ମକରରେ ପ୍ରବେଶ କଲା ମଙ୍ଗଳ: କେଉଁ ରାଶିକୁ କ'ଣ

Friday, May 4, 2018

 ମଙ୍ଗଳ ରାଶି ଏବେ ମକର ରାଶିରେ ପ୍ରବେଶ କରିଛି ଯାହା ଏକ ଭଲ ସମୟ । କାରଣ ମକର ରାଶିରେ ମଙ୍ଗଳ ଯେଉଁ ସ୍ଥାନରେ ଥାଏ ତାହା ମଙ୍ଗଳ ଗ୍ରହ ପାଇଁ ଏକ ଉଚ୍ଚ ସ୍ଥାନ । ତେଣୁ କିଛି ରାଶି ପାଇଁ ଧନାଲାଭ ଓ ପାରିବାରିକ ସୁଖର ସଂକେତ  ମଧ୍ୟ ମିଳିପାରେ । ମଙ୍ଗଳ ସାଧାରଣତଃ ଗୋଟିଏ ରାଶିରେ ପ୍ରାୟ 45 ଦିନ ପାଇଁ ରୁହେ । ତେବେ ଏହି ଚଳନ ଟିକିଏ ଭିନ୍ନ କାରଣ ମଙ୍ଗଳ ଏହି ରାଶିରେ ଚଳିତ ବର୍ଷ 6 ମାସ (ନଭେମ୍ବର 6 ଯାଏଁ) ରହିବା । ଆସନ୍ତୁ ଜାଣିବା ଏହି ବିଶେଷ ଚଳନ କେଉଁ ରାଶିକୁ କଣ ପ୍ରଭାବ ପଡିବ ।  

 

ମେଷ: ଆପଣଙ୍କୁ ଶୁଭ ସମାଚାର ମିଳିବ।ବ୍ୟବସାୟ ରେ ଉନ୍ନତି ଘଟିବ। ଲାଗି ରହିଥିବା ଜମିବିବାଦ ଦୂରହେବ।ଯଦି କିଛି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଞ୍ଛନ୍ତି ତେବେ ଏହା ଆପଣଙ୍କ ପାଇଁ ଉଚିତ ସମୟ ହେବ।

 

ବୃଷ: ଦୂରସ୍ଥାନକୁ ଯାତ୍ରା ସଫଳ ରହିବ ।ଧର୍ମକାର୍ଯ୍ୟ ପ୍ରତି ଆପଣ ମନ ବଲେଇବେ।ଆପଣଙ୍କର ଜୀବନସାଥୀ ଙ୍କର କାର୍ଯ୍ୟରେ ଉନ୍ନତି ଘଟିବ। ବିଦେଶରେ କିଛି କାରବାର କରୁଥିଲେ ଲାଭଫଳ ପାଇବେ।

 

ମିଥୁନ: ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନୁକୂଳ ନୁହେଁ, ଅର୍ଥାତ ଆପଣଙ୍କୁ ନିଜର ସ୍ଵାସ୍ଥ୍ୟର ଯତ୍ନ ନେବାକୁ ପଡିବ।କିନ୍ତୁ ବାଣିଜ୍ୟ ବ୍ୟାପାରରେ ସଫଳତା ପାଇପାରିବେ। ନିଜ କଥା ଉପରେ ସଂଯମତା ରକ୍ଷା କରନ୍ତୁ।

 

କର୍କଟ:ଅନେକ ଶୁଭଫଳ ପାଇବେ। ବ୍ୟବସାୟ କ୍ଷେତ୍ରରେ ଓ ସନ୍ତାନ କ୍ଷେତ୍ରରେ ଅନୁକୂଳ ଫଳ ପାଇବେ।ପ୍ରେମୀଯୁଗଳଙ୍କ ପାଇଁ ସମୟ ବହୁତ ଭଲ ରହିବ। ଯଦି ବିବାହିତ ତେବେ ଘରୋଇ ଝଗଡାରୁ ଦୂରେଇ ରୁହନ୍ତୁ।

 

ସିଂହ:ଦୂର ସ୍ଥାନକୁ ଯାତ୍ରାରେ ଅସୁବିଧା ପରିଲକ୍ଷିତ ହେବ। ଘରୋଇ ଓ ବୈବାହିକ ଜୀବନରେ ଅସନ୍ତୋଷ ଦେଖାଦେଇପାରେ। ପ୍ରତିଯୋଗୀତା ମୂଳକ କାର୍ଯ୍ୟରେ ସଫଳତା ପାଇବେ।

 

କନ୍ୟା: ପାଖସ୍ଥାନକୁ ଯାତ୍ରା କରିପାରନ୍ତି କିନ୍ତୁ ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଭାଇ ଓ ବନ୍ଧୁବାନ୍ଧବ ମାନେ ସାହାଯ୍ୟ କରିବେ।ସନ୍ତାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।

 

ତୁଳା: ଏହି ଚଳନ ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ । ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବାର ସମ୍ଭାବନା ରହିଛି। ନିଜକଥା ଉପରେ ସଂଯମତା ରଖିବାକୁ ପଡିବ।

 

ବିଛା : ନିଶ୍ଚିତରୂପେ ଶୁଭ ଫଳ ପାଇବେ। ମାନସମ୍ମାନରେ ବୃଦ୍ଧି ଘଟିବ। ଭାଇବନ୍ଧୁମାନେ ସହଯୋଗର ହାତ ବଢାଇବେ, କିନ୍ତୁ କେତେକ ଶତ୍ରୁ ମିତ୍ରତାର ରୂପ ନେବାକୁ ଚେଷ୍ଟା କରିବେ।

 

ଧନୁ: ଖର୍ଚ୍ଚ ବଢିପାରେ। ନିଜକଥା ଉପରେ ସଂଯମତା ରଖିବାକୁ ପଡିବ । ପରିବାର ମଧ୍ୟରେ ସନ୍ତୋଷ ଦେଖାଦେଇପାରେ।

 

ମକର:  କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ। ଯାନବାହାନ ଚଳାଚଳରେ ଧ୍ୟାନ ଦେବାକୁ ପଡିବ।

କୁମ୍ଭ: ଅଯଥା ଖର୍ଚ୍ଚ ବଢିପାରେ। ଯାତ୍ରାର ଯୋଗ ରହିଛି ଓ ଆତ୍ମା ନିର୍ଭରଶୀଳ ହେବେ। ବିଦେଶରେ ବ୍ୟବସାୟ କରୁଥିଲେ ସୁଫଳ ପାଇବେ।

 

ମୀନ :ଆର୍ଥିକସ୍ଥିତି ସୁଦୃଢ ରହିବ । ବହୁତ ପୁରୁଣା ଇଚ୍ଛା ପୂରଣ ହେବ। ଦୂର ସ୍ଥାନକୁ ଯାତ୍ରା ଫଳପ୍ରଦ ରହିବ । ପାରିବାରିକ ଜୀବନ ସୁଖମୟ ରହିବ ।  

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon