ଭାଇରାଲ୍ ହେଉଛି ‘ସଞ୍ଜୁ’ ଫିଲ୍ମର ଟିଜର

Tuesday, April 24, 2018

 

ବହୁ ପ୍ରତିକ୍ଷିତ ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ରର ଟିଜର ଏହାର ନିର୍ମାତା ଫକ୍ସଷ୍ଟାର ହିନ୍ଦୀ ତରଫରୁ ବିଭିନ୍ନ ସୋଶଲ ମିଡିଆ, ଲୋକପ୍ରିୟ ଟିଭି ଚାନେଲ ଓ ୱେବସାଇଟ ମାନଙ୍କରେ ଛଡା ଯାଇଛି । 

ୟୁ ଟ୍ୟୁବରେ ମୁକ୍ତିଲାଭ କରିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଏହାର ଟିଜରକୁ ଲକ୍ଷାଧିକ ସିନେମାପ୍ରେମୀ ଦେଖିଥିଲେ ।  

 

ବିଗତଦିନରେ ବଲିଉଡ ଇଣ୍ଡଷ୍ଟ୍ରୀରେ ସୁପରଷ୍ଟାର ଭାବେ ରାଜ୍ କରୁଥିବା ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ନିର୍ମିତ ହେଉଛି ଫିଲ୍ମ ‘ସଞ୍ଜୁ’। ଏହି ଫିଲ୍ମକୁ ଦର୍ଶକମାନେ ବହୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହିରାନୀ। ଏଥିରେ ରକଷ୍ଟାର ରଣବୀର କପୁରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

 

ପାଞ୍ଚ ଅବତାର ପୋଷ୍ଟର

ଇତି ମଧ୍ୟରେ ଫିଲ୍ମର ପୋଷ୍ଟର ରିଲିଜ ହେଇସାରିଛି  ।ଆଗାମୀ ଜୁନ 29 ତାରିଖରେ ଏହା ମୁକ୍ତିଲାଭ କରିବ ।  

ଫିଲ୍ମର ପ୍ରଥମ ପୋଷ୍ଟରରେ ରଣବୀର କପୁରଙ୍କୁ ୫ଟି ଅଲଗା ଅଲଗା ଅବତାରରେ ଦେଖିବାକୁ ମିଳିଛି। ‘ସଞ୍ଜୁ’ର ଏହି ପୋଷ୍ଟରରେ ରଣବୀରଙ୍କ ଅଲଗା ଅଲଗା ଲୁକରେ ପ୍ରଥମେ ରହିଛି, ସଞ୍ଜୟ ଦତ୍ତ ଯେତେବେଳେ ବଲିଉଡରେ ଏଣ୍ଟ୍ରି କଲେ ସେ ସମୟର ଲୁକ। ଦ୍ଵିତୀୟରେ ସଞ୍ଜୟ ଦତ୍ତଙ୍କ ସବୁଠୁ ବଡ ହିଟ୍ ଫିଲ୍ମ ‘ମୁନାଭାଇ ଏମ.ବି.ବି.ଏସ’ର ଲୁକ, ତୃତୀୟରେ ରଣବୀରଙ୍କୁ କଳାକୁର୍ତ୍ତା ଓ ପଞ୍ଜାବୀରେ ଦେଖିବାକୁ ମିଳିଛି,ଚତୁର୍ଥରେ ସେ ଜଣେ କଏଦୀର ବେଶରେ ଥିବା ଦେଖିବାକୁ ମିଳିଥିବା ବେଳେ ପଞ୍ଚମରେ ସଞ୍ଜୟ ଦତ୍ତ ଜେଲରୁ ବାହାରିବା ସମୟର ଲୁକ ରହିଛି। ଫିଲ୍ମର ଏହି ପୋଷ୍ଟରକୁ ଦେଖିଲେ ଲାଗୁଛି ରାଜକୁମାର ହିରାନୀ ସଞ୍ଜୟ ଦତ୍ତଙ୍କ ଜୀବନରେ ଘଟିଥିବା ସମସ୍ତ ଘଟଣାକୁ ଏଥିରେ ସୁନ୍ଦର ଭାବରେ ଚିତ୍ରିତ କରିଛନ୍ତି।  

 

ଫିଲ୍ମର ନାମକୁ ନେଇ ମଧ୍ୟ ଏହି ଫିଲ୍ମ ବହୁତ ଚର୍ଚ୍ଚାରେ ଅଛି ।ଫିଲ୍ମ ନିର୍ମାତା ରାଜକୁମାର ହିରାଣୀଙ୍କ ମତରେ, ଫିଲ୍ମ ନାମ ଚୟନ କରିବାବେଳେ ତାଙ୍କୁ ବହୁତ ଦିଗକୁ ଦ୍ରୁଷ୍ଟି ଦେବାକୁ ପଡିଥିଲା । ଶେଷରେ ଏହାର ନାମ ‘ସଞ୍ଜୁ’ ରଖାଗଲା କାରଣ ସଞ୍ଜୟ ଦତ୍ତଙ୍କ ମା’ ନରଗିସ ସଞ୍ଜୟଙ୍କୁ ସ୍ନେହରେ ସଞ୍ଜୁ ବୋଲି ଡାକୁଥିଲେ।

 

ରଣବୀର କପୁରଙ୍କୁ ସଞ୍ଜୟ ଦତ୍ତଙ୍କ ଭୂମିକାରେ ଦେଖିବା ପାଇଁ ଦର୍ଶକ ମାନେ ବହୁ ଉତ୍କଣ୍ଠା ସହ ଚାହିଁ ବସିଛନ୍ତି। ଏହା ଏ ବର୍ଷର ସବୁଠୁ ବଡ ଆକର୍ଷଣ ହେବ ବୋଲି ନିର୍ମାତା ମାନେ ଆଶା ରଖିଛନ୍ତି। କାରଣ ଏହି ଫିଲ୍ମ ମାଧ୍ୟମରେ ସଞ୍ଜୁବାବାଙ୍କ ନିଶାଗିରି ଠାରୁ ଆରମ୍ଭ କରି ଗାନ୍ଧୀଗିରି ପର୍ଯ୍ୟନ୍ତ ସମସ୍ତ କାହାଣୀ ପରଦା ଉପରେ ଦେଖିବାକୁ ପାଇବେ। ସଞ୍ଜୟ ଦତ୍ତ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବେ ବୋଲି ସୂଚନା ମିଳୁଛି।

 

ଫିଲ୍ମରେ ରଣବୀରଙ୍କ ସହ ଅନ୍ୟାନ୍ୟ ଭୂମିକାରେ ରହିଛନ୍ତି ସୋନମ କପୁର ,ଅନୁଷ୍କା ଶର୍ମା ,ପରେଶ ରାୱାଲ, ଦିୟା ମିର୍ଜା ,କରିଷ୍ମା ତନ୍ନା, ମନୀଷା କୋଇରାଲା,ବିକି କୌଶଲ ଏବଂ ବୋମନ ଇରାନୀ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon