ପତଳା ଲୋକଙ୍କୁ ଡିସକାଉଣ୍ଟ ଦେଉଛି ଚାଇନା ରେଷ୍ଟୁରାଣ୍ଟ

Friday, May 11, 2018

ଗ୍ରାହକମାନଙ୍କୁ ନିଜ ରେଷ୍ଟୁରାଣ୍ଟ ଆଡକୁ ଆକର୍ଷିତ କରିବା ପାଇଁ ଓ ଅତ୍ୟଧିକ ମୋଟା ହେଉଥିବା ଲୋକମାନଙ୍କୁ ସଚେତନ କରିବା ପାଇଁ ଚଇନାର ଏକ ରେଷ୍ଟୁରାଣ୍ଟରେ ଏକ ଅଦ୍ଭୁତ ଡ଼ିସକାଉଣ୍ଟ ରଖାଯାଇଛି। ଜିନାନ ସହରର ଏକ ରେଷ୍ଟୁରାଣ୍ଟରେ ଡ଼ିସକାଉଣ୍ଟ ଅଫର ଅନୁଯାୟୀ ଯଦି ଗ୍ରାହକ ଏହି ରେଷ୍ଟୁରାଣ୍ଟ ସାମ୍ନାରେ ଥିବା ଏକ ଲୁହାର ପତଳା ଗେଟ ମଧ୍ୟରେ ପ୍ରବେଶ କରି ଆସିପାରିଲେ ତେବେ ସେମାନଙ୍କୁ ମାଗଣାରେ ଖାଦ୍ୟ ଓ ବିଅର ଦିଆଯିବ।

 

ରେଷ୍ଟୁରାଣ୍ଟର ମାଲିକ ଝାଓ ଜାଙ୍ଗଙ୍କ ମତରେ , “ବହୁତ ଲୋକ କହୁଛନ୍ତି ସେ ସେମାନେ ମୋଟାପଣକୁ ଦୂରେଇବାକୁ ଚେଷ୍ଟା କରିପାରୁନାହାନ୍ତି,କାରଣ ସେମାନେ ମଦ ପିଇବା ଛାଡିପାରୁନାହାନ୍ତି। ରେଷ୍ଟୁରାଣ୍ଟ ପାଇଁ ହେଉଥିବା ଏହି ପ୍ରଚାରଟି ସେହି ଲୋକଙ୍କ ପାଇଁ ଚେତାବନୀ ଅଟେ ଯେଉମାନେ ନିଜ ଡାଏଟ ଉପରେ ଧ୍ୟାନ ଦେଉନାହାନ୍ତି।“

 

ଫାଟକ ଓ ପ୍ରଶ୍ନ

ରେଷ୍ଟୁରାଣ୍ଟ ସମୁଖରେ ରହିଛି ମୋଟ ୫ଟି ଧାତବ ଗେଟ ବା ଫାଟକ । ଏହା ମଧ୍ୟରୁ ସବୁଠାରୁ ପତଳା ଗେଟ ହେଉଛି ମାତ୍ର ୧୫ ସେ.ମି ଓସାର ବିଶିଷ୍ଟ। ଯଦି କୌଣସି ଗ୍ରାହକ ଏହି ଗେଟ ମଧ୍ୟଦେଇ ଭିତରକୁ ପ୍ରବେଶ କରିପାରେ ତେବେ ସେ ସମ୍ପୂର୍ଣ ଟେବୁଲ ପାଇଁ ମାଗଣା ଖାଦ୍ୟ ଓ ପାନୀୟ ପାଇପାରିବ।

 

ଏହାପରେ ରହିଛି 18ସେ.ମି  ଓସାର ବିଶିଷ୍ଟ ଗେଟ ,ଏହି ଗେଟ ମଧ୍ୟ ଦେଇ ପ୍ରବେଶ କରିଥିବା ବ୍ୟକ୍ତି ୫ ବୋତଲ ବିଅର ଜିତିପାରିବେ। ସେହିପରି ୨୫ ସେ.ମି ଓସାର ବିଶିଷ୍ଟ ତୃତୀୟ ଗେଟ ମଧ୍ୟଦେଇ ପ୍ରବେଶ କରିବା ବ୍ୟକ୍ତିଙ୍କୁ ୧ ବିଅର ବୋତଲ ମାଗଣା ମିଳିବ।
 

ଚତୁର୍ଥରେ ରହିଥିବା ୩୦ସେ.ମି ଓସାର ବିଶିଷ୍ଟ ଗେଟ ଦେଇ ପ୍ରବେଶ କରିବା ବ୍ୟକ୍ତିଙ୍କ ପାଇଁ କିଛି ଡ଼ିସକାଉଣ୍ଟ ନାହିଁ ମାତ୍ର ସେମାନକ ପାଇଁ ଏକ ବାର୍ତ୍ତା ରହିଛି ଯେ,” ଆପଣ ସଠିକ ପତଳା ଅଛନ୍ତି ,ସବୁବେଳେ ଏମିତି ରହିବାକୁ ଚେଷ୍ଟା କରିବେ।“

 

ଶେଷ ଗେଟର କିଛି ନିର୍ଦ୍ଧିଷ୍ଟ ଓସାର ନାହି, ଏହି ଗେଟ ଦେଇ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ପ୍ରଶ୍ନ ରହିଛି ଯେ ,”ଆପଣ କଣ ଏବେବି ବିଅର ପିଇବା ପାଇଁ ଇଚ୍ଛା କରୁଛନ୍ତି କି ?“

 

ମାଗଣାରେ ଖାଦ୍ୟ ଓ ପାନୀୟ ପାଇଁ ଗ୍ରାହକ ମାନେ ବହୁତ ଚେଷ୍ଟା କରୁଛନ୍ତି ଏହି ଗେଟ ଦେଇ ପ୍ରବେଶ କରିବାକୁ । କିନ୍ତୁ ଦିନକୁ ମାତ୍ର ଜଣେ ଏହି ଗେଟ ପ୍ରବେଶ କରିପାରୁଛନ୍ତି ବୋଲି ରେଷ୍ଟୁରାଣ୍ଟର ମାଲିକ କହିଛନ୍ତି ଏବଂ ସେ ଗ୍ରାହକ କେବଳ ସ୍ତ୍ରୀ ଲୋକ ମାନେ ହିଁ ଅଟନ୍ତି।

 

ଝାଓ ଜାଙ୍ଗ ଏହି ରେଷ୍ଟୁରାଣ୍ଟ ଟି ୨୦୧୬ ମସିହାରେ କରିଥିଲେ ଓ ଏହା ତାଙ୍କଦ୍ଵାରା ପ୍ରସ୍ତୁତ ସ୍ପାଇଶି କ୍ରେ ଫିଶ (ଚିଙ୍ଗୁଡି) ଡିଶ ପାଇଁ ପ୍ରସିଦ୍ଧ।

ଚାଇନାର ସେହି ସହରରେ ଥିବା ଅନ୍ୟ ଏକ ରେଷ୍ଟୁରାଣ୍ଟରେ ମଧ୍ୟ କେବଳ ଝିଅମାନଙ୍କ ପାଇଁ ଏକ ଡ଼ିସକାଉଣ୍ଟ ଅଫର ରଖିଥିଲେ।  ଯେଉଁ ଝିଅମାନେ ନିଜ ଆଣ୍ଠୁ ଉପରକୁ ୮ସେ.ମି ଛୋଟ ସ୍କର୍ଟ ପିନ୍ଧିବେ ସେମାନଙ୍କୁ ୨୦ ପ୍ରତିଶତ ଓ ୩୩ସେ.ମି ଛୋଟ ସ୍କର୍ଟ ପାଇଁ ୯୦ ପ୍ରତିଶତ ଡ଼ିସକାଉଣ୍ଟ ମିଳିବ।  

   

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon