ଗୁଗୁଲର ନୂଆ ଫିଚର : ଆପଣଙ୍କ ଫୋନ ହେବ ପି.ଏ

Thursday, May 10, 2018

ନିଜର ଆଣ୍ଡ୍ରଏଡ ଫୋନରେ ଅନ୍ତତଃ ଥରୁଟିଏ ଗୁଗୁଲ ବ୍ୟବହାର କରୁଥିବେ ନିଶ୍ଚୟ । ଆପଣଙ୍କର ଆହୁରି ନିକଟର ହେବା ପାଇଁ ନିକଟରେ ଗୁଗୁଲ ଏବେ ଏହିପରି କିଛି ଫିଚର ସାମନାକୁ ଆଣିଛି, ଯାହା ଫଳରେ ଆପଣଙ୍କ ଫୋନ ଆପଣଙ୍କ ବ୍ୟକ୍ତିଗତ ସହାୟକ ବା ପି.ଏ ପରି କାମ କରିବ ।  

 

ଗୁଗୁଲ ତରଫରୁ ସଦ୍ୟ ସମାପ୍ତ ହେଇଥିବା ବାର୍ଷିକ ଡେଭେଲପର କନଫରେନ୍ସରେ ଗୁଗୁଲ ଆଶିଷ୍ଟାଣ୍ଟରେ କରାଯାଇଥିବା କିଛି ନୂଆ ଅପଡେଟ ବିଷୟରେ ଆଲୋଚନା କରାଯାଇଛି।

 

"ଭଦ୍ର ବ୍ୟବହାର"

କମ ବୟସର ଛୋଟ ପିଲାଙ୍କ ନିମନ୍ତେ  ଗୁଗୁଲ ଆସିଷ୍ଟାଣ୍ଟରେ ହୋଇଥିବା ଏହି ଅପଡେଟରେ ସବୁଠାରୁ ଭଲ ଫିଚରଟି ହେଉଛି ଏହା ପିଲାମାନଙ୍କୁ ଉଚିତ ଆଚରଣ ଶିଖାଇବାରେ ବହୁତ ସାହାଯ୍ୟ  କରିବ। ଗୁଗୁଲ ଆସିଷ୍ଟାଣ୍ଟର ଏହି ନୂଆ ଭଏସ କଣ୍ଟ୍ରୋଲ ସିଷ୍ଟମରେ ଆପଣଙ୍କୁ ନିର୍ଦେଶ ଦେବା ପାଇଁ ପ୍ରଥମେ ‘ପ୍ଳିଜ’ କହିବାକୁ ଯାହାକି ଆପଣଙ୍କ ପିଲା ମାନଙ୍କୁ ‘ପ୍ଳିଜ’ କହିବା ଶିଖାଇବା ଓ ଏହା ସହିତ ଉଚିତ ଆଚରଣ ଶିଖାଇବା ବୋଲି ଆଶା କରାଯାଉଛି। କିଛି ସପ୍ତାହ ପୂର୍ବରୁ ଆମାଜନ ତରଫରୁ ମଧ୍ୟ ଏହି ସମାନ ଫିଚର ଲଞ୍ଚ କରାଯାଇଛି।

 

ଏହା ସହିତ ଆପଣଙ୍କ ତରଫରୁ ଗୁଗୁଲ ଆସିଷ୍ଟାଣ୍ଟ କଲ କରିପାରିବ, ଆପଣଙ୍କ ନିର୍ଦ୍ଦେଶ  ଅନୁଯାୟୀ ହୋଟେଲ ବା କ୍ଲବରେ ଆପଣଙ୍କ ବ୍ୟକ୍ତିଗତ ସହାୟକ ଭଳି କଥା ହେଇ (ଫୋନ କଲ ମାଧ୍ୟମରେ) ବୁକ କରିପାରିବ । ଏହାଛଡା ଡାକ୍ତରଙ୍କ ସହ ଆପଏଣ୍ଟମେଣ୍ଟ ବୁକ କରିବା,ଇମେଲ ଲେଖିବା, ଲିଷ୍ଟ ପ୍ରସ୍ତୁତ କରିବା,ଭଳି ଫିଚର ମଧ୍ୟ ରହିଛି।

 

କନଫରେନ୍ସରେ ଲୋକ ମାନଙ୍କୁ ଆକର୍ଷିତ କରିଥିବା ଫିଚରଟି ହେଉଛି ‘ଡୁପ୍ଲେକ୍ସ’। ଏହା ହେଉଛି ଗୁଗୁଲ ଆସିଷ୍ଟାଣ୍ଟର ଏକ ଅଂଶ ଯାହାକି ଆପଣଙ୍କର ଭଏସ ଦ୍ଵାରା ନିୟନ୍ତ୍ରିତ ହେବ। ଆପଣ ଯାହା ପ୍ରଶ୍ନ କରିବେ କିମ୍ବା ନିର୍ଦେଶ ଦେବେ ସେହି ଅନୁସାରେ କାମ କରିବ। ଏହା ଆପଲର ସିରି ଓ ଆମାଜନର ଅଲେକ୍ସା ସହିତ ପ୍ରତିଦ୍ୱନ୍ଦିତା କରିବ ବୋଲି ଆଶା କରାଯାଉଛି।ଏହା କିପରି ଅପଏଣ୍ଟମେଣ୍ଟ ବୁକ କରୁଛି ଏହା ମଧ୍ୟ କନଫରେନ୍ସରେ ପ୍ରଦର୍ଶିତ କରଯାଇଥିଲା।

 

ଡୁପ୍ଲେକ୍ସରେ ଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଯାନ୍ତ୍ରିକ ବୁଦ୍ଧିମତା) ହେଉଛି ଏମିତି ଏକ ସଫ୍ଟୱେର ଯାହାଦ୍ୱାରା ଏହା ଆପଣ ଯାହା ଇମେଲରେ ଟାଇପ କରୁଛନ୍ତି ସେହି ଲେଖାରୁ ହି ଏହାର ପରବର୍ତ୍ତୀ ଶବ୍ଦ କଣ ହେବ ଏହା ଜାଣିପାରିବ।

 

କମ୍ପାନୀ ତରଫରୁ ଏକ ନୂଆ ଭିଜୁଆଲ ପୋଜିସନିଙ୍ଗ ସିଷ୍ଟମ ପ୍ରତୁତ କରାଯାଇଛି ଯେଉଁଥିରେ ଆପଣ ପୂର୍ବରୁ ଗୁଗୁଲ ମ୍ୟାପ ବ୍ୟବହାର କଲାବେଳେ ସାମ୍ନା କରୁଥିବା ଅସୁବିଧା ଆଉ ହେବ ନାହି। ଏହା ଆପଣଙ୍କର ମୋବାଇଲ କ୍ୟାମେରାର ଉପଯୋଗକରି ଆପଣଙ୍କ ଚାରିପାଖର ପରିପାର୍ଶ୍ଵକୁ ଦେଖାଇବ ସହିତ ଆପଣଙ୍କୁ ଠିକ ବାଟ ମଧ୍ୟ ଦେଖାଇବ।

 

ଗୁଗୁଲ ଆଶିଷ୍ଟାଣ୍ଟର ବ୍ୟବହାରରେ ଲୋକମାନଙ୍କର ଅଭିଜ୍ଞତାକୁ ଆହୁରି ଭଲ କରିବା ପାଇଁ ଏହି ସବୁ ନୂଆ ଅପଡେଟ କରାଯାଇଛି ଓ  ବ୍ୟବହାରକାରୀଙ୍କ ପାଇଁ ଏହା ବହୁତ ଉପଯୋଗୀ ହୋଇପାରିବ ବୋଲି ଆଶାକରାଯାଉଛି।


 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon