'ରଙ୍ଗ ଦେ ବସନ୍ତୀ' ଅଭିନେତା ସିଦ୍ଧାର୍ଥ କଲେ ନବୀନଙ୍କୁ ଭର୍ତ୍ସନା

Wednesday, January 24, 2018

ରାକେଶ ଓମ ପ୍ରକାଶ ମେହେରାଙ୍କ ରଙ୍ଗ ଦେ ବସନ୍ତୀ ଚଳଚ୍ଚିତ୍ର ଯିଏ ଦେଖିଥିବେ ସେ ସହଜରେ ତାମିଲ ଅଭିନେତା ସିଦ୍ଧାର୍ଥଙ୍କୁ ଜାଣିପାରିବେ । ସୋସିଆଲ ମିଡିଆରେ ପ୍ରାୟତଃ ନିଜ ଚଳଚ୍ଚିତ୍ର ବିଷୟରେ ଲେଖୁଥିବା ସିଦ୍ଧାର୍ଥ ଗତକାଲି କିନ୍ତୁ ଏକ ରାଜନୈତିକ ଟ୍ୱିଟ କରି ତାଙ୍କ ପ୍ରଶଂସକ ମାନଙ୍କୁ ଚକିତ କରି ଦେଇଥିଲେ । ଘଟଣାଟି ଥିଲା ଏହିପରି ।

 

ରବିବାର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣେଠାରେ ଭାରତୀୟ ଛାତ୍ର ସାଂସଦ ପ୍ରତିଷ୍ଠାନ ଦ୍ଵାରା ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପୁରସ୍କାର ଗ୍ରହଣ କରିଥିଲେ । ସୋମବାର ଦିନ ରାଜଧାନୀରେ ବିଜୁ ଜନତା ଦଳ ଓ ରାଜ୍ୟ ସରକାରଙ୍କ ତରଫରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା  ଏବଂ ମଙ୍ଗଳବାର ଦିନ ଓଡିଶାରେ ପ୍ରକାଶିତ ହେଉଥିବା ପ୍ରାୟ ସବୁ ବଡ ବଡ ଖବରକାଗଜକୁ ଏହି ସଙ୍କ୍ରାନ୍ତରେ ବିଜ୍ଞାପନ ଦିଆଯାଇଥିଲା।

 

ସେହି କ୍ରମରେ ପ୍ରଥମ ପୃଷ୍ଠାରେ ଏକ ବଡ ବିଜ୍ଞାପନ ନିଉ ଇଣ୍ଡିଆନ ଏକ୍ସପ୍ରେସ-- ଯାହା ଚେନ୍ନାଇରୁ ପ୍ରକାଶିତ ହେଇଥାଏ ଓ ଏହାର ଏକ ଭୁବନେଶ୍ୱର ସଂସ୍କରଣ ମଧ୍ୟ ଅଛି--ରେ ପ୍ରକାଶ ପାଇଥିଲା । ଚେନ୍ନାଇ ନିବାସୀ ସିଦ୍ଧାର୍ଥ ଏହି ବିଜ୍ଞାପନକୁ ଦେଖି ଏହାର ନିନ୍ଦା କରିଥିଲେ ଓ ଟ୍ଵିଟ କରି ତାଙ୍କର ପ୍ରଶଂସକମାନଙ୍କୁ ଲେଖିଥିଲେ :

 

ଏହି ବିଜ୍ଞାପନ କହୁଛି ଆଦର୍ଶ ମୁଖ୍ୟମନ୍ତ୍ରୀ । କିଛି ପ୍ରଶ୍ନ: 1) ଏହି ଆତ୍ମବଡିମା ପାଇଁ କିଏ ପଇସା ଖର୍ଚ୍ଚ କରୁଛି ? 2) ଚେନ୍ନାଇର ଖବରକାଗଜରେ ଏଭଳି (ଓଡିଶାର ମୁଖ୍ୟମନ୍ତ୍ରୀଙ୍କ) ବିଜ୍ଞାପନ ପ୍ରଥମ ପୃଷ୍ଠାରେ କାହିଁକି ? 3) ଏ (ବିଜ୍ଞାପନ)ସଙ୍କ୍ରାନ୍ତରେ କି କି ନିୟମ ରହିଛି ? 4) ବାକି ପ୍ରାୟ ସମସ୍ତ ରାଜନୈତିକ ଦଳ ଏହା କରିଥାନ୍ତି । ତେବେ ଆମେ ଏହାକୁ ବନ୍ଦ କରିପାରିବା କି ?

 

ଅବଶ୍ୟ ସିଦ୍ଧାର୍ଥ ଏହି ଟ୍ଵୀଟ ମାଧ୍ୟମରେ ସବୁ ସରକାରଙ୍କ ରାଜ୍ୟ ରାଜକୋଷ ଚଳାଇବାର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିଥିଲେ । ତେବେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ବିଜ୍ଞାପନ ତାମିଲନାଡୁରେ ପ୍ରକାଶ ପାଇବା କଥାଟା ରାଜ୍ୟ ସରକାର ବିଶେଷ କରି ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସମାଲୋଚନା ଥିଲା ।

 

ରାଜଧାନୀର ଖବରକାଗଜର ବିଜ୍ଞପନ ବିଭାଗରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀଙ୍କ ମତରେ, ନବୀନ ପଟ୍ଟନାୟକ ରବିବାର ଏହି ପୁରସ୍କାର ଗ୍ରହଣ କରିଥିଲେ ହେଁ, ମଙ୍ଗଳବାର ଓଡିଶାରେ ଏ ସଙ୍କ୍ରାନ୍ତରେ ବିଜ୍ଞାପନ ଦେବା ହୁଏତ କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଖବରକୁ ଗୌଣ କରିଦେବା ପାଇଁ ଉଦ୍ଦିଷ୍ଟ ଥିଲା ।

 

ସୋମବାର ମୁଖ୍ୟମନ୍ତ୍ରୀ ନିଜର ସମ୍ବର୍ଦ୍ଧନା ଉତ୍ସବରେ ଭୁବନେଶ୍ୱରରେ ଥିବାବେଳେ, ସେହିଦିନ କୋରାପୁଟର କୁନ୍ଦୁଲିରେ ଗଣଧର୍ଷଣର ଶିକାର ହେଇଥିବା ନବମ ଶ୍ରେଣୀ ପୀଡିତା ଆତ୍ମହତ୍ୟା କରିଥିଲେ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon