ଶାହରୁଖ ଚୁପଚାପ କରୁଥିଲେ ଏହି କାମ, ବିଶ୍ଵ ଦେଲା ସମ୍ମାନ

Tuesday, January 23, 2018

ବଲିଉଡର ତାରକା ଶାହରୁଖ ଖାନ ହିନ୍ଦୀ ସିନେମାର ଜଣେ ସବୁଠୁ ପରିଚିତ ନାମ । କେବଳ ଭାରତ କାହିଁକି, ସମଗ୍ର ବିଶ୍ଵରେ ସେ ବଲିଉଡର ଏକ ଚର୍ଚ୍ଚିତ ଚେହେରା । ଏଥିପାଇଁ ଦେଶ ବିଦେଶରେ ଅନେକ ସମ୍ମାନ ସେ ପାଇଛନ୍ତି । ହେଲେ ଗତକାଲି ରାତିରେ ସ୍ୱିଜରଲାଣ୍ଡରେ  ତାଙ୍କୁ ବିଶ୍ଵର ଏକ ଜଣାଶୁଣା ଅନୁଷ୍ଠାନ ଯେଉଁ କାରଣ ପାଇଁ ସମ୍ମାନିତ କଲା ତାହା ଟିକେ ନିଆରା ।

 

ସୋମବାର ଭାରତୀୟ ସମୟ ରାତ୍ରି 12.30ରେ ୱାର୍ଲଡ ଇକୋନୋମିକ ଫୋରମ ତରଫରୁ ମହିଳା ଓ ଶିଶୁ  ଶସକ୍ତିକରଣ ନିମନ୍ତେ ଅନେକ କାର୍ଯ୍ୟ କରିଥିବାରୁ ଶାହରୁଖଙ୍କୁ କ୍ରିଷ୍ଟାଲ ଆୱାର୍ଡରେ ସମ୍ମାନିତ କରାଗଲା । ଏହି ସଂସ୍ଥା ତରଫରୁ ପ୍ରତିବର୍ଷ ବିଭିନ୍ନ ଚର୍ଚ୍ଚିତ ଚେହେରାଙ୍କୁ ସାମାଜିକ କଲ୍ୟାଣ ନିମନ୍ତେ କରୁଥିବା କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥାଏ ।

 

ତେବେ ଶାହରୁଖଙ୍କ କଥା ଟିକେ ଅଲଗା । ସେ ମହିଳା ଓ ଶିଶୁମାନଙ୍କ ନିମନ୍ତେ ଅନେକ କାର୍ଯ୍ୟ କରୁଥିଲେ ହେଁ , ସେସବୁକୁ ବାହାରେ ପ୍ରକାଶ କରନ୍ତି ନାହିଁ । ମୀର ଫାଉଣ୍ଡେସନ ନାମରେ ତାଙ୍କର ଏକ ସାମାଜିକ କଲ୍ୟାଣ ଏନଜିଓ ରହିଛି, ଯାହା ଏସିଡ ଆକ୍ରମଣର ଶିକାର ହେଇଥିବା ମହିଳାମାନଙ୍କ ଚିକିତ୍ସା ଓ ସେମାନଙ୍କୁ ସମାଜର ମୁଖ୍ୟ ଧାରାରେ ବଂଚିବା ପାଇଁ ବୁଝାଇବା ସହିତ, ସେମାନଙ୍କ ଆତ୍ମବିଶ୍ଵାସ ବଢ଼ିବାରେ ସାହାଯ୍ୟ କରିଥାଏ ।

 

ମୀର ଫାଉଣ୍ଡେସନର ୱେବସାଇଟ ଅନୁସାରେ "ଏସିଡ ଆକ୍ରମଣର ଶିକାର ହେଇଥିବା ମହିଳାମାନେ କିପରି ଗଭୀର ଆତ୍ମବିଶ୍ଵାସ ସହିତ ନିଜକୁ ପସନ୍ଦ କରିବେ ଏବଂ ସମାଜରେ ସମ୍ମାନର ସହିତ ଚଳିପାରିବେ" ସେ ବିଷୟରେ ଏହି ସଂସ୍ଥା କାମ କରିଥାଏ ।

 

ଏତଦବ୍ୟତୀତ ଶାହରୁଖ ଶିଶୁମାନଙ୍କ ପାଇଁ ମଧ୍ୟ ଅନେକ କାମ କରିଥାନ୍ତି । କ୍ୟାନସର  ପରି ଭୟଙ୍କର ରୋଗରେ ପୀଡିତ ହେଇଥିବା ଶିଶୁମାନଙ୍କ ଶେଷ ଇଛା ପୂରଣ କରୁଥିବା ଏକ ଅନୁଷ୍ଠାନ ସହିତ ମଧ୍ୟ ସେ ବହୁ ଦିନରୁ ଜଡିତ । କିଛି ବର୍ଷ ପୂର୍ବେ ଶାହରୁଖ ମିଡ଼ିଆକୁ ଦେଉଥିବା ପ୍ରତ୍ୟେକ ଇଣ୍ଟରଭିଉ ପାଇଁ ଟ 5,000 ଚାର୍ଜ କରୁଥିଲେ ଓ ସେହି ଟଙ୍କା ଏକ ଏନଜିଓକୁ ଦାନ କରୁଥିବା କଥା କହୁଥିଲେ ।

 

ପରେ ପ୍ରକାଶ ପାଇଥିଲା ଯେ ସେ ଏହି ଟଙ୍କା କ୍ୟାନସର ପୀଡିତ ଶିଶୁଙ୍କ ପାଇଁ ଉଦ୍ଧିଷ୍ଟ ଏନଜିଓ ମେକ ଏ ଵୀଶ ଫାଉଣ୍ଡେସନକୁ ପ୍ରଦାନ କରୁଥିଲେ ।

 

ଶାହରୁଖଙ୍କ ମତରେ ସାହାଯ୍ୟ ସର୍ବଦା ଲୁଚେଇ କରିବା ଉଚିତ । ବାହାରେ ପ୍ରକାଶ କଲେ ସାହାଯ୍ୟର ମୂଲ୍ୟ ରୁହେ  ନାହିଁ ।      

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon