ଇଗ୍ନୋରେ ପାର୍ଲର ଓ ଅର୍ଗାନିକ ଫାର୍ମିଙ୍ଗ ଉପରେ ୬-ମାସିଆ କୋର୍ସ

Thursday, May 31, 2018

ଉଚ୍ଚଶିକ୍ଷା ବିଭାଗ ତରଫରୁ ଓଡିଶାରେ ଗ୍ରାଜୁଏସନ ପାସ କରିଥିବା ଓ ପାସ କରିନଥିବା ପିଲାଙ୍କ ପାଇଁ ସ୍କିଲ ଡେଭେଲପମେଣ୍ଟରେ ସ୍ଵଳ୍ପମିୟାଦୀ ସାର୍ଟିଫିକେଟ କୋର୍ସ ଆରମ୍ଭ କରିବା ପାଇଁ ଯୋଜନା କରାଯାଉଛି। ଇନ୍ଦିରା ଗାନ୍ଧୀ ନ୍ୟାସିନାଲ ଓପନ ୟୁନିଭର୍ସିଟି (ignou) ସହାୟତାରେ ଏହା ବିଭିନ୍ନ ଡିଗ୍ରୀ କଲେଜ ମାନଙ୍କରେ ଆରମ୍ଭ କରାଯିବ। ଏହି ସାର୍ଟିଫିକେଟ କୋର୍ସରେ ରହିବ ପାର୍ଲର, ଅର୍ଗାନିକ ଫାର୍ମିଙ୍ଗ, ଡାଏରୀ ଫାର୍ମିଙ୍ଗ ପରି ବିଭିନ୍ନ ରୋଜଗାର ଭିତ୍ତିକ କୋର୍ସ, ଯାହାକି ଜଣେ ଛାତ୍ରକୁ ଆଗକୁ ସହଜରେ ଚାକିରୀ ଓ ବିଜିନେସ୍ ଆରମ୍ଭ କରିବାରେ ସାହାର୍ଯ୍ୟ କରିବ।

 

ଏହି ଯୋଜନା ଅନୁସାରେ ଇଗ୍ନୋ ତରଫରୁ ସମସ୍ତ ଡିଗ୍ରୀ କଲେଜକୁ ଏହି 6-ମାସିଆ କୋର୍ସ ପ୍ରଦାନ କରାଯିବ। କୋର୍ସ ପାଇଁ ସାଧାରଣ ଛାତ୍ରଛାତ୍ରୀ ମାନଙ୍କୁ ଟ.1,500 ରୁ ଟ.4,000 ଫି ଦେବାକୁ ପଡିବ କିନ୍ତୁ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଏହା ସଂପୂର୍ଣ୍ଣ ମାଗଣା ରହିବ।ଏହି ସାର୍ଟିଫିକେଟ କୋର୍ସରେ ଛାତ୍ରଛାତ୍ରୀଙ୍କ ପାଇଁ ଏନ.ଜି.ଓ ମ୍ୟାନେଜମେଣ୍ଟ, ବିଉଟି ଆଣ୍ଡ ୱେଲନେସ, ରୁରାଲ ମ୍ୟାନେଜମେଣ୍ଟ, ଅର୍ଗାନିକ ଫାର୍ମିଙ୍ଗ, ଡାଏରୀ ଫାର୍ମିଙ୍ଗ ଏବଂ ଆଇ.ଟି କୋର୍ସ ସହିତ ମୋଟ 69ଟି କୋର୍ସ ରହିବ।

 

ଗତ ମଙ୍ଗଳବାରଦିନ ଇଗ୍ନୋ ତରଫରୁ ଅନୁଷ୍ଠାନିକ ଭାବରେ ଉଚ୍ଚଶିକ୍ଷା ବିଭାଗର ସେକ୍ରେଟାରୀ ବିଷ୍ଣୁପଦ ସେଠୀଙ୍କୁ ଏ ବିଷୟରେ ସୂଚନା ଦିଆଯାଇଥିଲା ଓ ସରକାର ଏହି ପ୍ରୋଗ୍ରାମକୁ ଆରମ୍ଭ କରିବା ପାଇଁ ଇଚ୍ଛାଶକ୍ତି ପୋଷଣ କରିଛନ୍ତି ବୋଲି ଇଗ୍ନୋର ଅଧିକାରୀ କହିଛନ୍ତି।

 

ଇଗ୍ନୋ ଭୁବନେଶ୍ଵରର ରେଜିଓନାଲ ସେଣ୍ଟରର ସହନିର୍ଦ୍ଦେଶକ ଏସ.କେ ପାଣିଗ୍ରାହୀ କହିଛନ୍ତି ଯେ, ”ଛାତ୍ରଛାତ୍ରୀମାନେ କଲେଜ ଶିକ୍ଷା ଗ୍ରହଣ କରୁଥିବା ବେଳେ ଏହି ସ୍ୱଳ୍ପମିୟାଦୀ ସାର୍ଟିଫିକେଟ କୋର୍ସ ସେମାନଙ୍କର ଦକ୍ଷତାବୃଦ୍ଧି କରିବା ପାଇଁ ସହାୟକ ହେବ। ଆଡମିସନ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଏହି କୋର୍ସ ପାଇଁ ସମସ୍ତ ଉପକରଣ ଯୋଗାଇ ଦିଆଯିବ ଓ ଏହା ସେମାନଙ୍କ ନିୟମିତ କଲେଜ ରୁଟିନକୁ କିଛି ପ୍ରଭାବିତ କରିବ ନାହିଁ, କାରଣ ଏହି କ୍ଳାସ ଗୁଡିକ ରବିବାର ଦିନ ହିଁ କରାଯିବ। “

 

ପୂର୍ବରୁ ରାଜସ୍ଥାନରେ ଇଗ୍ନୋ ତରଫରୁ ଏହି ସାର୍ଟିଫିକେଟ କୋର୍ସ ଆରମ୍ଭ କରାଯାଇଛି ।ଓଡିଶାରେ ଏହି କୋର୍ସ ଛାତ୍ରଛାତ୍ରୀମାନଙ୍କୁ କଲେଜପାଠ ସରିବା ପରେ ନିଶ୍ଚିତ ରୋଜଗାରକ୍ଷମ କରିପାରିବ।    

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon