ହଲିଉଡ ଫିଲ୍ମ ଡେଡପୁଲ ୨ରେ ରଣବୀର ସିଂହଙ୍କ ହିନ୍ଦୀ ଡବିଙ୍ଗ

Tuesday, May 8, 2018

ରିୟାନ ରେନୋଲ୍ଡଙ୍କ ସୁପରହିରୋ ଫିଲ୍ମ ‘ଡେଡପୁଲ 2’ର ହିନ୍ଦୀ  ସଂସ୍କରଣରେ  ଶୁଣିବାକୁ ମିଳିବ ବଲିଉଡ ଷ୍ଟାର ରଣବୀର ସିଂ ସ୍ଵର। ‘ଡେଡପୁଲ2’ ର ହିନ୍ଦୀ ଡ଼ବିଙ୍ଗରେ ରଣବୀର ଏହି ହଲିଉଡ ହିରୋଙ୍କ ପାଇଁ ସ୍ଵର

ଦେଇ ଏଥିରେ ଦେଶୀ ତଡକା ଲଗାଇଛନ୍ତି। ବହୁ ପ୍ରତିକ୍ଷୀତ ସୁପର ହିରୋ ଫିଲ୍ମ ‘ଡେଡପୁଲ2’ ଆସନ୍ତା ମେ 18 ତାରିଖରେ ଭାରତରେ ରିଲିଜ ହେବାକୁ ଯାଉଥିବାବେଳେ, ଫିଲ୍ମରେ ରଣବୀରଙ୍କର ସ୍ଵରକୁ ନେଇ ବଲିଉଡ ଦର୍ଶକ ମାନଙ୍କ ମଧ୍ୟରେ ଅଧିକ ଉତ୍କଣ୍ଠା ଭରି ଯାଇଛି।

 

ଇତି ମଧ୍ୟରେ ଫକ୍ସଷ୍ଟାର ଷ୍ଟୂଡିଓ ତରଫରୁ ଫିଲ୍ମର ହିନ୍ଦୀ ଟ୍ରେଲର ମଧ୍ୟ ଶେୟାର କରାଯାଇଛି । ଏହି ଟ୍ରେଲରରେ ବହୁ କମେଡି ଡାଇଲାଗ ମଧ୍ୟ ଶୁଣିବାକୁ ମିଳୁଛି। ଟ୍ରେଲରରେ ଥିବା ରଣବୀରଙ୍କ ହିନ୍ଦୀ କମେଡି ତଡକା ପାଇଁ ଏହା ଦର୍ଶକଙ୍କ ମଧ୍ୟରେ ଖୁବ ଆଦୃତ ହେବାରେ ଲାଗିଛି।ଏହି ଟ୍ରେଲରରେ ଡେଡପୁଲ ନିଜର ଟିମ ତିଆରି କରୁଥିବାର ଦେଖିବାକୁ ମିଳିଛି ଓ ନିଜର ଟିମ ପାଇଁ ସେ କିପରି ଅଡିଶନ ନେଉଛି ତାହା ମଧ୍ୟ ଦେଖିବାକୁ ମିଳିଛି।

ଫକ୍ସଷ୍ଟାର ଷ୍ଟୂଡିଓ  ‘ଡେଡପୁଲ2’ର ହିନ୍ଦୀ ଭର୍ସନ ପାଇଁ ଜଣେ ଏମିତି କଳାକାରଙ୍କୁ ଚାହୁଥିଲେ ଯାହାର ଡେଡପୁଲର ବ୍ୟକ୍ତିତ୍ବ ସହ ସମାନତା ଥିବା। ଏହାର ସିଇଓ ବିଜୟ ସିଂ ଙ୍କ କହିବ ଅନୁସାରେ, “ଡେଡପୁଲ ପରି ରଣବୀର ନିଜର ସ୍ମାର୍ଟ ଓ ମଜକିଆ ସ୍ଵଭାବ ପାଇଁ ପରିଚିତ। ସେ ଜଣେ ବହୁତ ସାହସୀ ଓ ପ୍ରତିଭାଶାଳୀ ଅଭିନେତା। “ ଏହି ଫିଲ୍ମରେ ଯଶ ବ୍ରେଲିନ, ମୋରେନା ବେକରିନ,କରନ ସୋନି, ଜେଜୀ ବିଟ୍ଜ,ବ୍ରାୟନା ହିଲ୍ଟବ୍ରାଣ୍ଡ,ସ୍ତିଫନ କପିଚି ଓ ଲେସଲି ଅଗଷ୍ଟ ଅଭିନୟ କରିଛନ୍ତି।

 

ସୁପର ହିରୋ ଫିଲ୍ମ ‘ ଆଭେଞ୍ଜରସ : ଇନିଫିନିଟି ୱାର ପରି ‘ଡେଡପୁଲ2’ ମଧ୍ୟ ସୁପରହିଟ ହୋଇପାରିବ ବୋଲି ଆଶା କରାଯାଉଛି।ଖାସ କରି ଏହାର ହିନ୍ଦୀ ଭର୍ସନରେ ରଣବୀରଙ୍କ ସ୍ଵର ଯୋଗୁ ଏହା ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିବା ବୋଲି ଫିଲ୍ମର ନିର୍ମାତା ମାନେ ଆଶାରଖିଛନ୍ତି।

 

ରଣବୀର ସିଂଙ୍କ ପରି ଆହୁରି ଅନ୍ୟ ବଲିଉଡ କଳାକାର ମଧ୍ୟ ହଲିଉଡ ଫିଲ୍ମ ପାଇଁ ନିଜର ସ୍ଵର ଦେଇଛନ୍ତି, ଯେମିତି ବରୁଣ ଧାବନ ‘କ୍ୟାପଟେନ ଆମେରିକା: ସିଭିଲ ୱାର’ ରେ,ପ୍ରିୟଙ୍କା ଚୋପ୍ରା  ଓ ଇରଫାନ ଖାନ ‘ଦ ଜଙ୍ଗଲ ବୁକ’ରେ , ଟାଇଗର ଶ୍ରଫ ‘ସ୍ପାଇଡର ମ୍ୟାନ: ହୋମ କମିଙ୍ଗ’ରେ ନିଜର ସ୍ଵର ଦେଇଛନ୍ତି ସେହିପରି ରାଣା ଦାଗୁବତ୍ତୀ ‘ ଆଭେଞ୍ଜରସ : ଇନିଫିନିଟି ୱାର ‘’ର ତେଲୁଗୁ ଭର୍ସନରେ ଥାନୋସ ଚରିତ୍ର ପାଇଁ  ନିଜର ସ୍ଵର ପ୍ରଦାନ କରିଛନ୍ତି।

 

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon