ବଦଳୁଛି ଆଇପିଏଲ ଅରେଞ୍ଜ,ପର୍ପଲ କ୍ୟାପ ତାଲିକା

Thursday, May 17, 2018

ଇଣ୍ଡିଆନ ପ୍ରିମିଅର ଲିଗ (ଆଇପିଏଲ)ରେ ବର୍ତ୍ତମାନ ଟିମମାନଙ୍କ ମଧ୍ୟରେ ପ୍ଲେ-ଅଫକୁ ଯିବାର ଲଢେଇ ଚାଲିଥିବା ବେଳେ ଖେଳାଳୀ ମାନଙ୍କ ମଧ୍ୟରେ ଚାଲିଛି ପର୍ପଲ କ୍ୟାପ ଓ ଅରେଞ୍ଜ କ୍ୟାପ ପାଇଁ ଲଢେଇ। ବର୍ତ୍ତମାନ ଏହି ଦୁଇଟି ଯାକ କ୍ୟାପ କିଙ୍ଗସ ଇଲେଭେନ ପଞ୍ଜାବର ଖେଳାଳୀଙ୍କ ପାଖରେ ଥିବାବେଳେ ଆଗକୁ ଏହାର ସମୀକରଣ ବଦଳି ଯାଇପାରେ।କାରଣ ତାଲିକାରେ ଥିବା କିଛି ବ୍ୟାଟସମ୍ୟାନ ଓ ବୋଲରଙ୍କ ଆହୁରି ମ୍ୟାଚ ବାକି ଥିବାବେଳେ ସେମାନେ ଦୃତଗତିରେ ତାଲିକାରେ ଉପରକୁ ଉଠି ଚାଲିଛନ୍ତି ।

 

ଆଇପିଏଲରେ ପୁରା ସିଜିନରେ ସର୍ବାଧିକ ରନ କରିଥିବା ଖେଳାଳୀଙ୍କୁ ମିଳିଥାଏ ଅରେଞ୍ଜ (ନାରଙ୍ଗୀ) କ୍ୟାପ ଓ ସର୍ବାଧିକ ୱିକେଟ ନେଇଥିବା ଖେଳାଳୀଙ୍କୁ ମିଳିଥାଏ ପର୍ପଲ (ବାଇଗଣୀ) କ୍ୟାପ।

 

ଅରେଞ୍ଜ କ୍ୟାପ

ଚଳିତ ଆଇପିଏଲ ସିଜିନରେ କିଙ୍ଗସ ଇଲେଭେନର ଓପନର ବ୍ୟଟ୍ସମ୍ୟାନ କେ.ଏଲ ରାହୁଲ ଚମତ୍କାର ପ୍ରଦର୍ଶନ କରି ଅରେଞ୍ଜ କ୍ୟାପ ପିନ୍ଧିଛନ୍ତି । ସେ ମୋଟ 13 ଟି ମ୍ୟାଚ ଖେଳି  652 ରନ ସଂଗ୍ରହ କରିଛନ୍ତି।

ଆଇପିଏଲ2018 ରେ ତାଙ୍କର ସବୁଠାରୁ ଅଧିକ ସ୍କୋର ରହିଛି 95* । ସଂପୂର୍ଣ୍ଣ ସିଜିନରେ ଷ୍ଟ୍ରାଇକ ରେଟ 160.99 ରହିଥିବା ବେଳେ ସେ 6 ଟି ଅର୍ଦ୍ଧଶତକ ମଧ୍ୟ ଲଗାଇଛନ୍ତି।ତାଙ୍କ ପଛରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଦିଲ୍ଲୀ ଡେୟାର ଡେଭିଲ୍ସର ଯୁବ ଖେଳାଳୀ ରିଶବ ପନ୍ଥ,ସେ ମୋଟ 12ଟି ମ୍ୟାଚ ରୁ 582 ରନ ସଂଗ୍ରହ କରିଛନ୍ତି ଓ ସର୍ବାଧିକ ରନ 128* ରହିଛି। ରାଜସ୍ଥାନ ରୟାଲ୍ସର ଖେଳାଳୀ ଜସ ବଟଲର ମୋଟ 13ଟି ମ୍ୟାଚରେ 548 ରନ ସଂଗ୍ରହ କରି ତୃତୀୟ ସ୍ଥାନରେ ରହିଛନ୍ତି।

 

ପର୍ପଲ କ୍ୟାପ

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଖେଳରେ ପର୍ପଲ କ୍ୟାପ ମଧ୍ୟ କିଙ୍ଗସ ଇଲେଭେନ ପଞ୍ଜାବର ବୋଲର ଆଣ୍ଡ୍ର୍ୟୁ ଟାଇଙ୍କ ପାଖରେ ଅଛି। ଗତ 16 ତାରିଖ ଦିନ ଖେଳାଯାଇଥିବା ମୁମ୍ବାଇ ବିପକ୍ଷ ମ୍ୟାଚରେ ଟାଇ ସର୍ବାଧିକ 4ଟି ୱିକେଟ ନେଇ ପର୍ପଲ କ୍ୟାପ ତାଲିକାରେ ଆଗରେ ଅଛନ୍ତି। ସେ ମୋଟ 13 ଟି ମ୍ୟାଚରେ 24 ୱିକେଟ ନେଇଛନ୍ତି। ମୁମ୍ବାଇର ବୋଲର ହାର୍ଦିକ ପାଣ୍ଡ୍ୟା 12 ଟି ମ୍ୟାଚରେ ମୋଟ 18 ଟି ୱିକେଟ ନେଇ ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଖେଳାଳୀ ଉମେଶ ଯାଦବ ମୋଟ 12ଟି ମ୍ୟାଚରୁ 17 ଟି ୱିକେଟ ନେଇ ତୃତୀୟ ସ୍ଥାନରେ ରହିଛନ୍ତି।ଦ୍ରୁତ gଆଇପିଏଲ 2018 ଏହାର ଶେଷ ଭାଗରେ ଆସି ପହଞ୍ଚିଲାଣି ଓ ମାତ୍ର 10 ଟି ମ୍ୟାଚ ବାକି ରହିଥିବାବେଳେ ଏହି ଅରେଞ୍ଜ କ୍ୟାପ ଓ ପର୍ପଲ କ୍ୟାପ ପାଇଁ ଲଢେଇ ଜୋରଦାର ହୋଇଯାଇଛି। ଦେଖାଯାଉ କିଏ ଏହି ସିଜିନରେ ବାଜିମାରୁଛି।     

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon