କେଉଁ କମ୍ପାନୀର ଟ349 ପ୍ଳାନ ସବୁଠୁ ଭଲ

Wednesday, May 9, 2018

 ଭାରତରେ ଅଗ୍ରୀମ ଟେଲିକମ ଅପରେଟର ଭାରତୀ ଏୟାରଟେଲ, ଭୋଡଫୋନ ଇଣ୍ଡିଆ, ରିଲାଏନ୍ସ ଜିଓ ଓ ବି.ଏସ.ଏନ.ଏଲ.(ଭାରତ ସଂଚାର ନିଗମ ଲିମିଟେଡ) ନିଜ ନିଜର ପ୍ରିପେଡ ଗ୍ରାହକମାନଙ୍କ ପାଇଁ  ଟ.349 ର ପ୍ୟାକ ମାର୍କେଟରେ ଲଞ୍ଚ କରିଛନ୍ତି। ପ୍ରତ୍ୟେକ ଅପରେଟରଙ୍କର କିଛି ସମାନ ମୂଲ୍ୟର ପ୍ୟାକ ମଧ୍ୟ ରହିଛି। ଯେପରି ଗୋଟିଏ ପ୍ରିପେଡ ରିଚାର୍ଜ ପ୍ୟାକ ହେଉଛି ଟ.349 ର ପ୍ୟାକ।

 

ତେବେ ଟ.349 ପ୍ୟାକଟି ବର୍ତ୍ତମାନ ଭାରତୀ ଏୟାରଟେଲ , ଭୋଡଫୋନ ଇଣ୍ଡିଆ, ରିଲାଏନ୍ସ ଜିଓ ଓ ବି.ଏସ.ଏନ.ଏଲ କମ୍ପାନୀ ନିଜ ନିଜର ଗ୍ରାହକ ମାନଙ୍କୁ ଯୋଗଉଥିବା ବେଳେ ଏହି ସମାନ ମୂଲ୍ୟର ପ୍ୟାକରେ ପ୍ରତ୍ୟକ କମ୍ପାନୀ ତାର ଗ୍ରାହକ ମାନଙ୍କୁ ଅଲଗା ଅଲଗା ସୁବିଧା ଦେଉଅଛି।

 

ଏୟାରଟେଲର ପ୍ରିପେଡ ରିଚାର୍ଜ ପ୍ଳାନ ଟ.349

ଏୟାରଟେଲ ତାର ପ୍ରିପେଡ ଗ୍ରାହକ ମାନଙ୍କୁ ଏହି 349 ଟଙ୍କାର ପ୍ୟାକରେ ପ୍ରତିଦିନ 3ଜିବି 3ଜି/4ଜି ହାଇସ୍ପିଡ ଇଣ୍ଟରନେଟ ପ୍ୟାକ, ପ୍ରତିଦିନ 100 ଟି ଏସ.ଏମ.ଏସ ସହିତ ଅନଲିମିଟେଡ ଲୋକାଲ ଏସଟିଡି ରୋମିଂ କଲ ଦେଉଛି। ଏହି ପ୍ୟାକର ବୈଧତା 28ଦିନ ରହିଛି।

 

ଜିଓ ପ୍ରିପେଡ ରିଚାର୍ଜ ପ୍ଳାନ ଟ.349

ଜିଓ ର ଏହି 349 ଟଙ୍କାର ପ୍ୟାକରେ ପ୍ରତିଦିନ 1.5 ଜିବି 3ଜି/4ଜି ଡାଟା ପ୍ୟାକ ଯାହାକି ମୋଟ 70 ଦିନ ପାଇଁ 105 ଜିବି ଡାଟା ଦେଉଛି। ଏହା ବ୍ୟତୀତ ପ୍ରତିଦିନ 100 ଟି ଏସ.ଏମ.ଏସ ସହିତ ଅନଲିମିଟେଡ ଲୋକାଲ ଏସଟିଡି ରୋମିଂ କଲ ରହିଛି। ଏହି ପ୍ୟାକରେ ଜିଓ ଗ୍ରାହକ ମାଇଁ ଜିଓ ଆପ ମଧ୍ୟ ବ୍ୟବହାର କରିପାରିବେ। ଏହି ପ୍ୟାକର ବୈଧତା 70ଦିନ ରହିଛି।

 

ଭୋଡଫୋନ ପ୍ରିପେଡ ରିଚାର୍ଜ ପ୍ଳାନ ଟ.349

ଏହି ପ୍ଳାନରେ ପ୍ରତିଦିନ 3ଜିବି 3ଜି/4ଜି ଡାଟା ପ୍ୟାକ ରହିଛି ଯାହା ମୋଟ 28 ଦିନ ପାଇଁ 84 ଜିବି ଡାଟା ଦେଉଛି। ଏହା ବ୍ୟତୀତ ଅନଲିମିଟେଡ ଲୋକାଲ ଏସଟିଡି ରୋମିଂ କଲ ରହିଛି। ଭୋଡଫୋନରେ କଲିଙ୍ଗ ପ୍ପ୍ଲାନ ଲିମିଟ ଦିନକୁ 250 ମିନିଟ ଓ ସପ୍ତାହକୁ 1000 ମିନିଟ ହିସାବରେ ରହୁଛି । ଏହି ପ୍ୟାକର ବୈଧତା ମୋଟ 28 ଦିନ ରହୁଛି।

 

ବି.ଏସ.ଏନ.ଏଲ ପ୍ରିପେଡ ରିଚାର୍ଜ ପ୍ଳାନ ଟ.349

ଏହି ପ୍ୟାକରେ ପ୍ରତିଦିନ 1ଜିବି 3ଜି/4ଜି ଡାଟା ପ୍ୟାକ ରହୁଛି। 1ଜିବି ସାରିଲା ପରେ ଡାଟା ସ୍ପିଡ 80 kbps ହୋଇଯିବ। ବି.ଏସ.ଏନ.ଏଲ ର ଏହି ସ୍ପେଶିଆଲ ତାରିଫ ଭାଉଚରରେ ଗ୍ରାହକ ମାନଙ୍କୁ ପ୍ରତିଦିନ 100 ଟି ଏସ.ଏମ.ଏସ ସହିତ ଅନଲିମିଟେଡ ଲୋକାଲ ଏସଟିଡି ରୋମିଂ କଲ ମଧ୍ୟ ମିଳୁଛି। ଏହି ପ୍ୟାକର ବୈଧତା ମୋଟ 54ଦିନ ରହିଛି।    

  

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon