ଡାକ୍ତରଙ୍କ ଠାରୁ ଅଧିକ ଭରସାଯୋଗ୍ୟ ଅକ୍ଷୟ କୁମାର ଓ ବାବା ରାମଦେବ

Tuesday, January 16, 2018

ଏକ ଭାରତୀୟ ସ୍ୱାସ୍ଥ୍ୟସେବା ସଂସ୍ଥା ଦ୍ଵାରା କରାଯାଇଥିବା ଏକ ସର୍ଭେ ଅନୁସାରେ ୯୨% ଲୋକମାନେ ଭାରତର ସ୍ୱାସ୍ଥ୍ୟ ସେବା ଉପରେ ଭରସା କରନ୍ତିନାହିଁ ଏବଂ ଏଥି ସହିତ ଭାରତର ଜୀବନବୀମା କମ୍ପାନୀ ଓ ଔଷଧ ସଂସ୍ଥା ଗୁଡିକ ଉପରେ ମଧ୍ୟ ବିଶ୍ଵାସ କରନ୍ତି ନାହିଁ ।   ତେବେ ସେମାନେ ବାବା ରାମଦେବ ଓ ଫିଲ୍ମଷ୍ଟାର ଅକ୍ଷୟ କୁମାରଙ୍କ କଥାକୁ ସୁସ୍ଥ ଜୀବନଶୈଳୀ ପାଇଁ ଆପଣେଇଥାନ୍ତି । 

 

GOQii ସୁସ୍ଥ ଭାରତ ୨୦୧୮ ସର୍ଭେ ରିପୋର୍ଟ ମୁତାବକ ୯୨.୩% ଲୋକ ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବିଶ୍ଵାସ କରନ୍ତି ନାହିଁ, ଯେଉଁଥିରେ ଡାକ୍ତର, ଚିକିତ୍ସାଳୟ, ଔଷଧାଳୟ ଏବଂ ଜୀବନବୀମା ନିଗମ ଅନ୍ତର୍ଭୁକ୍ତ ଅଟନ୍ତି ।“

 

ତେବେ ସବୁଠୁ ରୋମାଞ୍ଚକର କଥା ହେଉଛି ଯେ, ଏହି ସର୍ବେକ୍ଷଣ ଅନୁସାରେ ଅଧିକାଂଶ ଭାରତୀୟ ଅକ୍ଷୟ କୁମାର ଓ ବାବା ରାମଦେବଙ୍କ ଦ୍ଵାରା ପ୍ରଦର୍ଶିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟଗୁଡିକୁ ଅନୁସରଣ କରିଥାନ୍ତି ।  

 

ଏହି ସର୍ଭେ ଫଳାଫଳରୁ ଏକଥା ମଧ୍ୟ ଜଣାପଡିଛି ଯେ  ଦେଶର ଅଧାରୁ ଅଧିକ ମୋଟା ଓ ପୃଥୁଳକାୟ ବ୍ୟକ୍ତି ଅହମଦାବାଦ, ହାଇଦ୍ରାବାଦ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ, ଓ ପୁନେ ଆଦି ସହରରେ ବାସ କରୁଛନ୍ତି ।

 

GOQii କମ୍ପାନୀ ମୁତାବଳ ଭାରତରେ ପ୍ରାୟ ୨ଲକ୍ଷ ବ୍ୟକ୍ତି ଏହାର ଉତ୍ପାଦ ଗୁଡିକ ବ୍ୟବହାର କରିଥାନ୍ତି । ଏହାର ସର୍ଭେ ରିପୋର୍ଟରେ ପ୍ରକାଶିତ ତଥ୍ୟ ମୁତାବକ ଏହି ସର୍ବେକ୍ଷଣ ଅନୁସାରେ ୭୪% ଲୋକଙ୍କର ଡାକ୍ତରଖାନା, ୬୨.୮% ଲୋକଙ୍କର ଔଷଧ ଓ ବୀମା କମ୍ପାନି, ୫୨.୬% ଙ୍କର ଡାକ୍ତରୀ ସ୍ୱାସ୍ଥ୍ୟ କେନ୍ଦ୍ର, ୫୦.୬% ଙ୍କର ଡାକ୍ତର ଏବଂ ୪୬.୧% ଲୋକଙ୍କର ରୋଗ ପରୀକ୍ଷାକାରୀ ସଂସ୍ଥା ଲାବୋରେଟୋରୀ  ଉପରେ ଭରସା ନାହିଁ ।  

 

ଲୋକମାନଙ୍କର ଏହି ଭରସା କ୍ଷୟର କାରଣ ହେଉଛି ସ୍ବାସ୍ଥ୍ୟସେବା ସଂସ୍ଥାର ବିଫଳତା, ମୁଖ୍ୟତଃ ଡାକ୍ତରଖାନା କରାଯାଉଥିଉବା ଅବହେଳା । ସ୍ବଚ୍ଛତାର ଅଭାବ ମଧ୍ୟ ଏହି ଅବିଶ୍ଵାସତାର ଏକ ଅନ୍ୟ ଏକ କାରଣ ।

 

GOQii ପ୍ରତିଷ୍ଟାତା ଏବଂ ସୀଇଓ ବିଶାଲ ଗୋନ୍ଦl କହିଛନ୍ତି ଯେ, “ଶାନ୍ତ ହୋଇ ଡାକ୍ତର ବା ସ୍ୱାସ୍ଥ୍ୟ ପରମର୍ଶଦାତାଙ୍କ   ସବୁକଥା ଶୁଣୁଥିବା ରୋଗୀ ଭାରତରେ ପ୍ରାୟ ନାହାନ୍ତି । ଏହାଛଡା ଅନେକ ସଚେତନ ଖାଉଟିମାନେ ସ୍ବଚ୍ଛତା ଉପରେ ଅଧିକ ମହତ୍ତ୍ଵ ଦେଉଛନ୍ତି ।“

 

ଭାରତର ବଡ ବଡ ନଗର ଗୁଡିକରେ ଲୋକମାନେ ବାୟୁ ପ୍ରଦୂଷଣ ଯୋଗୁଁ ଅଧିକ ଚିନ୍ତିତ ହେଉଛନ୍ତି । ଏହି ରିପୋର୍ଟର ତଥ୍ୟ ଅନୁସାରେ ବାୟୁର ମାନ ଲୋକମାନଙ୍କର ଏକ ମୁଖ୍ୟ ଚିନ୍ତାର କାରଣ ଏବଂ ଏହାକୁ ଲୋକମାନେ ଚିନ୍ତାର ମାନ୍ୟତା  ତାଲିକାରେ ୩.୩ ରେଟିଙ୍ଗ ଦେଇଛନ୍ତି । ତେବେ ଏହି ରେଟିଙ୍ଗ ଅନୁସାରେ ଖାଦ୍ୟର ମାନ ସବୁଠାରୁ ଅଧିକ ଯାହାକି ୪.୧ ଓ ଜଳର ୩.୮ ଅଟେ ।

 

ଏହି ସର୍ଭେ ଅନୁସାରେ ଦିଲ୍ଲୀର ଲୋକମାନଙ୍କ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାର ରେଟିଙ୍ଗ ୧.୫ ଥିବାବେଳେ , ବେଙ୍ଗାଲୁରୁ ଓ ମୁମ୍ବାଇରେ ଯଥାକ୍ରମେ ୩ ଓ ୩.୧ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon