ଏପ୍ରିଲରେ ବାହାହେବେ ସୋନମ କପୁର !

Monday, January 15, 2018

ବିରାଟ୍ କୋହଲୀ ଓ ଅନୁଷ୍କା ଶର୍ମାଙ୍କ ବିବାହ ସରିବା ପରେ ଏବେ ସୋନମ କପୂର ଓ ତାଙ୍କ ବଏଫ୍ରେଣ୍ଡ ବୋଲି କୁହାଯାଉଥିବା ଦିଲ୍ଲୀ ନିବାସୀ ଉଦ୍ୟୋଗପତି ଆନନ୍ଦ ଆହୁଜାଙ୍କ  ବିଷୟରେ ନୂତନ ଗୁଜବ ଦେଖା ଦେଇଛି । ସେ ଦୁଇ ଜଣ ସେମାନଙ୍କ ବିଷୟରେ ଲୁଚାଉଥିଲେ ମଧ୍ୟ ସେମାନଙ୍କ ବିଭିନ୍ନ ଫୋଟୋ ସୋସିଆଲ ମିଡିଆରେ ସାମନାକୁ ଆସିଛି, ଯାହା ଫଳରେ ସେମାନଙ୍କ ସଂପର୍କ ବିଷୟରେ ଚର୍ଚ୍ଚା ଚାଲିଛି ।

 

ସେମାନେ ନିଜ କାମର ଚାପ ସତ୍ତ୍ୱେ ଚଳିତ ନୂଆବର୍ଷ ଏକ ସଙ୍ଗେ ପ୍ୟାରିସରେ କାଟିଥିଲେ । ଶୁଣାଯାଉଛି କି ଆସନ୍ତା ଏପ୍ରିଲ୍ ମାସରେ ଯୋଧପୁର୍ ଠାରେ ସେମାନେ ବିବାହ କରିବେ । ଇଂରାଜୀ ଦୈନିକ ମୁମ୍ବାଇ ଡେଲିରେ ପ୍ରକାଶିତ ଖବର ଅନୁସାରେ ଏହି ଦୁଇଜଣ ଖୁବ୍ ଶୀଘ୍ର ନିଜ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ ଓ ତାଙ୍କ ବିବାହ ଉତ୍ସବରେ ବଛାବଛା ପ୍ରାୟ 300 ଅତିଥି ନିମନ୍ତ୍ରିତ ହେବେ । ନିକଟରେ ସୋନମ୍ ଓ ଆନନ୍ଦଙ୍କ ମା’ଙ୍କୁ କୋଲକାତାର ଏକ ଗହଣା ଦୋକାନରେ ଏକାଠି କିଣାକିଣି କରୁଥିବାର ଦେଖା ଯାଇଥିଲା ।

 

ସୋନମ୍ କପୁର ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବାହାରେ କାହାକୁ କିଛି କୁହନ୍ତି ନାହିଁ । ନିକଟରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର  ପ୍ୟାଡମାନ ର ପ୍ରୋମୋଶନ ବେଳେ ମଧ୍ୟ ଏହି ବିଷୟରେ କଥା ହେବାକୁ କୁଣ୍ଠାବୋଧ କରିଥିଲେ । ଏକ ସାକ୍ଷାତକାର ସମୟରେ ସେ କହିଥିଲେ ଯେ, “କ’ଣ ପାଇଁ ସବୁବେଳେ ଅଭିନେତ୍ରୀମାନଙ୍କୁ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପଚରାଯାଇଥାଏ ? କେହି କେବେ ରଣବୀର କପୁର ଓ ରଣବୀର ସିଂହଙ୍କ ବିବାହ ବିଷୟରେ କେବେ ପ୍ରଶ୍ନ କରିଛନ୍ତି କି ?”

 

ଯଦିଓ ସେ ତାଙ୍କ ଆଗକୁ ମୁକ୍ତିଲାଭ କରୁଥିବା ଚଳଚିତ୍ର ପ୍ୟାଡମାନ  ବିଷୟରେ କଥା ହେବାରେ ଅସହମତ ନାହାନ୍ତି, ତେବେ ନିଜ ବ୍ୟକ୍ତିଗତ ଜୀବନର କିଛି ଅଂଶକୁ ଗୋପନୀୟ ରଖିବାକୁ ଚାହାନ୍ତି । କୁମାରୀ କପୁର କହିଛନ୍ତି ଯେ, ”ମୋ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାର କାହାର ଅଧିକାର ନାହିଁ । ନିଜର ବ୍ୟକ୍ତିଗତ କଥା ହିଁ ଗୋଟେ ଜିନିଷ ଯାହା ଉପରେ ମୋର ସମ୍ପୂର୍ଣ ରୂପେ ନିୟନ୍ତ୍ରଣ ଅଛି। ତେବେ ମୁଁ ମୋ ବିଷୟରେ କହିବାକୁ ରାଜି , ହେଲେ ଏଠାରେ ଆଊ ଜଣେ ଲୋକ ସାମିଲ ଥିବାରୁ ମୁଁ ତାଙ୍କୁ ସମ୍ମାନ ଦେବାକୁ ଯାଇ କଥାକୁ ଲୁଚାଇବାକୁ ଚାହୁଁଛି ।“  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon