ନୂଆବର୍ଷରେ ଷ୍ଟାଇଲିଶ ଦିଶିବା ପାଇଁ 5 ଟିପ୍ସ

Tuesday, December 26, 2017

2017 ମସିହା ସରିବାକୁ ଆଉ କିଛି ଦିନ ଥିବାବେଳେ ଏବେ ଚାଲିଛି ପିକନିକ, ଫିଷ୍ଟ ଆଉ ମଉଜର ବେଳ । ଏହି ସମୟରେ ସମସ୍ତେ ନିଜକୁ ଭଲ ଭାବେ ସଜେଇହେବାକୁ ଚାହୁଁଥିବେ । ତେବେ କେବଳ ଦାମୀ ପୋଷାକ କିମ୍ବା ଦାମୀ ସାଜସଜ୍ଜା ସାମଗ୍ରୀ  ବ୍ୟବହାର କଲେ ହିଁ ଫ୍ୟାସନେବୁଲ ଦେଖାଯାନ୍ତି ବୋଲି ଭାବୁଛନ୍ତି କି ? ତେବେ ଆପଣଙ୍କ ଧାରଣା ବଦଳେଇ ଦିଅନ୍ତୁ ।  ଖୁବ ସ୍ୱଳ୍ୁ ଖର୍ଚ୍ଚରେ ମଧ୍ୟ ପାଇହେବ ଫ୍ୟାସନେବୁଲ ଲୁକ ।

 

ହେଲେ ଆପଣଙ୍କ ଲୁକ କେତେ ମାତ୍ରାରେ ଅନ୍ୟକୁ ଆକର୍ଷିତ କରିପାରେ, ତାହା ଉପରେ ଦୃଷ୍ଟି ଦେବା ଆବଶ୍ୟକ । ନିମ୍ନରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଦିଆଯାଇଛି କେତେକ ଟିପ୍ସ, ଯାହାକୁ ଆପଣେଇଲେ ଆପଣ ଦେଖାଯିବେ ସ୍ୱତନ୍ତ୍ର ଏବଂ ଭିନ୍ନ ।  

 

୧-ବେଳେ ବେଳେ ଗାଢ ଲିପଷ୍ଟିକ, କଜ୍ୱଳ ଏବଂ ମୋଟା ପ୍ରସାଧନ ସାମଗ୍ରୀ ଛାଉଣି ତଳେ ରହି ବି ସୌନ୍ଦର୍ଯ୍ୟ ଉପଭୋଗ ଯୋଗ୍ୟ ହୋଇପାରେ । ଆପଣଙ୍କ ଓଠର ତଥା ଆଖିର ଆକୃତି ଓ ଗଢଣ ଉପରେ ନିର୍ଭର କରେ  ଆପଣ କେଉଁ ରଂଙ୍ଗର ଲିପଷ୍ଟିକ ଏବଂ କଜ୍ୱଳ ଲଗାଇବେ ।ମେକଅପ ନେବା ସମୟରେ ଆଇନା ସାମ୍ନାରେ ବସି ନିଜକୁ ସମୀକ୍ଷା କରନ୍ତୁ କେତେ ସହଜରେ ଆପଣଙ୍କ ସୌନ୍ଦର୍ଯ୍ୟ ମନଲୋଭା ହୋଇପାରୁଛି ।

 

୨- ପୁରୁଷ ମାନେ ମଧ୍ୟ ନିଜ ପୋଷାକରେ ରଙ୍ଗ ଏବଂ ଡିଜାଇନ ପ୍ରତିଧ୍ୟାନ ଦିଅନ୍ତୁ । କେତେକ ପୁରୁଷଙ୍କୁ ଚିତ୍ରବିଚିତ୍ର ପୋଷାକ ଭଳି ମାନୁଥିବା ବେଳେ ଆଉ କେତେକଙ୍କୁ ଫର୍ମାଲ ସାର୍ଟ ବହୁତ ଭଲ ମାନୁଥାଏ । ମନେ ରଖନ୍ତୁ ପ୍ରତ୍ୟେକ ପୋଷାକ ଫ୍ୟାସନେବଲ ଲୁକ ଦେଇପାରେ । ସେ ପୋଷାକ କିନ୍ତୁ ଆପଣଙ୍କୁ ମାନିବା ଉଚିତ ।

 

୩- ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜୋତା । ନାରୀ ହୁଅନ୍ତୁ ଅବା ପୁରୁଷ ହୁଅନ୍ତୁ, ଜୋତା ଖରାପ ଥିଲେ ପୁରା ଲୁକ ଖରାପ ହୋଇଯାଏ  । ଆବଶ୍ୟ ବେଶି ଲୋକ ଜୋତାରୁ ସେତେଟା ଗୁରୁତ୍ୱ ଦିଅନ୍ତି ନାହିଁ । ମାତ୍ର ଏହା ଦ୍ୱାରା ହିଁ ଜଣେ ସମ୍ପୂର୍ଣ୍ଣ ଫ୍ୟାସନେବୁଲ ଦେଖାଯାଇପାରିବ ।

 

୪-ଅନ୍ୟକୁ ଦେଖି ପୋଷାକ ପରିଧାନ କରନ୍ତୁ ନାହିଁ । ସମସ୍ତଙ୍କର ଶରୀର ଆକୃତି, ଚେହେରା ଗଢଣ ଏବଂ ରଂଗ ଭିନ୍ନ ହୋଇଥିବା ହେତୁ ସମସ୍ତଙ୍କୁ ସବୁ ଧରଣର ପୋଷାକ ସମସ୍ତଙ୍କୁ ଭଲ ମାନେ ନାହିଁ । ନିଜକୁ ସୁହାଇଲା ପରି ପୋଷାକ ପିନ୍ଧନ୍ତୁ । ଯେଉଁ ପୋଷାକ ପିନ୍ଧୁଛନ୍ତି, ତାହା ଆପଣଙ୍କୁ କିପରି ମାନୁଛି, ସେ ବିଷୟରେ ଆଉ କାହାଠୁ ପଚାରି ବୁଝିନେଲେ ଭଲ ।

 

୫- ଅନେକ ଭାବନ୍ତି ବହୁତ ଗୁଡାଏ ଗହଣା ତଥା ରଙ୍ଗବେରଙ୍ଗୀ ପୋଷାକ ପିନ୍ଧିବା ଦ୍ୱାରା ନିଜକୁ ଫ୍ୟାସନେବଲ ଭାବେ ଉପସ୍ଥାପିତ କରି ହେବ । ଅବଶ୍ୟ ଏହା କେତେକ କ୍ଷେତ୍ରରେ ଠିକ ମନେ ହେଉଥିଲେ ବି ଅଧିକାଂଶ କ୍ଷେତ୍ରରେ କମ୍ ଗହଣା ଏବଂ ସାଧାରଣ ପୋଷାକ ପିନ୍ଧିଥିବା ବ୍ୟକ୍ତି  ଅଧିକ ଆକର୍ଷଣୀୟ ଦିଶିଥାନ୍ତି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon