ଜାଣନ୍ତୁ :ନିଜ ରାଶି ଅନୁସାରେ କିପରି କରିବେ ଟାଟୁ

Tuesday, May 29, 2018

ଷ୍ଟାଇଲିଶ ଲୁକ ପାଇବା ପାଇଁ , ପୋଷାକ ଓ ମାଂସପେଶୀ ଛଡା ଶରୀରରେ ଟାଟୁ କରିବା ଅନ୍ୟତମ ମୁଖ୍ୟ କଥା।  ଆଜିର ଯୁବପିଢୀଙ୍କ ପାଖରେ ନିଜ ଦେହରେ ଟାଟୁ କରିବାର କ୍ରେଜ ବହୁତ ଦେଖିବାକୁ ମିଳୁଛି। କିନ୍ତୁ ଟାଟୁ କଲାବେଳେ ନିଜ ପାଇଁ ଠିକ ଟାଟୁ ବାଛିବା କଷ୍ଟ ହୋଇଥାଏ। କାହିଁକି ନା ନିଜ ଶରୀରରେ କରିଥିବା ଟାଟୁ ଆପଣଙ୍କର ବ୍ୟକ୍ତିତ୍ଵକୁ ଦର୍ଶାଇ ଥାଏ। ତେଣୁ ଟାଟୁ କରିବା ଆଗରୁ ଜାଣି ରଖନ୍ତୁ ଆପଣଙ୍କ ରାଶି ପାଇଁ କିପରି ଟାଟୁ ଭଲ।

 

ମେଷ: ଏହି ରାଶିର ଲୋକମାନେ ବହୁତ ବୋଲ୍ଡ ହୋଇଥାନ୍ତି। କୌଣସି କାମ ଥରେ ହାତକୁ ନେଲେ କାମକୁ ସମ୍ପୂର୍ଣ କରିଥାନ୍ତି। ତେଣୁ ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଆଁ କିମ୍ବା ନିଜ ନାମ ସହ ନିଆଁର ପ୍ରତୀକ ଭଳି ଟାଟୁ ବହୁତ ମାନିଥାଏ।ନଚେତ ଆପଣ ଅମରପକ୍ଷୀ କିମ୍ବା ଫୋଏନିକ୍ସର ଟାଟୁ ମଧ୍ୟ କରିପାରିବେ।

 

ବୃଷ: ବୃଷ ରାଶିର ବ୍ୟକ୍ତିମାନେ ଖୁବ ପରିଶ୍ରମୀ,ପ୍ରାକ୍ଟିକାଲ ଓ ସାହସୀ ହୋଇଥାନ୍ତି। ଏମାନେ ବୁଲାବୁଲି କରିବା ସହିତ ପ୍ରକୃତିକୁ ବହୁତ ଭଲପାଇଥାନ୍ତି। ତେଣୁ ଆପଣ ଗଛ,ଫୁଲ କିମ୍ବା ପ୍ରକୃତି ସହ ଜଡିତ କିଛି ଜିନିଷର ଟାଟୁ କରିପାରିବେ କିମ୍ବା ଷଣ୍ଢ ମଧ୍ୟ ଅଙ୍କନ କରିପାରିବେ।

 

ମିଥୁନ: ଉକ୍ତ ରାଶିର ଲୋକ ଖୁସି ମିଜାଜର ହୋଇଥାନ୍ତି ଓ ବହୁତ ଗପିବାକୁ ଭଲପାଆନ୍ତି। ଆପଣ ନିଜ ଶରୀରରେ ପକ୍ଷୀର ପର ସଦୃଶ ଟାଟୁ କରିପାରିବେ କିମ୍ବା ଦୁଇଟି ଅଲଗା ଅଲଗା ଡିଜାଇନକୁ ମିଶାଇ ଟାଟୁ କରିପାରିବେ।

 

କର୍କଟ: କର୍କଟ ରାଶିର ବ୍ୟକ୍ତିମାନେ ନିଜ ପରିବାର ଓ ଜୀବନସାଥୀଙ୍କୁ ବହୁତ ଭଲ ପାଇଥାନ୍ତି। ତେଣୁ ଆପଣ ନିଜ ବାପା,ମା କିମ୍ବା ଜୀବନ ସାଥୀଙ୍କ ନାମକୁ ଟାଟୁ କରି ନିଜ ସ୍ଵଭାବକୁ ଦର୍ଶାଇପାରିବେ। ଏହାବ୍ୟତୀତ ଗୋଲାପ ଫୁଲର ଟାଟୁ ମଧ୍ୟ କରିପାରିବେ।

 

ସିଂହ: ଏହି ରାଶିର ଲୋକମାନେ ରାଜକୀୟ ଜୀବନଯାପନ କରିବାକୁ ବହୁତ ଭଲପାଆନ୍ତି। ତେଣୁ ବାଘ,ହୀରା,ଫୁଲ କିମ୍ବା ମୁକୁଟପରି ଟାଟୁ କରିପାରିବେ।  

 

କନ୍ୟା: କନ୍ୟା ରାଶିର ବ୍ୟକ୍ତିମାନେ ସବୁ କାମକୁ ନିପୁଣ ଭାବରେ କରିବାକୁ ଭଲ ପାଇଥାନ୍ତି। ତେଣୁ ଆପଣ କୌଣସି ଜ୍ୟାମିତିକ ଆକୃତି,ହିନ୍ଦୁଦେବୀ କିମ୍ବା ଫୁଲଲତାର ଟାଟୁ କରିପାରିବେ।

 

ତୁଳା: ଆପଣଙ୍କ ବ୍ୟକ୍ତିତ୍ଵ ବହୁତ ଶାନ୍ତିପ୍ରିୟ ଅଟେ। ତେଣୁ ମାନବିକତାକୁ ଦର୍ଶାଇଲ ଭଳି ଟାଟୁ କରନ୍ତୁ,କିମ୍ବା ଫୁଲର ଟାଟୁ ମଧ୍ୟ କରାଇପାରିବେ।

 

ବିଛା: ଆପଣ କୌଣସି କାମରେ ସହଜରେ ହାର ମାନିନଥାନ୍ତି। ତେଣୁ ବିଛାର ଟାଟୁ ଆପଣଙ୍କ ପାଇଁ ଠିକ ଅଟେ।ଏହା ବ୍ୟତୀତ ଡଲଫିନ କିମ୍ବା ସମୁଦ୍ରରେ ରହୁଥିବା ପ୍ରାଣୀଙ୍କର ଟାଟୁ କରାଇପାରିବେ।

ଧନୁ: ଧନୁ ରାଶିର ଲୋକ ବହୁତ ସାହସୀ ଓ ବୁଲିବାକୁ ବହୁତ ଭଲ ପାଆନ୍ତି। ଏହି ସ୍ଵଭାବକୁ ଦର୍ଶାଇବା ପାଇଁ ଗ୍ଲୋବ କିମ୍ବା କୌଣସି ଭୌଗଳିକ ପ୍ରତୀକର ଟାଟୁ କରାଇପାରିବେ।

 

ମକର: ମକର ରାଶିର ବ୍ୟକ୍ତିମାନେ ମଧ୍ୟ ନିଜ ପରିବାରକୁ ବହୁତ ଭଲ ପାଇଥାନ୍ତି। ତେଣୁ ଆପଣ ନିଜ ପରିବାରର ସଦସ୍ୟଙ୍କର ନାମକୁ ଟାଟୁ କରାଇପାରିବେ କିମ୍ବା ପ୍ରେରଣାଦାୟକ ଲେଖା ମଧ୍ୟ ଟାଟୁ କରାଇପାରିବେ।

 

କୁମ୍ଭ: ପାଣିକୁ ଦର୍ଶାଉ ଥିବା ଟାଟୁ ଏହି ରାଶିର ଲୋକଙ୍କ ପାଇଁ ସବୁଠୁ ଭଲ। ଏହା ମାନବିକତାକୁ ଦର୍ଶାଇଥାଏ।

କିମ୍ବା ଆପଣ ଚାହିଁଲେ କୌଣସି ପ୍ରେରଣଦାୟକ ଲେଖାସହିତ କିଛି ସଙ୍କେତ ମଧ୍ୟ ଟାଟୁ କରିପାରିବେ।

 

ମୀନ: ମୀନ ରାଶିର ଲୋକମାନେ ସ୍ଵପ୍ନ ଦେଖିବାକୁ ବହୁତ ଭଲ ପାଇଥାନ୍ତି ଓ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି। ଆପଣ ପ୍ରଜାପତି କିମ୍ବା ଶିଙ୍ଘଥିବା ପଶୁର ଟାଟୁ କରାଇପାରିବେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon