ପ୍ରକାଶ ପାଇଲା ସରକାରୀ ଟାଇପିଷ୍ଟ ଓ କନେଷ୍ଟବଳ ଚାକିରି ବିଜ୍ଞପ୍ତି

Friday, May 18, 2018

ଓଡିଶା ପବ୍ଲିକ ସର୍ଭିସ କମିଶନ ତରଫରୁ ଦ୍ଵାଦଶ ଓ ଗ୍ରାଜୁଏସନ ପାସ କରିଥିବା ପିଲାଙ୍କ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଏହି ବିଜ୍ଞାପନ ପୋଲିସ କନଷ୍ଟେବଲ ଓ ଷ୍ଟେନୋଗ୍ରାଫର (ଟାଇପିଷ୍ଟ) ପଦବୀ ପାଇଁ ପ୍ରକାଶ ପାଇଛି। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଓଡିଶା ପବ୍ଲିକ ସର୍ଭିସ କମିଶନଙ୍କ ୱେବସାଇଟରେ ଆବେଦନ କରିପାରିବେ।

 

ଟାଇପିଷ୍ଟ (ଷ୍ଟେନୋଗ୍ରାଫର)

ସେହିପରି ଓଡିଶାରେ 378 ଟି ଟାଇପିଷ୍ଟ ପଦ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ମେ 18 ତାରିଖରୁ ଜୁଲାଇ 22 ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ। ଏହି ଟାଇପିଷ୍ଟ (ଷ୍ଟେନୋଗ୍ରାଫର) ପଦ ପାଇଁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦ୍ଵାଦଶ ପାସ, ଡିପ୍ଲୋମା କିମ୍ବା ଗ୍ରାଜୁଏସନ ପାସ ହୋଇଥିବା ଆବଶ୍ୟକ। ଫର୍ମ ଆବେଦନ ପାଇଁ ଆବଶ୍ୟକ ଫୀ, ବୟସ ସୀମା ଓ ଅଧିକ ଆବଶ୍ୟକ ତଥ୍ୟ ପାଇଁ ଓଡିଶା ପବ୍ଲିକ ସର୍ଭିସ କମିଶନର ଅଫିସିଆଲ ୱେବସାଇଟ www.opsc.gov.in ରେ ଲଗଇନ କରି ଚେକ କରନ୍ତୁ।

 

ପୋଲିସ କନଷ୍ଟେବଲ

ଓଡିଶାରେ ମୋଟ 396 ଟି  ପୋଲିସ କନଷ୍ଟେବଲ ପଦ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀ ମାନେ ମେ 17 ତାରିଖରୁ ଜୁଲାଇ 26 ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦ୍ଵାଦଶ ପାସ ,ଡିପ୍ଲୋମା,ଗ୍ରାଜୁଏସନ ପାସ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ପାତ୍ର ଆବେଦନ ପାଇଁ ଆବଶ୍ୟକ ଫୀ, ବୟସସୀମା ଓ ଅଧିକ ଆବଶ୍ୟକ ତଥ୍ୟ ପାଇଁ ଓଡିଶା ପବ୍ଲିକ ସର୍ଭିସ କମିଶନର ଅଫିସିଆଲ ୱେବସାଇଟ www.opsc.gov.in ରେ ଲଗଇନ କରି ଚେକ କରିପାରିବେ।


ଉଭୟ ପଦ ପାଇଁ ଚୟନ ପଦ୍ଧତି ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ କରାଯିବ। ଉକ୍ତ ପଦବୀ ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀ ମାନେ ଆବେଦନ କରିବା ଆଗରୁ ସମସ୍ତ ତଥ୍ୟାବଳୀ ଯାଞ୍ଚ କରିବା ପାଇଁ ଅନୁରୋଧ। 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon