ଥଣ୍ଡା ହେଉଛି କି ? ଏହି ସାଧାରଣ ଉପଚାର ଜାଣନ୍ତୁ

Sunday, January 14, 2018

 ସାଧାରଣତଃ  ଶୀତ ଦିନେ ଥଣ୍ଡା  ଓ କଫ ଆଦି ରୋଗ ହୋଇଥାଏ । ଅଳ୍ପ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକମାନେ ଏହି ରୋଗର ଶିକାର ଅତି ସହଜରେ ହୋଇଥାନ୍ତି । ଏହି ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ବହୁତ ଗୁଡିଏ ଉପଚାର ମଧ୍ୟ କରିଥାନ୍ତି ।


ଆମେ ସମସ୍ତେ ଜାଣୁ ଯେ ଅଦା ରସ ଚାହା ଏଥିପାଇଁ ଏକ ଉତ୍ତମ ଉପଚାର ଅଟେ । ଏହା ପ୍ରାୟତଃ ସବୁ ରୋଷେଇ ଘରେ ଉପଲବ୍ଧ ହୋଇଥାଏ । ଏହା ଥଣ୍ଡା ଦାଉରୁ ରକ୍ଷା କରିବା ସହ ଶସ୍ତା ମଧ୍ୟ ଅଟେ । ଅଦାର ମୂଳରେ ଥିବା ଜ୍ଵଳନ କମାଇବା ଗୁଣଟି ଗଳାପ୍ରଦାହ (ତଣ୍ଟି ଗତଗତ ହେବା) କମାଇଥାଏ ।

 

କିନ୍ତୁ ଯଦି ଆପଣ ଚାହା ପସନ୍ଦ କରନ୍ତି ନାହିଁ ଓ ଗଳାରେ ଯନ୍ତ୍ରଣା ଅଛି, ତେବେ କେଉଁ ଉପାୟ କରିବେ ? ଜାଣନ୍ତୁ ଏକ ସାଧାରଣ ଉପାୟ ।

 

ଗୋଟେ ଛୋଟ ଅଦାଖଣ୍ଡ ନେଇ ପାଟିରେ ରଖି ଚୁଚୁମନ୍ତୁ । ଏହାର ସ୍ଵାଦ ପସନ୍ଦ ଆସି ନ ପାରେ କିନ୍ତୁ ଏହା ଆରାମ ଦେବ ।ଏହାଦ୍ଵାରା ଗଳାର ଜ୍ଵଳନତା ଶାନ୍ତ ହୋଇଯିବ ଏବଂ ଶୀଘ୍ର ଆରାମ ଅନୁଭବ କରିବେ । 

ଆପଣ ହୁଏତ ଜାଣି ନ ଥିବେ, ଏହା ସ୍ବାଦତନ୍ତ୍ର ମଧ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ।   
 

ନଚେତ ଅନ୍ୟ ଏକ ଉପାୟ ମଧ୍ୟ କରିପାରିବେ। ଅଦାକୁ ଛୋଟ ଛୋଟ ଖଣ୍ଡ କରି କାଟି ବା ଛେଚିବା ପରେ ଏହାକୁ ଏକ କପ ଗରମ ପାଣିରେ ପକାଇ ୫ ମିନିଟ ପାଇଁ ଛାଡି ଦିଅନ୍ତୁ । ତାପରେ ଅଦାକୁ ଛାଣି ଗରମ ପାଣି ପିଅନ୍ତୁ । ଆରାମ ନ ମିଳିବା ପର୍ଯ୍ୟନ୍ତ ଦିନକୁ ୩ କପ ପିଇପାରିବେ । ଯଦି ଏଥିରେ ଅଲଗା କିଛି ସ୍ଵାଦ ଆଣିବାକୁ ଚାହୁଁଥାନ୍ତି ତେବେ ଏଥିରେ ମହୁ ମିଶେଇ ପିଇ ପାରିବେ । 

 

ଅନ୍ୟଥା ଯଦି ଆପଣ ଚାହା ପିଇବା ପାଇଁ ଇଚ୍ଛା କରନ୍ତି ତେବେ ଏହିପରି ଭାବେ  ଚାହା ପ୍ରସ୍ତୁତ କରିପାରିବେ । ଥଣ୍ଡା, କଫ ରୁ ରକ୍ଷା ପାଇବା ପାଇଁ  ଏହା ଏକ ଫଳପ୍ରଦ ଉପାୟ ।

 

ଏହି ଅଦାରସ ଚାହା ଆମର ଗଳାପ୍ରଦାହକୁ କମାଇଥାଏ, ଶ୍ଵସକ୍ରିୟାରେ ହେଉଥିବା ଅସୁବିଧାରୁ ମୁକ୍ତି ଦିଏ  ଏବଂ ଏଥିସହିତ ମଧ୍ୟ ଆମ ରକ୍ତ ପ୍ରବାହରେ ଉନ୍ନତି ଆଣିଥାଏ । ତେଣୁ ଗ୍ରୀନ ଟୀ ବା ଅଦାରସ ଚାହା ପିଇବା ଦ୍ଵାରା ଆମେ ଅନେକ ଉପକାର ମିଳିଥାଏ । 

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon