ଭୁବନେଶ୍ଵରରେ ଆଗକୁ ହେବ ଏମିତି ଟ୍ରାଫିକ ମ୍ୟାନେଜମେଣ୍ଟ

Thursday, May 24, 2018

ରାଜ୍ୟର ରାଜଧାନୀ ଭୁବନେଶ୍ଵରର ଟ୍ରାଫିକ ବ୍ୟବସ୍ଥାକୁ କେନ୍ଦ୍ରୀଭୂତ କରାଯାଇ ଏକ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ମାଧ୍ୟମରେ ପରିଚାଳିତ କରାଯିବ ବୋଲି ବି.ଡି.ଏ ତରଫରୁ ମଙ୍ଗଳବାର ଏକ ଟ୍ଵିଟ କରାଯାଇଛି। ଭାରତରେ ଏହି ସେଣ୍ଟ୍ରଲାଇଜ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ପ୍ରଥମ କରି ସ୍ମାର୍ଟସିଟି ଭୁବନେଶ୍ଵରରେ ହେବାକୁ ଯାଉଛି।

 

ଏହା ଦ୍ଵାରା ସହର ଟ୍ରାଫିକ ନିୟନ୍ତ୍ରଣ ସହିତ,କୌଣସି ଦୁର୍ଘଟଣାକୁ ମଧ୍ୟ ରୋକାଯାଇପାରିବ। ସହରର ପ୍ରତି କୋଣ ଅନୁକୋଣରେ ନଜର ରଖାଯାଇପାରିବ ଓ ଜରୁରୀକାଳୀନ ସେବା ମଧ୍ୟ ଯୋଗାଇ ଦିଆଯାଇପାରିବ ।

 

ଆଗରୁ ଭାରତ ବାହାରେ ବିଶ୍ଵର ବଡ ବଡ ସହରରେ ଏହି ସେଣ୍ଟ୍ରଲାଇଜ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ମାଧ୍ୟମରେ ଟ୍ରାଫିକକୁ ନିୟନ୍ତ୍ରଣ କରାଯାଉଛି। । କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ହେଉଛି ଏମିତି ଏକ ଜାଗା ଯେଉଁଠାରେ ସି.ସି.ଟିଭି କ୍ୟାମେରା ମାଧ୍ୟମରେ ସମ୍ପୂର୍ଣ ସହର ଉପରେ ନଜର ରଖାଯାଇଥାଏ।ଏକ ବଡ ମନିଟର ସ୍କ୍ରିନ ସାହାଯ୍ୟରେ, ସହରର ପ୍ରତ୍ୟେକ ଗଳିରେ, ଛକ ଜାଗାରେ କ୍ୟାମେରା ଲଗାଯାଇ ସେହି ସ୍ଥାନ ମାନଙ୍କ ଉପରେ ନଜର ରଖାଯାଏ।ଏହା ଦ୍ଵାରା ସହରରେ ବଢୁଥିବା ଦୁର୍ଘଟଣାକୁ କମାଇ ଦିଆଯାଇପରିବା ବୋଲି ଆଶା କରାଯାଉଛି।

ଭୁବନେଶ୍ୱରରେ ସମ୍ପ୍ରତି ସୌରଶକ୍ତିରେ ପରିଚାଳିତ ଓ କ୍ୟାମେରାର ସହଯୋଗ ନିଆଯାଇ ଟ୍ରାଫିକକୁ କଣ୍ଟ୍ରୋଲ କରାଯାଉଛି। କିନ୍ତୁ ଏହା ଗୋଟିଏ ନିର୍ଦ୍ଧିଷ୍ଟ ଅଞ୍ଚଳରେ କାର୍ଯ୍ୟ କରିଥାଏ। ଆଗକୁ ଏହାକୁ ଏକ ବଡ ଆକାରରେ କରିବା ପାଇଁ ଯୋଜନା ଚାଲୁଅଛି। ସହରର ସମସ୍ତ ଜନଗହଳିପୁର୍ଣ୍ଣ ଜାଗାରେ କ୍ୟାମେରା ଲଗାଯାଇ ଟ୍ରାଫିକକୁ ନିୟନ୍ତ୍ରଣ ଓ ନିର୍ଦେଶ ଦିଆଯାଇପାରିବ।

 

ମୁମ୍ବାଇରେ ମଧ୍ୟ 2011 ମସିହାରୁ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଟ୍ରାଫିକକୁ ନିୟନ୍ତ୍ରଣ କରାଯାଉଛି। ଏହାଦ୍ୱାରା ସହରର ଟ୍ରାଫିକର ଗତି କ୍ୟାମେରା ମାଧ୍ୟମରେ ରେକଡ଼ିଂ ହୋଇ ତଥ୍ୟ ସବୁ କମ୍ପ୍ୟୁଟରକୁ ଯାଇଥାଏ। ଏହା ରିଅଲ ଟାଇମରେ ଟ୍ରାଫିକର ସଙ୍କେତକୁ ପରିଚାଳିତ କରିଥାଏ। ସହରର ଟ୍ରାଫିକରେ ଏହି ରିଅଲ ଟାଇମ ପରିଚାଳନା ଟ୍ରାଫିକ ପାଖରେ ଷ୍ଟପେଜ ଟାଇମକୁ ମଧ୍ୟ କମ କରିବାରେ ସାହାର୍ଯ୍ୟ କରିଛି, ପୂର୍ବରୁ ଏହା ମୁମ୍ବାଇରେ 220 ସେକେଣ୍ଡ ଥିବା ବେଳେ ବର୍ତ୍ତମାନ ଏହା 180 ସେକେଣ୍ଡକୁ କମିଯାଇଛି।

 

ସ୍ମାର୍ଟସିଟି ଭୁବନେଶ୍ଵରରେ ହେଉଥିବା ଉନ୍ନତି ଓ ଲୋକସଂଖ୍ୟା ବୃଦ୍ଧି ସାଙ୍ଗରେ ରାସ୍ତାରେ ଯାନବାହାନ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଛି। ଯାହାଦ୍ୱାରା କି ଟ୍ରାଫିକ ସମସ୍ୟା ମଧ୍ୟ ବଢୁଛି। ସମାଧାନ ପାଇଁ ସ୍ମାର୍ଟସିଟି ଏବେ ଟେକ୍ନୋଲୋଜି ଉପରେ ଭରସା କରିବ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon