ସରକାରୀ ଡ୍ରାଇଭର ନିଯୁକ୍ତି ବିଜ୍ଞାପନ : ଜରୁରୀ ତଥ୍ୟ

Wednesday, April 18, 2018

ରାଜ୍ୟ ସରକାରଙ୍କ ଅଧିନସ୍ଥ ଓଡିଶା ରାଜ୍ୟ ସଡକ ପରିବହନ ନିଗମର  ବିଭିନ୍ନ ଶାଖାଗୁଡିକରେ ଡ୍ରାଇଭର ଓ କଣ୍ଡକ୍ଟର ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଅବଶ୍ୟ ଏହି ଚାକିରି ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଚୁଆଲ) ଅଟେ ।

 

ଏଥିପାଇଁ ଆବେଦନ କରୁଥିବା ପ୍ରାର୍ଥୀ ମନୋନୀତ ହେଲେ, ଡ୍ରାଇଭର ମାନଙ୍କୁ ମାସିକ ଟ୧୦,୫୬୦ ହାରରେ ଓ କଣ୍ଡକ୍ଟର ମାନଙ୍କୁ ମାସିକ ଟ ୮,୬୪୦ ହାରରେ ଦରମା ଦିଆଯିବ । ଏହି ନିଯୁକ୍ତି ଭୁବନେଶ୍ଵର, ସମ୍ବଲପୁର ଓ ବ୍ରହ୍ମପୁର ମଣ୍ଡଳ ଅଧୀନରେ ଥିବା ଶାଖା ମାନଙ୍କ ପାଇଁ ଉଦ୍ଧିଷ୍ଟ ।  

 

ଚାକିରି ସର୍ତ୍ତାବଳୀ

 

ଏହି ଚାକିରି ପାଇବା ନିମନ୍ତେ ପ୍ରାର୍ଥୀମାନେ କିଛି ସର୍ତ୍ତାବଳୀ ପୂରଣ କରୁଥିବା ଅବଶ୍ୟକ । 

 

ଡ୍ରାଇଭର ପଦବୀ ନିମନ୍ତେ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ନିକଟରେ ବୈଧ ହେଭି ପବ୍ଲିକ ଡ୍ରାଇଭିଙ୍ଗ ଲାଇସେନ୍ସ ସହ ପବ୍ଲିକ ସର୍ଭିସ ବ୍ୟାଚ ଓ ଫାର୍ଷ୍ଟଏର୍ଡ  ସାର୍ଟିଫିକେଟ ଥିବା ଆବଶ୍ୟକ । ଏଥିସହ ଅତି କମରେ ୩ ବର୍ଷର ପବ୍ଲିକ ବସ ଚଳେଇବାର ଅଭିଜ୍ଞତା ସହିତ ଶାରୀରିକ ଯୋଗ୍ୟତା ପାଇଁ ଉତ୍ତମ ଦୃଷ୍ଟିଶକ୍ତି,ସର୍ବନିମ୍ନ ଉଚ୍ଚତା ୫.୩ ଫୁଟ ଓ ଛାତିର ସର୍ବନିମ୍ନ ପ୍ରଶସ୍ତି ୩୨ରୁ ୩୪ ଇଞ୍ଚମଧ୍ୟରେ ଥିବା ଦରକାର ।

 

ଏହା ବ୍ୟତୀତ ପ୍ରାର୍ଥୀମାନେ ଜାତିଗତ ପ୍ରମାଣପତ୍ର ,ଶିକ୍ଷାଗତ ପ୍ରମାଣପତ୍ର ଓ ଯଦି ଅନ୍ୟାନ୍ୟ କିଛି ଅଭିଜ୍ଞତା ଥାଏ, ତାହାର ନକଲ ପ୍ରଦାନ କରିବେ । ଯେଉଁ ପ୍ରାର୍ଥୀମାନେ ସରକାରୀ ଟ୍ରେନିଂ ସ୍କୁଲ ରୁ ତାଲିମ ପାଇଥିବେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବାର ମଧ୍ୟ ବ୍ୟବସ୍ଥା ଅଛି । ସରକାରୀ ନିୟମ ଅନୁସାରେ ବିଭିନ୍ନ ଜାତି ଆନୁସରେ ସଂରକ୍ଷଣ ଭିତ୍ତିରେ ନିଯୁକ୍ତି ଦିଆଯିବ ବୋଲି ବିଜ୍ଞାପନରେ ଉଲ୍ଲେଖ ରହିଛି।

 

ଆବେଦନ କରିବା ସମୟରେ ପ୍ରାର୍ଥୀମାନେ ଦୁଇଗୋଟି ପାସପୋର୍ଟ ଫଟୋଗ୍ରାଫ ଓ ଆଧାର କାର୍ଡର ନକଲ ମଧ୍ୟ ପ୍ରଦାନ କରିବା  ଆବଶ୍ୟକ।

 

ଡ୍ରାଇଭର ଚାକିରି ନିମନ୍ତେ ପ୍ରାର୍ଥୀଙ୍କ ବୟସ ୧.୫.୨୦୧୮ ସୁଦ୍ଧା ୨୧ ରୁ ୪୦ ବର୍ଷ ଭିତରେ ହୋଇଥିବା ଦରକାର । ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ନିଯୁକ୍ତି ସମୟରେ ଟ୧୦,୦୦୦ର ଅମାନତ ଜମାକରିବେ।

 

ସେହିପରି କଣ୍ଡକ୍ଟର ପ୍ରାର୍ଥୀମାନଙ୍କ ପାଇଁ ରହିଥିବା ସର୍ତ୍ତାବଳୀ ଗୁଡିକ ହେଲା:- ମାଟ୍ରିକ ପାସ, ବୈଧ କଣ୍ଡକ୍ଟର ସାର୍ଟିଫିକେଟ ,ବ୍ୟାଚ ଓ ଫାର୍ଷ୍ଟଏର୍ଡ ସାର୍ଟିଫିକେଟ ଥିବ ,ସଠିକ ଦୃଷ୍ଟି ଶକ୍ତି ,ସର୍ବନିମ୍ନ ଉଚ୍ଚତା ୫.୨ଫୁଟ ଓ ଛାତିର ସର୍ବନିମ୍ନ ପ୍ରଶସ୍ତି ୩୨ଇଞ୍ଚରୁ ୩୬ ଇଞ୍ଚ । ଏହାଛଡା  ଜାତିଗତ ପ୍ରମାଣପତ୍ର ,ଶିକ୍ଷାଗତ ପ୍ରମାଣପତ୍ର ,ଅନ୍ୟାନ୍ୟ ଯୋଗ୍ୟତା ଓ ଅଭିଜ୍ଞତା ପ୍ରମାଣପତ୍ର ,ଦୁଇଟି ପାସପୋର୍ଟ ଫଟୋଗ୍ରାଫ ଓ ଆଧାର କାର୍ଡର ନକଲ,ଏବଂ କମ୍ପ୍ୟୁଟର ଟ୍ରେନିଂ ( DCA) ନେଇଥିବାର ପ୍ରମାଣପତ୍ର ଆବଶ୍ୟକ ।

କଣ୍ଡକ୍ଟର ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧.୫.୨୦୧୮ ସୁଦ୍ଧା ୨୧ ରୁ ୩୨ ବର୍ଷ ହୋଇଥିବା ଦରକାର ।

 

ଯୋଗ୍ୟ ବିବେଚିତ  ପ୍ରାର୍ଥୀମାନଙ୍କୁ ନିଯୁକ୍ତି ସମୟରେ ଟ. ୩୦,୦୦୦ ର ଅମାନତ ରାଶି ପଇଠ କରିବାକୁ ପଡିବ, ଯେଉଁଥିରୁ ରେଜିଷ୍ଟ୍ରେସନ ଫିସ ବାବଦରେ ଟ. ୫,୦୦୦ ଫେରସ୍ତ ହେବ ନାହି । ରେଜିଷ୍ଟ୍ରେଶନ ସମୟରେ ଯୋଗ୍ୟ ବିବେଚିତ କଣ୍ଡକ୍ଟର ପ୍ରାର୍ଥୀଙ୍କୁ ମୋଟ ଟ.୧୫,୦୦୦ ଦେବାକୁ ପଡିବ ଓ ବାକି ଟ.୧୫,୦୦୦ ତାଙ୍କ ମାସିକ ଦରମାରୁ ଟ.୧,୦୦୦ ହିସାବରେ କାଟି ନିଆଯିବ ।

 

ଉପରୋକ୍ତ ସର୍ତ୍ତାବଳୀକୁ ପୂରଣ କରୁଥିବା ପ୍ରାର୍ଥୀମାନେ ନିଗମର ଜିଲ୍ଲା ପରିବହନ ଶାଖା ପରିଚାଳକଙ୍କ ନିକଟରେ ଆସନ୍ତା ମେ ପହିଲାରୁ ସକାଳ ୧୧ ଟାରୁ ଅପରାହ୍ନ ୫ଟା ଭିତରେ ଦରଖାସ୍ତ ଫର୍ମ ଦାଖଲ କରିବା ସହିତ ସାକ୍ଷାତକର ଦେଇ ପାରିବେ । ଏହାର ସବିଶେଷ ବିବରଣୀ ରାଜ୍ୟ ପରିବହନ ନିଗମ ର ୱେବସାଇଟ www.osrtc.in ର ୱେବସାଇଟରେ ଉପଲବ୍ଧ ।ରହିଛି ।

 

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon