ଗଣ୍ଠି ଦରଜ ପାଇଁ ଲେମ୍ବୁ ଚୋପାରେ ଉପଚାର

Monday, December 11, 2017

 ଆଜିକାଲି ଗଣ୍ଠି ଜନିତ ଦରଜ ଏକ ସାଧାରଣ ସମସ୍ୟା ହୋଇଗଲାଣି । ଯେଉଁ କାରଣରୁ ନେଇ କମ ବୟସ୍କର ଲୋକମାନଙ୍କ ଶରୀରରେ  ମଧ୍ୟ ଏହି ଗଣ୍ଠିର ସମସ୍ୟା ଚିନ୍ତାର ବିଷୟ ହୋଇଯାଇଛି। ତେବେ ଏହି ଗଣ୍ଠି ଜନିତ ସମସ୍ୟା ମଧ୍ୟରେ ରହିଛି - ଆଣ୍ଠୁଗଣ୍ଠି ଜନିତ ଦରଜ, କହୁଣୀ ଦରଜ, ଗୋଡ ଦରଜ ଇତ୍ୟାଦି ରହିଛି । ତେବେ ଆପଣଙ୍କ ଜୀବନଶୈଳୀରେ ଏହା ଉପଚାର ଆଣିବା ନିତ୍ୟାନ୍ତ ଜରୁରୀ । ଅର୍ଥାତ ନିୟମିତ ରୂପରେ  ବ୍ୟାୟାମ ଏବଂ ପୌଷ୍ଟିକ ଭୋଜନ ଏଥି ପାଇଁ ନିତ୍ୟାନ୍ତ ଜରୁରୀ, ଯାହାକି ଆପଣଙ୍କୁ ଅନେକ ରୋଗ ସମସ୍ୟାଠାରୁ ବଞ୍ଚାଇଥାଏ ।

 

ତେବେ ଉତ୍ତମମାନର ଜୀବନଶୈଳୀରେ ଗଣ୍ଠି ଜନିତ ସମସ୍ୟାରୁ ଆରାମ ଦେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଲିଭାଇଥାଏ । ଆଉ ଏହା ପରେ ବି ଯଦି ଆପଣଙ୍କୁ ଗଣ୍ଠିଜନିତ ସମସ୍ୟା ଲାଗି ଚିନ୍ତିତ ରହିଛନ୍ତି, ତେବେ ଏଥିରୁ ମୁକୁଳିବାର ସରଳ ଉପାୟଟିକୁ ଆଜିଆମେ ଆପଣଙ୍କୁ ଜଣାଇବୁ । ଯେଉଁଥିପାଇଁକି ଆପଣଙ୍କୁ କେବଳ ଲେମ୍ବୁ ଓ ଅଲିଭ ଅଏଲ ପ୍ରୟୋଗ କରିବାକୁ ପଡିବ  । ସାଧାରଣତଃ ଲେମ୍ବୁରେ ମ୍ୟାଗ୍ନେସିୟମ, ପୋଟାସିୟମ, କ୍ୟାଲସିୟମ,  ଫୋଲିକ ଏସିଡ, ପେକ୍ଟିନ, ଫସଫରସ, ଭିଟାମିନ ଏ, ସି, ବି୧ ଏବଂ ୬ ଭରପୁର ମାତ୍ରାରେ ରହିଥାଏ ।

 

ଏଥିପାଇଁ ଆପଣଙ୍କୁ ହୁଏତ ଏହାର ଫାଇଦାର ବିଷୟରେ କିଛି ନା କିଛି ନିଶ୍ଚିତ ରୂପରେ ଜାଣିଥିବେ । ହେଲେ ଲେମ୍ବର ଚୋପା ଯେ, ବ୍ୟକ୍ତି ଶରୀରର ଗଣ୍ଠିଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ଏକଥା ଆପଣ ହୁୁଏତ ଜାଣିନଥିବେ ।

 

ଆବଶ୍ୟକୀୟ ସାମଗ୍ରୀ –
୧-୨ ଟି ଲେମ୍ବୁର ଚୋପା,
 ୨- ୧୦୦ ଗ୍ରାମ ଅଲିଭ ଅଏଲ

 

ପ୍ରସ୍ତୁତି ପ୍ରଣାଳୀ - ପ୍ରଥମତଃ  ଆପଣ ଲେମ୍ବୁର ଚୋପାକୁ ଜାର ମଧ୍ୟରେ ପକାଇ ଦିଅନ୍ତୁ ଏବଂ ଏଥିରେ କିଛି ମାତ୍ରାରେ ଅଲିଭ ଅଏଲ ରଖନ୍ତୁ । ଏହା ପରେ ଆପଣ ଜାର ମୁହଁକୁ ଠିପି ସାହର୍ଯ୍ୟରେ ବନ୍ଦ କରିଦେଇ ୨ ସପ୍ତାହ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏଥିପାଇଁ ଆପଣେ ଏହାର ମିଶ୍ରଣକୁ ୨ ସପ୍ତାହ ପରେ କୌଣସି ଏକ ରେଶମ କପଡାରେ କାଢି ଦରଜ ହେଉଥିବା ସ୍ଥାନରେ ଲଗାଇ ଦେଇ ତାହାକୁ ବ୍ୟାଣ୍ଡେଜ କରି ଦିଅନ୍ତୁ । ଏହାର ପ୍ରୟୋଗ କେବଳ ରାତିରେ ଶୋଇବା ବେଳେ ହିଁ କରିପାରିବେ।

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon