“ଖତରୋ କେ ଖିଲାଡ଼ି” ନୂଆ ସିଜିନ: ଭାଗନେବେ ଏହି ସେଲିବ୍ରିଟି

Sunday, May 20, 2018

 

ଟେଲିଭିଜନ ଦୁନିଆର ଲୋକପ୍ରିୟ ରିଆଲିଟି ଶୋ “ଖତରୋ କେ ଖିଲାଡ଼ି” ଆଉ କିଛି ମାସ ମଧ୍ୟରେ ଟିଭି ପରଦାକୁ ଆସିବାକୁ ଯାଉଛି। ଏହା ଏମିତି ଏକ ରିଆଲିଟି ଶୋ ଯେଉଁଥିରେ ଦର୍ଶକମାନେ ନିଜ ପସନ୍ଦର ସେଲିବ୍ରିଟି ମାନଙ୍କୁ ବିଭିନ୍ନ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବାର ଦେଖିଥାନ୍ତି।“ଖତାରୋ କେ ଖିଲାଡ଼ି “ର ଏହି ନବମ ସଂସ୍କରଣରେ ପ୍ରତିଯୋଗୀ ଭାବରେ ଭାଗନେବାକୁ ଯାଉଥିବା କଳାକାର ଠିକ ହୋଇସାରିଲେଣି। କିଛି କଳାକାର ଏହାକୁ ସବୁଜ ସଙ୍କେତ ଦେଇଥିବା ବେଳେ ଆଉ କେତେକଙ୍କ ଠାରୁ ବର୍ତ୍ତମାନଯାଏ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

 

ପୂର୍ବରୁ “ଖତାରୋ କେ ଖିଲାଡ଼ି”ର ପଞ୍ଚମ ,ଷଷ୍ଠ ଓ ଅଷ୍ଟମ ସଂସ୍କରଣରେ ହୋଷ୍ଟ ଭାବେ ପରିଚାଳନା କରିଆସୁଥିବା ନିର୍ଦେଶକ ରୋହିତ ସେଟ୍ଟୀ ଏହାର ନବମ ସଂସ୍କରଣରେ ମଧ୍ୟ ହୋଷ୍ଟ କରିବେ। ରୋହିତ ସେଟ୍ଟୀଙ୍କୁ ତାଙ୍କର ବିପଦପୂର୍ଣ୍ଣ ଷ୍ଟଣ୍ଟଭରା ଫିଲ୍ମ ପାଇଁ ସମସ୍ତେ ଜାଣନ୍ତି ଏବଂ ଯେତେବେଳେ ସେ “ଖତାରୋ କେ ଖିଲାଡ଼ି” ରେ ହୋଷ୍ଟ କରନ୍ତି ଲୋକମାନେ ଏହି ଶୋ କୁ ଅଧିକ ପସନ୍ଦ କରିଥାନ୍ତି।

 

ଏହି ସିଜିନରେ ଭାଗ ନେବାକୁ ଯାଉଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରେ ରହିଛନ୍ତି ଅନେକ ଲୋକପ୍ରିୟ ଟେଲିଭିଜନ କଳାକାର।

 

୧.ଭାରତୀ ସିଂ ଓ ହର୍ଷ ଲିମ୍ବାଚିୟା :ଖତାରୋ କେ ଖିଲାଡ଼ି୯ ରେ ପ୍ରଥମ ଯୋଡି ଭାବରେ ଭାରତୀ ସିଂ ଓ ହର୍ଷ ଲିମ୍ବାଚିୟାଙ୍କୁ ଏହି ଦେଖିବାକୁ ମିଳିପାରେ। କିନ୍ତୁ ଏହି ଦୁଇଯୋଡି ବର୍ତ୍ତମାନ ଯାଏ କୌଣସି ସୂଚନା ଦେଇନାହାନ୍ତି। ମାତ୍ର ଅନ୍ୟପକ୍ଷରେ ଭାରତୀ ଏହି ଶୋ ରେ ଭାଗନେବା ପାଇଁ ଇଚ୍ଛା ରଖିଛନ୍ତି ବୋଲି କହିଛନ୍ତି।

 

୨.ଶ୍ୱେତା ତିୱାରୀ:ବିଗବସ୪ ର ବିଜେତା ଶ୍ଵେତା ତିୱାରୀଙ୍କୁ ଏହି ଶୋ ପାଇଁ ଅଫର ଦିଆଯାଇଛି। ମାତ୍ର ସୂଚନା ମିଳୁଛି ଯେ ଶ୍ଵେତା ଏଥିପାଇଁ ମନା କରିଦେଇଛନ୍ତି, ଶ୍ଵେତା କହିଛନ୍ତି ସେ ତାଙ୍କ ନବଜାତ ପୁଅ ପାଇଁ ଏହି ସିଜିନ କରିବାକୁ ପ୍ରସ୍ତୁତ ନାହାନ୍ତି।

 

୩.କରନ ପଟେଲ:ଟେଲିଭିଜନ ଦୁନିଆ ର ଆଙ୍ଗ୍ରି ୟଙ୍ଗମ୍ୟାନ ତଥା ସୁପରହିଟ ଟିଭି ଶୋ “ୟେ ହେ ମହବତେ” ର ଆକା ରମନ ଭଲ୍ଲା ଭାବରେ ଦର୍ଶକ ମାନଙ୍କ ଆଗରେ ପରିଚିତ କରନ ପଟେଲଙ୍କୁ ମଧ୍ୟ ଏହି ସିଜିନରେ ଭାଗନେବା ପାଇଁ ପ୍ରସ୍ତାବ ଦିଆଯାଇଛି। କରନଙ୍କ ତରଫରୁ ବର୍ତ୍ତମାନ ଯାଏ କୌଣସି ସୂଚନା ମିଳିନାହିଁ,କିନ୍ତୁ କରନଙ୍କୁ ଖତାରୋ କେ ଖିଲାଡ଼ିରେ ପ୍ରତିଯୋଗୀ ଭାବେ ଦେଖିବା ପାଇଁ ତାଙ୍କ ପ୍ରସଂଶକମାନେ ଉତ୍କଣ୍ଠାର ସହ ଚାହିଞ୍ଛନ୍ତି।

 

୪.ଜୈନ ଇମାମ :ଷ୍ଟାରପ୍ଲସର ହିଟ ଶୋ “ନାମକରଣ”ର ମେଲ ଲିଡ ଜୈନ ଇମାମଙ୍କୁ ଦର୍ଶକମାନେ ଏହି ଶୋରେ ଦେଖିବାକୁ ପାଇବେ। ଉଭୟ ଖତାରୋ କେ ଖିଲାଡ଼ିର ପ୍ରସ୍ତୁତ କର୍ତ୍ତା ଓ ଜୈନଙ୍କ ଠାରୁ ସ୍ପଷ୍ଟ ସୂଚନା ମିଳିସାରିଛି।

 

୫.ଅଭିକା ଗୋର: “ବାଳିକା ବଧୁ” ଧାରାବାହିକର ଅଭିକା ଗୋର ମଧ୍ୟ ଏଥର ସିଜିନରେ ଭାଗନେବେ। ତାଙ୍କ ତରଫରୁ ସବୁଜ ସଙ୍କେତ ମିଳିସାରିଛି।

 

ସେହପରି ଭାବରେ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ,ପୂର୍ବତନ କ୍ରିକେଟ ଖେଳାଳୀ ଶ୍ରୀସନ୍ଥଓ ବିଗ ବସ ପ୍ରତିଯୋଗୀ ଅର୍ଶୀ ଖାନ ଙ୍କୁ ମଧ୍ୟ ସିଜିନ୯ ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ଏମାନଙ୍କ ତରଫରୁ ଆନୁଷ୍ଠାନିକ ଭାବରେ ସ୍ପଷ୍ଟସୂଚନା ମିଳିନାହିଁ।      

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon