ରାଶିଫଳ ଜୁନ5: ଜାଣନ୍ତୁ କେଉଁ ରାଶିର ପ୍ରେମୀ କରିବେ  ଝଗଡ଼ା

ମେଷ: କାର୍ଯ୍ୟରୁ ଅବସର ପାଇ ପରିବାର ସହ ଖୁସିର ମୂହୁର୍ତ୍ତ ବିତାଇବେ। ଅନ୍ୟକୁ ସାହାଯ୍ୟ କରିବେ। ଆପଣଙ୍କ କାର୍ଯ୍ୟପାଇଁ ପରିବାର ଲୋକ ଗର୍ବ ଅନୁଭବ କରିବେ। ହଠାତ କିଛି ଖୁସି ଖବର ପାଇ ପାରନ୍ତି। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ଛାତ୍ରଛାତ୍ରୀମାନେ ପାଠପଢାରେ ଦିନଟି ବିତାଇବେ।

 

ବୃଷ: ମନ ପ୍ରଫୁଲ୍ଲିତ ରହିବ। ଆୟରେ ବୃଦ୍ଧି ଘଟିପାରେ। ଅଚାନକ ଦୁରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ ଯାହାକି ଆପଣଙ୍କୁ କ୍ଳାନ୍ତ ଅନୁଭବ କରାଇବ। ପରିବାର ମଧ୍ୟରେ ସାମାନ୍ୟ କଳହ ଦେଖାଦେଇପାରେ। ସନ୍ଧ୍ୟା ସମୟରେ ସବୁକିଛି ଠିକ ହୋଇଯିବ। ପତ୍ନୀଙ୍କ ସହ ବହୁତ ଖୁସିରେ ସମୟ ବିତାଇବେ।

 

ମିଥୁନ: ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଆଶା କରୁନଥିବା ଦିଗରୁ ଅର୍ଥର ଆଗମନ ହେବ। ପରିବାର ଓ ବନ୍ଧୁଙ୍କ ଗହଣରେ ଆମୋଦ ପ୍ରମୋଦରେ ଦିନଟି ବିତିବ। କିଛି ନୂତନ ଦ୍ରବ୍ୟ କିଣିପାରନ୍ତି। ଛାତ୍ରଛାତ୍ରୀମାନେ ପରିଶ୍ରମ କରନ୍ତୁ,ଉଚିତ ଫଳ ପ୍ରାପ୍ତି ହେବ।

 

କର୍କଟ: ବହୁ ବାଧାବିଘ୍ନ ଆସିପାରେ କିନ୍ତୁ ସବୁ ଧୈର୍ଯ୍ୟ ସହ ସାମ୍ନା କରିବେ। ପୁରୁଣା ବନ୍ଧୁଙ୍କ ସହ ଦେଖାହୋଇପାରେ। ପରିବାର ଲୋକଙ୍କ ସହଯୋଗ ଆପଣଙ୍କୁ ସଫଳ ହେବାରେ ସହଯୋଗ କରିବ। ଅଚାନକ ଦୁରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ନିଜ ଲୋକ ଶତ୍ରୁ ପରି ଆଚରଣ କରିପାରନ୍ତି।

 

ସିଂହ: ମାନସିକ ଦୁଃଶ୍ଚିନ୍ତା ବଢିପାରେ। ମନରେ ଶାନ୍ତି ପାଇଁ ଯୋଗ ଓ ପ୍ରାଣାୟମ କରନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ଅନ୍ୟକୁ କିଛି କହିବା ଆଗରୁ ବହୁତ ଥର ଭାବନ୍ତୁ। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ତେଣୁ ସମସ୍ତ କାର୍ଯ୍ୟକୁ ମନଧ୍ୟାନ ଦେଇ କରନ୍ତୁ। ମୁଲ୍ୟବାନ ଦ୍ରବ୍ୟ କିଣି ପାରନ୍ତି।

 

କନ୍ୟା: ଦିନଟି ଉଭୟ ସୁଖଦୁଃଖ ଭରା ରହିବ । ଆର୍ଥିକ ସ୍ଥିତି ସ୍ଵଚ୍ଛଳ ହେବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ପରିବାର ମଧ୍ୟରେ ଶାନ୍ତିର ବାତାବରଣ ରହିବ। ରାଜନୈତିକ କାର୍ଯ୍ୟରେ ମନ ବଳାଇବେ। ବନ୍ଧୁମାନେ ସହଯୋଗର ହାତ ବଢାଇବେ। ଛାତ୍ରଛାତ୍ରୀମାନେ ପରିଶ୍ରମର ଫଳ ପାଇବେ।

 

ତୁଳା: ମନୋବଳ ବଢିବ। ଦୁରସ୍ଥାନକୁ ଯାତ୍ରା କରିପାରନ୍ତି ଓ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବେ।ପାରିବାରିକ ଜୀବନ ଖୁସିରେ କାଟିବ। ଯାନବାହାନ କ୍ରୟ କରିପାରନ୍ତି। କୌଣସି ଭଲ କାର୍ଯ୍ୟକରି ପ୍ରଶଂସିତ ହେବେ।ମନରେ ଧାର୍ମିକ ଚିନ୍ତାଧାରା ଆସିବ। ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦିଅନ୍ତୁ।

 

ବିଛା: ମନୋରଞ୍ଜନ ଭିତ୍ତିକ କାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ସନ୍ତାନସନ୍ତତିଙ୍କ କାର୍ଯ୍ୟରେ ନିଜକୁ ଗର୍ବ ଅନୁଭବ କରିବେ। ମାଲିମକୋଦ୍ଦମା କାର୍ଯ୍ୟରେ ସଫଳତା ପାଇବେ। ମନ ଫୁର୍ତ୍ତି ରହିବ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରେମୀଯୁଗଳମାନେ ଅନ୍ତରଙ୍ଗ ମୂହୁର୍ତ୍ତ ବିତାଇବେ।

 

ଧନୁ: ଦିନଟି ଆପଣଙ୍କ ପାଇଁ ସେତେଟା ଭଲରେ କାଟିବ ନାହିଁ। ନିଜର ଦକ୍ଷତା ପାଇଁ ପ୍ରଶଂସିତ ହେବେ। ଅର୍ଥପ୍ରାପ୍ତିର ସୂଚନା ରହିଛି। ପରିବାର ମଧ୍ୟରେ ଅଶାନ୍ତିକର ପରିସ୍ଥିତି ଉପୁଜିବ। ଘର ପାଇଁ କିଛି ଉପକରଣ କିଣିପାରନ୍ତି। ସ୍ଵାସ୍ଥ୍ୟପ୍ରତି ବିଶେଷ ଯତ୍ନ ନେବାକୁ ପଡିବ।

 

ମକର: କର୍ମକ୍ଷେତ୍ରରେ ଲାଭବାନ ହେବେ। ବନ୍ଧୁବାନ୍ଧବ ମାନେ ସହଯୋଗର ହାତ ବଢାଇବେ। ନିଜଲୋକଙ୍କ ସହ ନିଜର ସମସ୍ୟା ଆଲୋଚନା କରନ୍ତୁ,ନିଶ୍ଚିନ୍ତ ଏହାର ସମାଧାନ ପାଇବେ। ନିଜ ମନରେ ଯାହା ଅଛି ତାହାକୁ ଅନ୍ୟ ଆଗରେ କହିବାକୁ ଡରନ୍ତୁ ନାହିଁ। ଚଞ୍ଚଳମନା ହୋଇପାରନ୍ତି।

 

କୁମ୍ଭ: ମାନସିକ ଚିନ୍ତାଗ୍ରସ୍ତ ହୋଇପାରନ୍ତି କିନ୍ତୁ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ। ମାତାଙ୍କ ସ୍ୱାସ୍ଥ୍ୟପାଇଁ ଚିନ୍ତିତ ରହିବେ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଅନ୍ୟମାନଙ୍କ ସହ ଭଲରେ କଥାବାର୍ତ୍ତା କରନ୍ତୁ। ବିଦ୍ୟାର୍ଥୀମାନେ ପଢାରେ ମନଦିଅନ୍ତୁ ।    

 

ମୀନ: ଦିନଟି ଆପଣଙ୍କ ପାଇଁ ଭଲ ନଥିବାରୁ ସତର୍କତା ଅବଲମ୍ବନ କରନ୍ତୁ। ଆୟ ସହିତ ବ୍ୟୟ ମଧ୍ୟ ବଢିବ। ଦୁର୍ଘଟଣା ଘଟିପାରେ। ପ୍ରେମୀଯୁଗଳଙ୍କ ମଧ୍ୟରେ ଅବୁଝାମଣା ଦେଖାଦେଇପାରେ।             

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon