ବଳିଷ୍ଠ ଶରୀର ପାଇଁ ଖାଆନ୍ତୁ ଏହିସବୁ ଜିନିଷ

Tuesday, May 15, 2018

 ବର୍ତ୍ତମାନ ସମୟରେ ନିଜର ଓଜନକୁ ନେଇ ପୁଅମାନେ ଚିନ୍ତିତ ରହୁଛନ୍ତି। ତେଣୁ ଫିଟ ରହିବା ପାଇଁ ପ୍ରତିଦିନ ଜିମ ଯାଇ ବ୍ୟାୟାମ ଓ କସରତ ମଧ୍ୟ କରିଥାନ୍ତି। କିନ୍ତୁ ଖାଲି କସରତ କଲେ ହେବ ନାହିଁ , ଏହା ସହିତ ଶରୀର ପାଇଁ ଉପଯୋଗୀ ଖାଦ୍ୟ ମଧ୍ୟ ଖାଇବାକୁ ପଡିବ। ତେଣୁ ନିଜକୁ ଫିଟ ରଖିବା ପାଇଁ ଏହି ସବୁଖାଦ୍ୟ ନିୟମିତ ଭାବରେ ଖାଆନ୍ତୁ।

 

୧. ଅଣ୍ଡା: ପ୍ରତିଦିନ ଦୁଇରୁ ତିନୋଟି ଅଣ୍ଡା ଖାଇବା ଦ୍ଵାରା ଆପଣ ବଳିଷ୍ଟ ଶରୀର ପାଇବା ସହିତ ସୁସ୍ଥ ମଧ୍ୟ ରହିପାରିବେ। ଅଣ୍ଡାରେ ଥିବା ଧଳା ଅଂଶଟି ଆପଣଙ୍କ ମାଂସପେଶୀଗଠନ କରିବାରେ ସାହାଯ୍ୟ କରିଥାଏ। ଅଣ୍ଡାର କେଶରରେ ରହିଥାଏ ଭିଟାମିନ ଏ, ଇ ଏବଂ କେ , ଏହାସହିତ ଭିଟାମିନ ବି୧୨ ଯାହାକି ଆପଣଙ୍କ ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ।

 

୨.ଚିକେନ ବ୍ରେଷ୍ଟ :ମାଂସପେଶୀକୁ ସୁଦୃଢ କରିବା ପାଇଁ ଏହା ଏକ ଚମତ୍କାରୀ ଖାଦ୍ୟ । ଏଥିରେ ଭରପୁର ମାତ୍ରାରେ ନିଆଶିନ, ଭିଟାମିନ ବି୬, ଆଇରନ,ସିଲେନିଅମ ଓ ଜିଙ୍କ ରହିଛି। ଯାହାକି ଆପଣଙ୍କ ମାଂସପେଶୀର ଟିସୁକୁ ତିଆରି କରିବାରେ ସହାୟକ ହୋଇଥାଏ। ଚିକେନ ବ୍ରେଷ୍ଟକୁ ସିଝେଇକି କିମ୍ବା ରୋଷ୍ଟ କରି ଖାଇପାରିବେ ମାତ୍ର ସାଲାଡ କିମ୍ବା ସୁପ କରି ପିଇବା ଦ୍ଵାରା ଅଧିକ ଲାଭ ମିଳିଥାଏ।

 

୩.କ୍ଷୀର: ଏଥିରେ ଥିବା ଭିଟାମିନ, ମିନେରଲ୍ସ ଓକାର୍ବୋହାଇଡ୍ରେଟ  ଶରୀରରେ ମାଂସପେଶୀ ଗଠନ କରିବାରେ ସାହାଯ୍ୟ କରିଥାଏ। ଏହା ଧୀରେ ଧୀରେ ହଜମ ହୋଇଥାଏ ତେଣୁ ଅଧିକ ସମୟ ପାଇଁ ଶରୀରକୁ ଶକ୍ତି ମଧ୍ୟ ଯୋଗାଇ ଥାଏ। ତେଣୁ ପ୍ରତିଦିନ ବ୍ୟାୟାମ କରିସାରିବା ପରେ ଗୋଟେ ଗ୍ଳାସ କ୍ଷୀର ପିଅନ୍ତୁ।

 

୪.ମାଛ /ସାଲମନ : ଏଥିରେ ଭରପୁର ମାତ୍ରାରେ ଓମେଗା ୩, ଭିଟାମିନ ବି ଓ ପ୍ରୋଟିନ ରହିଛି। ଏହା ବ୍ୟତୀତ ମାଂସପେଶୀ ଗଠନ ପାଇଁ ମଧ୍ୟ ଉପଯୋଗୀ ମାଗ୍ନେସିଅମ ,ସିଲେନିଅମ ,କ୍ୟାଲସିୟମ ଓ ଆଇରନ ରହିଛି। ସପ୍ତାହକୁ ଥରେ କିମ୍ବା ଦୁଇଥର ଏହାକୁ ସବୁଜ ପନିପରିବା ସହିତ ଖାଆନ୍ତୁ,ଯଦି ଆପଣ ମାଛ ଖାଇବାକୁ ପସନ୍ଦ କରନ୍ତି ନାହି ତେବେ ମାଛ ତେଲ ମଧ୍ୟ ବ୍ୟବହାର କରିପାରିବେ।

 

୫.ଚଣା ବୁଟ ଓ ଗଜା ମୁଗ: ଯଦି ଆପଣ ନିଜକୁ ଫିଟ ରଖିବାକୁ ଚାହୁଞ୍ଛାନ୍ତି ତେବେ ପ୍ରତିଦିନ ସକାଳୁ ଭିଜଯାଇଥିବା ଗଜାମୁଗ ଓ ଚଣାବୁଟ ଖାଆନ୍ତୁ। ଏଥିରେ ବହୁ ମାତ୍ରାରେ ତନ୍ତୁ ରହିଛି ,ଯାହାକି ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ।  

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon