ଆଇଟିଆଇ ପାସଙ୍କ ପାଇଁ ଓଡିଶା ଖଣି ବିଭାଗରେ ଚାକିରୀ, ଦରମା ଟ.8,880

Wednesday, May 30, 2018

ଓଡିଶା ଷ୍ଟିଲ ଓ ମାଇନ୍ସ ତରଫରୁ ଆଇ.ଟି.ଆଇ ପାସ ପିଲାଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ବିଜ୍ଞପ୍ତିଟି ସର୍ଭେ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରକାଶ ପାଇଛି ଯାହାକି ଚୁକ୍ତିଭିତ୍ତିକ ଅଟେ। ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ମାସିକ ଟ.8,880 ଦରମା ସହିତ ଡ଼ିରେକ୍ଟରେଟ ଅଫ ମାଇନ୍ସର ହେଡ ଅଫ ବିଲଡିଙ୍ଗ ଡିପାର୍ଟମେଣ୍ଟରେ ଭିନ୍ନ ଭିନ୍ନ ସର୍କଲରେ ନିଯୁକ୍ତି ଦିଆଯିବ।ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଜୁନ ମାସ 20 ତାରିଖ ମଧ୍ୟରେ ଆବେଦନ କରିପାରିବେ।

 

ପ୍ରାର୍ଥୀଙ୍କ ବୟସ 2018,ଫେବୃଆରି1 ସୁଦ୍ଧା 18 ବର୍ଷରୁ ଅଧିକ ଓ 32 ବର୍ଷରୁ କମ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜନଜାତି(ମହିଳା)ଙ୍କ ପାଇଁ 5ବର୍ଷ ଓ ଏସ.ଇ.ବି.ସି (ମହିଳା)ଙ୍କ ପାଇଁ 3ବର୍ଷ ବୟସସୀମା କୋହଳ କରାଯାଇଛି।

 

ଶିକ୍ଷାଗତ ଯୋଗ୍ୟତା

ଏଥିରେ ମୋଟ 4ଟି ସର୍ଭେ ଆସିଷ୍ଟାଣ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ସେଥିମଧ୍ୟରୁ ଅନୁସୂଚିତ ଜନଜାତି (ମହିଳା)ଙ୍କ ପାଇଁ 1ଟି ଓ ଏସ.ଇ.ବି.ସି (ମହିଳା)ଙ୍କ ପାଇଁ 1ଟି ପଦ ରିଜର୍ଭ ରଖାଯାଇଛି। ଆବେଦନ କରିବାପାଇଁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ ସହିତ ସରକାରୀ ସ୍ଵୀକୃତୀପ୍ରାପ୍ତ ଅନୁଷ୍ଠାନରୁ ସର୍ଭେରେ ଆଇ.ଟି.ଆଇ ପାସ ହୋଇଥିବା ଆବଶ୍ୟକ। ପଦ ପାଇଁ ଯୋଗ୍ୟ ବିବେଚିତ ହେଲେ ପ୍ରାର୍ଥୀଙ୍କୁ ମାସିକ ଟ.8,880 ଦରମା ପ୍ରଦାନ କରାଯିବ।

 

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନ ଫର୍ମକୁ ରେଜିଷ୍ଟର ପୋଷ୍ଟ ମାଧ୍ୟମରେ (ଡ଼ିରେକ୍ଟରେଟ ଅଫ ମାଇନ୍ସ,ହେଡ ଅଫ ଡିପାର୍ଟମେଣ୍ଟ ବିଲଡିଙ୍ଗ,ୟୁନିଟ-v,ଭୁବନେଶ୍ଵର)ଠିକଣାରେ ପଠାଇପାରିବେ। ଫର୍ମଟି ଜୁନ 20 ତାରିଖ ଅଫିସ କାର୍ଯ୍ୟକାଳ ମଧ୍ୟରେ ପହଞ୍ଚିବା ଆବଶ୍ୟକ। ଠିକ ସମୟରେ ନପହଞ୍ଚିଲେ କିମ୍ବା ସଠିକ ଭାବରେ ପୂରଣ ହୋଇନଥିବା ଫର୍ମକୁ ଗ୍ରହଣ କରାଯିବ ନାହିଁ ।

 

ଆବେଦନ ଫର୍ମ ସହିତ ଆଟେଷ୍ଟେଡ ହୋଇଥିବା ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ମାର୍କସିଟର ଜେରକ୍ସ,ବୈଧତା ଥିବା ଏମ୍ପ୍ଲୟମେଣ୍ଟ ସାର୍ଟିଫିକେଟ,ଜାତିଗତ ପ୍ରମାଣପତ୍ର (କେବଳ ଏସ.ଟି ଓ ଏସ.ଇ.ବି.ସି) ଓ ଆଟେଷ୍ଟେଡ ପାସପୋର୍ଟ ସାଇଜ ଫଟୋ ଥିବା ଆବଶ୍ୟକ। ଏହାକୁ ଟ.25 ର ଷ୍ଟାମ୍ପ ଲାଗିଥିବା ଦୁଇଟି ଲଫାପାରେ (24*10cm) ପୋଷ୍ଟ କରିବାକୁ ପଡିବ।

 

ଅଧିକ ଆବଶ୍ୟକୀୟ ତଥ୍ୟ ଯେପରି ଯୋଗ୍ୟତା,କେତୋଟି ପଦବୀ ଖାଲି ଅଛି ଓ ଆବେଦନ ଫର୍ମ ଡାଉନଲୋଡ କରିବା ପାଇଁ ଓଡିଶା ଷ୍ଟିଲ ଓ ମାଇନ୍ସର ୱେବସାଇଟ www.odishaminerals.gov.in ରେ ଲଗଇନ କରି ଦେଖି ପାରିବେ 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon