ସୋରିଷ ତେଲ ମାଲିସ କରିଥାଏ ଔଷଧ ପରି କାମ

Sunday, June 3, 2018

ପ୍ରାୟ ସମସ୍ତଙ୍କ ଘରେ ସୋରିଷ ତେଲର ବ୍ୟବହାର ହୋଇଥାଏ। କିଏ ଏହାକୁ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର କରିଥାଏ ତ ଆଉ କିଏ ଏହାକୁ ଶରୀରରେ ମାଲିସ କରିବା ପାଇଁ ବ୍ୟବହାର କରିଥାନ୍ତି। ସୋରିଷ ତେଲରେ ଥିବା ଭିଟାମିନ,ମିନେରଲ୍ସ ଓ ଅନ୍ୟାନ୍ୟ ପୋଷକତତ୍ତ୍ଵ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ।ସୋରିଷ ତେଲକୁ ଖାଇବା ଦ୍ଵାରା ଓ ଶରୀରର ବିଭିନ୍ନ ଅଂଶରେ ମାଲିସ କରିବା ଦ୍ଵାରା ଶରୀରରୁ ବହୁ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।

 

୧.ମୁଣ୍ଡରେ ମାଲିସ: ଯଦି ଆପଣ ଦିନ ଯାକ କାମ କରି କରି ଥକି ଯାଉଛନ୍ତି,ତେବେ ରାତିରେ ଶୋଇବା ଆଗରୁ ସୋରିଷତେଲକୁ ମୁଣ୍ଡରେ ଭଲ ଭାବରେ ଲଗାଇ ମସାଜ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ବହୁତ ହାଲୁକା ଅନୁଭବ ହେବ ଓ କ୍ଳାନ୍ତି ଦୂରହେବ।

 

୨.ନାହିରେ ମାଲିସ: ଶୋଇବା ଆଗରୁ ସୋରିଷ ତେଲକୁ ନିଜ ନାହିରେ ଲଗାନ୍ତୁ, ଏହାଦ୍ୱାରା ଓଠ ଫାଟିବା ବନ୍ଦ ହୋଇଥାଏ ଓ ଓଠ ସୁନ୍ଦର ଦେଖାଯାଇଥାଏ। ଏହାବ୍ୟତୀତ ନାହିରେ ସୋରିଷତେଲ ମାଲିସ କରିବା ଦ୍ଵାରା ପେଟ ଦରଜ ଓ ହଜମ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ। ଆଖି ପୋଡିବା, ଆଖି କୁଣ୍ଡାଇହେବା ମଧ୍ୟ ଭଲ ହୋଇଯାଇଥାଏ।

 

୩.ପାଦ ତଳେ ମାଲିସ: ଯଦି ଆପଣଙ୍କୁ ରାତିରେ ଠିକସେ ନିଦ ହେଉନାହିଁ ତେବେ ଶୋଇବା ଆଗରୁ ପାଦରେ ତେଲ ଗରମ କରିଲଗାନ୍ତୁ। ଏହାଦ୍ୱାରା ମଧ୍ୟ ଆପଣଙ୍କ ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ।

 

୪. କ୍ଷତ ସ୍ଥାନରେ ପ୍ରୟୋଗ: ଶରୀରର କୌଣସି ସ୍ଥାନରେ ଯଦି ଖଣ୍ଡିଆ ହୋଇ ଶୁଖୁଆ ନଥାଏ ତେବେ ସେହି ଜାଗାରେ ଅଳ୍ପ ସୋରିଷ ତେଲ ଲଗାନ୍ତୁ,ଏହିପରି ଖଣ୍ଡିଆ ଶୁଖିବା ଯାଏ ଲଗାନ୍ତୁ, ଜଲଦି ଖଣ୍ଡିଆ ଶୁଖିଯିବ।

 

୫.କ୍ୟାନସର ରୋଗକୁ ଦୂରେଇ ରଖିଥାଏ: ସୋରିଷତେଲରେ ଥିବା ଲିନୋଲେନିକ ଏସିଡ ଯାହାକି ପରେ ଓମେଗା୩ କୁ ପରିବର୍ତନ ହୋଇଥାଏ,ଏହା ଷ୍ଟୋମାକ ଓ କୋଲୋନ  କ୍ୟାନସର ଦୂର କରିଥାଏ।

 

୬:ହୃଦରୋଗକୁ ଦୂରେଇ ରଖିଥାଏ: ଆପଣ କେବେ ଭାବିନଥିବେ କି ତେଲ ଖାଇବା ଦ୍ଵାରା ଆପଣ ହୃଦରୋଗରୁ ଦୂରେଇ ରହିପାରିବେ। ରିସର୍ଚରୁ ଜଣାପଡିଛି ଯେ ସୋରିଷତେଲରେ ଥିବା ଓମେଗା୩ ଓ ଓମେଗା୬ ଫ୍ୟାଟି ଏସିଡ ଆମ ଶରୀରରୁ ହୃଦରୋଗକୁ ୫୦% ଦୂରେଇ ରଖିଥାଏ।

 

୭.ଥଣ୍ଡା ଓ କାଶ ଦୂର କରିଥାଏ: ସୋରିଷତେଲ ସହିତ ରସୁଣକୁ ଗରମ କରି ଛାତି ଓ ପିଠିରେ ମାଲିସ କରିବା ଦ୍ଵାରା ଥଣ୍ଡା ଓ କଫ ଦୂର ହୋଇଯାଇଥାଏ। ଏହାବ୍ୟତୀତ ଗରମପାଣିରେ ଅଳ୍ପ ପାନମଧୁରି ସହିତ ସୋରିଷତେଲ ମିଶାଇ ଏହାର ବାମ୍ଫ ନେଲେ ଥଣ୍ଡା ଦୂର ହୋଇଯାଇଥାଏ।

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon