗୁଡ଼ିକରେ ଗୋଦରେଜ୍ ପକ୍ଷରୁ ପ୍ରତିରକ୍ଷା କ୍ଷେତ୍ର ଏବଂ ବ୍ରହ୍ମୋସକୁ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଛି । ଆମର ଲମ୍ବା ସହଯୋଗିତାରେ ୧୦୦ତମ ସେଟର କ୍ଷେପଣାସ୍ତ୍ର ଉପଯୋଗୀ ଏୟାରଫ୍ରେମ୍ ଡେଲିଭରି ପ୍ରଦାନ କରିବା ଏହି ଲମ୍ବା ସମ୍ପର୍କରେ ଆଉ ଏକ ମାଇଲଖୁଣ୍ଟ । ଆଗାମୀ ଦିନରେ ଆମର ବିଶ୍ୱାସ ରହିଛି ଯେ ଏହି ସହଯୋଗିତା ନୂତନ ମାନଦଣ୍ଡ ଧାର୍ଯ୍ୟ କରିବ ଏବଂ ସ୍ୱଦେଶୀ ନିର୍ମିତ ତଥା କ୍ଷମତା ସମ୍ପନ୍ନ ଅସ୍ତ୍ର ବ୍ୟବସ୍ଥା ବିକଶିତ କରିବା ଦିଗରେ ଏହା ରୋଲ୍ ମଡେଲ୍ ସାବ୍ୟସ୍ତ ହେବ ।’

 

ଗୋଦରେଜ ଏରୋସ୍ପେସ କମ୍ପାନୀ ମିସାଇଲ ନିମନ୍ତେ ବ୍ୟବହୃତ ନୋଜକ୍ୟାପ ଓ କଣ୍ଟ୍ରୋଲ ସରଫେସ ଯୋଗାଇବା ଛଡା ମିସାଇଲ ପ୍ରକ୍ଷେପଣ ପାଇଁ ବ୍ୟବହାର ହେଉଥିବା ଗାଡି ମଧ୍ୟ ତିଆରି କରିଥାଏ ।  

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon